• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଯାଜପୁର କୋରାଇରେ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା । କୋରାଇ ରେଳ ଷ୍ଟେସନ୍ ଭିତରକୁ ମାଡ଼ି ଗଲା ମାଲବାହୀ ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଚଣ୍ଡ ଶବ୍ଦ କରି ଟ୍ରେନ୍‌ଟି ପ୍ଲାଟଫର୍ମ ଭିତରକୁ ପଶି ଆସିବା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ ।

ତେବେ ଟ୍ରେନ୍‌ ଦୁର୍ଘଟଣା ପରେ ୮ଟି ଟ୍ରେନକୁ ଆଂଶିକ ଭାବେ ବାତିଲ କରାଯାଇଛି । ସେହପରି ୧୨ଟି ଟ୍ରେନର ମାର୍ଗ ପରିବର୍ତ୍ତନ କରାଯାଇଛି । ହାଓ୍ୱଡା-ଭୁେନେଶ୍ୱର ଜନ ଶତାବ୍ଦୀ ଏକ୍ସପ୍ରେସ୍, ହାଓ୍ୱଡା-ପୁରୀ ଶତାବ୍ଦୀ ଏକ୍ସପ୍ରେସ୍, ସାଲିମାର ପୁରୀ ଏକ୍ସପ୍ରେସ୍, ପୁରୀ-ସାଲିମାର ଏକ୍ସପ୍ରେସ, ସାଲିମାର ହାଇଦ୍ରାବାଦକୁ, କଟକ-ଭଦ୍ରକ-କଟକ ପେସେଞ୍ଜର, ଭୁବନେଶ୍ୱର-ବ୍ରହ୍ମପୁର-ଭୁବନେଶ୍ୱର ପେସେଞ୍ଜର ସ୍ପେଶିଆଲ, ଭୁବନେଶ୍ୱର- ବାଲେଶ୍ୱର ପେସେଞ୍ଜର ସ୍ପେଶିଆଲକୁ ବାତିଲ କରାଯାଇଛି ।

ଅଧିକ ପଢ଼ନ୍ତୁ: ସମୟ ୬ଟା ୪୦. . .ପ୍ରଚଣ୍ଡ ଶଦ୍ଦ କରି ମାଡ଼ି ଆସିଲା ଲୌହଦାନବ. . .ନେଇଗଲା ଜୀବନ

ସେହିପରି ଭୁବନେଶ୍ୱର ହାଓ୍ୱଡା ଜନଶତାବ୍ଦୀ, ପୁରୀ-ହାଓ୍ୱଡା ଶତାବ୍ଦୀ ଏକ୍ସେପ୍ରସ୍, ବାଲେଶ୍ୱର-ଭୁବନେଶ୍ୱର ପେସେଞ୍ଜର, ବାଙ୍ଗିରିପୋଷି-ଭୁବନେଶ୍ୱର ଏକ୍ସପ୍ରେସ, ଖଡଗପୁର-ଖୋର୍ଦ୍ଧା ଏକ୍ସପ୍ରେସକୁ ଆଂଶିକ ଭାବେ ବାତିଲ କରାଯାଇଛି । ହାଇଦ୍ରାବାଦ-ସାଲିମାର ଇଷ୍ଟକୋଷ୍ଟ ଏକ୍ସପ୍ରେସ, ପୁରୀ-ରିଷିକେଶ କଳିଙ୍ଗ ଏକ୍ସପ୍ରେସ, ବାଙ୍ଗାଲୋର-ସାନ୍ତ୍ରାଗାଚି ଏକ୍ସପ୍ରେସ୍, ତ୍ରିବେନ୍ଦ୍ରମ୍-ସାଲିମାର ଏକ୍ସପ୍ରେସ୍, ସିକନ୍ଦରାବାଦ-ହାଓ୍ୱଡା, ତିରୁପତି-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଦୁରୋନ୍ତୋ ଏକ୍ସପ୍ରେସ, ବାଙ୍ଗାଲୋର-ହାଓ୍ୱଡା ଏକ୍ସପ୍ରେସ, ବାଙ୍ଗାଲୋର-ଯଶିଦିହ ଏକ୍ସପ୍ରେସ, ଚେନ୍ନାଇ-ସାନ୍ତ୍ରାଗାଚି ଏକ୍ସପ୍ରେସ, ଭୁବନେଶ୍ୱର -ନୂଆଦିଲ୍ଲୀ ରାଜଧାନୀ, ଏକ୍ସପ୍ରେସ ପୁରୀ-ଆନନ୍ଦ ବିହାର ନନ୍ଦନକାନନ ଏକ୍ସପ୍ରେସ, ଦିବ୍ରୁଗଡ-କନ୍ୟାକୁମାରୀ, ହାଓ୍ୱଡା-ସିକନ୍ଦରାବାଦ ଫଲକନାମା ଏକ୍ସପ୍ରେସ, ଆନନ୍ଦ ବିହାର-ପୁରୀ ନୀଳାଚଳ ଏକ୍ସପ୍ରେସ, ପୁରୀଲୀଳା-ଭିଲ୍ଲୁପୁରମ ଏକ୍ସପ୍ରେସର ମାର୍ଗ ପରିବର୍ତ୍ତନ କରାଯାଇଛି ।

ଅନ୍ୟପଟେ ବହୁ ଲୋକେ ଏବେ ବି ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରେନ୍‌ର କିଛି ବଗି ଫ୍ଲାଏ ଓଭର ସହ ବି ଧକ୍କା ହୋଇ ଭାଙ୍ଗିଯାଇଛି । ପ୍ରତ୍ୟର୍କ୍ଷଦଶୀଙ୍କ ସୂଚନା ମୁତାବକ, ଆଜି ସକାଳ ୬ଟା ୪୦ ପାଖାପାଖି ସମୟରେ ଭୀଷଣ ଶବ୍ବ କରି ପ୍ଲାଟଫର୍ମ ଭିତରକୁ ପଶିଥିଲା ଟ୍ରେନ୍ । ୫/୬ଟି ବଗି ଷ୍ଟେସନ ପାର କରିବା ପରେ ଭୟଙ୍କର ଶବ୍ଦ ଶୁଣାଯାଇଥିଲା । କିଛି ସମୟ ମଧ୍ୟରେ ଏକାଧିକ ବଗି ପ୍ଲାଟ୍‌ଫର୍ମ ଭିତରକୁ ମାଡ଼ି ଯାଇଥିଲା । ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଃଖ ପ୍ରକାଶ କରିଛନ୍ତି ।