• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

‘ଭୟଙ୍କର ଶଦ୍ଦ ହେଲା । ଜଣେ ବନ୍ଧୁ ମୋତେ ଫୋନ୍ କଲେ, ଦୁର୍ଘଟଣା ହୋଇ ଷ୍ଟେସନ୍ ପୂରା ଚୁରମାର ହୋଇଯାଇଛି । ମୁଁ ଖବର ଶୁଣି ତୁରନ୍ତ ଆସି ପହଞ୍ଚିଲି । ସେତେବେଳକୁ ଚାରିରୁ ପାଞ୍ଚ ଜଣ ଚିତ୍କାର କରୁଥାଆନ୍ତି . .ମୁଁ କିଛି ନବୁଝି ଆମ୍ବୁଲାନ୍ସକୁ ଓ ପୋଲିସ୍‌ କଣ୍ଟ୍ରୋଲ ରୁମ୍‌କୁ ଫୋନ୍‌ କଲି । ଫୋନ୍‌ କରିବାର କିଛି କ୍ଷଣ ପରେ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚିଥିଲା । ସ୍ଥାନୀୟ ଲୋକ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହଯୋଗ କରିଛନ୍ତି । ଦୁଇ ଜଣ ବ୍ୟକ୍ତି ମୃତବତ୍‌ ଅବସ୍ଥାରେ ହସ୍ପିଟାଲ ନିଆଯାଇଛି ବୋଲି ଜଣେ ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି ।

ଅଧିକ ପଢ଼ନ୍ତୁ: ଯାତ୍ରୀ ବିଶ୍ରାମାଗାର ଭିତରକୁ ମାଡ଼ିଗଲା ମାଲବାହୀ ଟ୍ରେନ୍ : ଚାଲିଗଲା ୩ ଜୀବନ

କୋରେଇରେ ଟ୍ରେନ୍ ଦୁର୍ଘଟଣା, ୩ ମୃତ

ଯାଜପୁର କୋରାଇରେ ଆଜି ସକାଳୁ ସକାଳୁ ବଡ଼ ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଛି । କୋରାଇ ରେଳ ଷ୍ଟେସନ୍ ଭିତରକୁ ମାଡ଼ି ଗଲା ମାଲବାହୀ ଟ୍ରେନ୍ । ଫଳରେ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ହୋଇଛି । ପ୍ରଚଣ୍ଡ ଶବ୍ଦ କରି ଟ୍ରେନଟି ପ୍ଲାଟଫର୍ମ ଭିତରକୁ ପଶି ଆସିବା ଯୋଗୁଁ ଏତେ ବଡ଼ ଦୁର୍ଘଟଣା ଘଟିଛି । ଲୋକେ ସକାଳୁ ଯାତ୍ରୀ ବିଶ୍ରାମଗାରାରେ ଶୋଇଥିଲେ, ଏହି ସମୟରେ ଘଟିଛି ଏହି ଅଘଟଣ । ବହୁ ଲୋକେ ଏବେ ବି ଟ୍ରେନ୍ ତଳେ ଚାପି ହୋଇ ରହିଛନ୍ତି । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରେନର କିଛି ବଗି ଫ୍ଲାଏ ଓଭର ସହ ବି ଧକ୍କା ହୋଇ ଭାଙ୍ଗି ଯାଇଛି ।

ସେହିପରି ଆଉ ଜଣେ କହିଛନ୍ତି, ଆଜି ସକାଳ ୬ଟା ୪୦ ପାଖାପାଖି ସମୟରେ ଭୀଷଣ ଶବ୍ବ କରି ପ୍ଲାଟଫର୍ମ ଭିତରକୁ ପଶିଥିଲା ଟ୍ରେନ୍ । ୫/୬ଟି ବଗି ଷ୍ଟେସନ ପାର କରିବା ପରେ ଭୟଙ୍କର ଶବ୍ଦ ଶୁଣାଯାଇଥିଲା । କିଛି ସମୟ ମଧ୍ୟରେ ଏକାଧିକ ବଗି ପ୍ଲାଟ୍ଫର୍ମ ଭିତରକୁ ମାଡ଼ି ଯାଇଥିଲା ।

ଦୁର୍ଘଟଣା ପରେ ଦୁଇଟି ଯାକ ଲାଇନ୍ ବନ୍ଦ

ତେବେ ଏହି ଦୁର୍ଘଟଣା ସମ୍ପର୍କରେ ସବିଶେଷ ସୂଚନା ଦେଇଛି ପୂର୍ବତନ ରେଲେଓ୍ୱ । ଦୁର୍ଘଟଣାରେ ଏବେ ସୁଦ୍ଧା ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆହତଙ୍କ ସଂଖ୍ୟା ବଢ଼ିବା ଅନୁମାନ କରାଯାଉଛି । ଭଦ୍ରକ-କପିଳାଶ ରୋଡ୍ ରେଲେଓ୍ୱ ସେକ୍ସନ ଅଧିନରେ ଥିବା କୋରେଇ ଷ୍ଟେସନରେ ଆଜି ସକାଳ ଏହି ଦୁର୍ଘଟଣା ଘଟିଛି । ଦୁର୍ଘଟଣା ପରେ ଦୁଇଟି ଯାକ ଲାଇନ୍ ବନ୍ଦ ରହିଛି । ଟ୍ରେନର କିଛି ବଗି ଧାରଣାରୁ ଲାଇନଚ୍ୟୁତ ହୋଇଥିବାରୁ କୋରେଇ ଷ୍ଟେସନର ବିଲିଡିଂ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ଘଟଣାସ୍ଥଳକୁ ରିଲିଫ ଟ୍ରେନ୍ ଓ ମେଡିକାଲ ଟିମ୍ ପହଞ୍ଚୁଛନ୍ତି ଖୋର୍ଦ୍ଧା ରୋଡ୍ ଡିଆରଏମଙ୍କ ସହ ଅନ୍ୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚୁଥିବା ପୂର୍ବତନ ରେଲେଓ୍ୱ ପକ୍ଷରୁ ସୂଚନା ଦିଆଯାଇଛି ।

ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ

ସେପଟେ ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଦୁଖ ପ୍ରକାଶ କରିଛନ୍ତି । ମାଲବାହୀ ଟ୍ରେନ ଦୁର୍ଘଟଣା ଖବର ଅତ୍ୟନ୍ତ ଦୁଃଖଦାୟକ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହସମସ୍ତ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।