Advertisment

‘ହାଉସିଂ ଫର୍‌ ଅଲ୍‌’ ସ୍କିମ୍‌ ଘୋଷଣା, ସମସ୍ତଙ୍କୁ ମିଳିବ ଘର !

ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Housing For All

ରାଜଧାନୀରେ ଆଉ ସ୍ୱପ୍ନ ହେବନି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକଙ୍କ ପାଇଁ ମୁଣ୍ଡ ଉପରେ ଛାତ । ସେମାନଙ୍କୁ ରିହାତି ଦରରେ ମିଳିପାରିବ ମୁଣ୍ଡ ଗୁଞ୍ଜିବାକୁ ଘର । ଦୁର୍ବଳ ଆର୍ଥିକ ଶ୍ରେଣୀର ଲୋକଙ୍କ ଘର ଯୋଜନାକୁ ସାକାର କରିବା ଲାଗି ବିଡିଏ ଆଣିଛି ନୂଆ ସ୍କିମ, ‘ହାଉସିଂ ଫର୍ ଅଲ୍’ । ଏହି ଯୋଜନାରେ ସରକାରୀ ହେଉ କି ବେସରକାରୀ ହାଉସିଂ ପ୍ରୋଜେକ୍ଟ, ସବୁଥିରେ ନିମ୍ନ ମଧ୍ୟବିତ୍ତଙ୍କ ପାଇଁ ରହିବ ନିଶ୍ଚିତ ସଂରକ୍ଷଣ ବ୍ୟବସ୍ଥା ।

Advertisment

ସରକାରୀ ପ୍ରୋଜେକ୍ଟରେ ୨୦ ପ୍ରତିଶତ ଏବଂ ବେସରକାରୀ ପ୍ରୋଜେକ୍ଟରେ ୧୦ ପ୍ରତିଶତ ଘର ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ରଖାଯିବ । ଏଥିପାଇଁ ହାଉସ ଆଲଟମେଣ୍ଟ ସିଷ୍ଟମ ନାଁରେ ଏକ ଆପ୍ ଲଞ୍ଚ୍ କରିଛି ରାଜ୍ୟ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ । ଆର୍ଥିକ ଦୁର୍ବଳ ବର୍ଗଙ୍କ ପାଇଁ ସର୍ବନିମ୍ନ ୩୩୦ରୁ ୩୫୦ ସ୍କୋୟାର ଫୁଟ ଏବଂ ନିମ୍ନ ଆୟ ବର୍ଗଙ୍କ ପାଇଁ ଘରର ପରିସୀମା ସର୍ବନିମ୍ନ ୫୫୦ ସ୍କୋୟାର ଫୁଟ ରହିବ ।

ଭୁବନେଶ୍ୱର ରୁ ଆରମ୍ଭ ହୋଇଥିବା ଏ ଯୋଜନା ଆଗାମୀ ଦିନରେ ରାଜ୍ୟର ସମସ୍ତ ସହରାଞ୍ଚଳରେ କାର୍ଯ୍ୟକାରୀ କରିବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର। ତେବେ ସାଧାରଣ ନିର୍ବାଚନ ପୂର୍ବରୁ ଆର୍ଥିକ ଦୁର୍ବଳ ବର୍ଗଙ୍କୁ ଖୁସି କରିବାକୁ ସରକାରଙ୍କ ଏହା ଏକ ଉଦ୍ୟମ ବୋଲି ଚର୍ଚ୍ଚା ହେଉଛି। ସେପଟେ ଏ ଯୋଜନାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ବିଜେପି କହିଛି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଭଳି ଏହି ଯୋଜନାର ଫାଇଦା ମଧ୍ୟ କେବଳ ଶାସକ ଦଳର ଲୋକ ପାଇବେ। କଂଗ୍ରେସ ମଧ୍ୟ ହିତାଧିକାରୀ ଚୟନରେ ସ୍ୱଚ୍ଛତାକୁ ନେଇ ସନ୍ଦେହ ପ୍ରକଟ କରିଛି।

Advertisment

BMC BDA Housing For All
Advertisment
Advertisment