Advertisment

ଗାଡ଼ି ଚାଳକଙ୍କୁ ଆଶ୍ୱସ୍ତି; ବଢ଼ିଲା ନମ୍ବର ପ୍ଲେଟ୍‌ ଅବଧି

ପୁଣି ଥରେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । ହାଇ ସିକ୍ୟୁରିଟି ନମ୍ବର ପ୍ଳେଟ୍‌ ଲଗାଇବାକୁ ମିଳିଲା ମାସେ ମହଲତ ।

author-image
Manoranjan Behera
ଅଦ୍ୟତନ ହୋଇଛି
HSRP Number Plate Dealine

HSRP Number Plate

ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍ ମାମଲା ପୁଣି ମାସେ ବଢ଼ିଲା । ଏନେଇ ହାଇକୋର୍ଟ ରେ ସତ୍ୟପାଠ ଦାଖଲ କରିଛନ୍ତି ରାଜ୍ୟ ସରକାର ।
୧, ୨, ୩, ୪ ନମ୍ବର ପାଇଁ ଆଉ ମାସେ ସମୟସୀମାକୁ ରାଜ୍ୟ ସରକାର ବୃଦ୍ଧି କରିଥିବା ନେଇ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି । ଡିସେମ୍ବର ୩୧ ଯାଏଁ ସମୟସୀମାକୁ ବୃଦ୍ଧି ନେଇ ସତ୍ୟପାଠରେ ଉଲ୍ଲେଖ ରାଜ୍ୟ ସରକାର । ବୁକିଂ ହୋଇଥିଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନି ବୋଲି ରାଜ୍ୟ ସରକାର କହିଛନ୍ତି ।

Advertisment

କୌଣସି ପ୍ରାକ୍‌ ପ୍ରସ୍ତୁତି  ନ କରି ରାଜ୍ୟ ସରକାର ତରବରିଆ ଭାବେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ୍‌ ପାଇଁ ବିଜ୍ଞପ୍ତି ପ୍ରକାଶ କରିଥିଲେ । ଏଥିପାଇଁ ଅନ୍‌ଲାଇନ୍‌ରେ ଆବେଦନ କରିବାକୁ କୁହାଯାଇଥିଲା। ଏପରିକି ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଏହି ନମ୍ବର ପ୍ଲେଟ ନ ଲଗାଇଲେ ୫ରୁ ୧୦ ହଜାର ପର୍ଯ୍ୟନ୍ତ ତଣ୍ଡ ଗଣିବାକୁ ପଡ଼ିବ ବୋଲି ବି ଚେତାବନି ଦେଇଥିଲେ ରାଜ୍ୟ ସରକାର ।

ଏହାପରେ ଛାନିଆ ହୋଇ ପଡ଼ିଥିବା ନିରୀହ ଲୋକେ ଅନ୍‌ଲାଇନ୍‌ରେ ଆବେଦନ କରିବା ପାଇଁ ଲୋକମାନେ ନାକେଦମ୍‌ ହେଲେ। ଏହାକୁ ନେଇ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇବାରୁ ସେମାନେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ।

Advertisment

ସେପ୍ଟେମ୍ବର ୩୦ରେ ଓଡିଶା ହାଇକୋର୍ଟ ଏହି ମାମଲାର ଶୁଣାଣି କରିବା ପରେ ରାଜ୍ୟ ସରକାର ହାଇସିକ୍ୟୁରିଟି ଲଗାଇବା ଅବଧିକୁ ବୃଦ୍ଧି କରିଥିଲେ। ପ୍ରଥମେ ୧, ୨, ୩, ୪ ନମ୍ବର ବିଶିଷ୍ଟ ଗାଡ଼ିର ସମୟ ସୀମାକୁ  ଅକ୍ଟୋବର ୩୦ ପର୍ଯ୍ୟନ୍ତ ପରେ ନଭେମ୍ବର ୩୦ ଓ ଏବେ ଡିସେମ୍ବର ୩୦ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ସେହିପରି ଅନ୍ୟ ନମ୍ବର ବିଶିଷ୍ଟ ଗାଡ଼ିର ଅବଧି ବି ଆପେଆପେ ବଢ଼ିଯିବ ବୋଲି ଜଣାଯାଇଛି। ଏହାକୁ ନେଇ ଗାଡ଼ି ଚାଳକ ଆଶ୍ୱସ୍ତ ହୋଇଛନ୍ତି।

HSRP Number Plate High Court
Advertisment
Advertisment