Advertisment

ଏଣିକି ଓଡ଼ିଆରେ ପଢ଼ିବେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ

ଭୁବନେଶ୍ୱରର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Now read engg books in Odia

Now read engg books in Odia

ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ। ଭୁବନେଶ୍ୱର ର ଜୟଦେବ ଭବନରେ ସ୍ୱତନ୍ତ୍ର ଉତ୍ସବରେ ଯୋଗଦେଇ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଆ ଭାଷାରେ ଇଞ୍ଜିନିୟରିଂ ପାଠ୍ୟ ପୁସ୍ତକ ଉନ୍ମୋଚନ କରିଛନ୍ତି। ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏହି ପୁସ୍ତକ ଉନ୍ମୋଚିତ ହୋଇଛି। ଏହି ଅବସରରେ ବକ୍ତବ୍ୟ ଦେଇ ରାଷ୍ଟ୍ରପତି କହିଥିଲେ ଯେ, ମାତୃଭାଷାରେ ଶିକ୍ଷା ଦେବାକୁ ଜାତୀୟ ଶିକ୍ଷା ନୀତିରେ ଗୁରୁତ୍ୱ ଦିଆଯାଇଛି। କାରଣ ମାତୃଭାଷାରେ ଶିକ୍ଷା ପାଇଲେ ଛାତ୍ରଛାତ୍ରୀଙ୍କ ଦକ୍ଷତା ବୃଦ୍ଧି ପାଇବ। ତୃଣମୂଳ ସ୍ତରରେ ମେଧା ବିକାଶ ପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି। ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ।

Advertisment

ଅଧିକ ପଢ଼ନ୍ତୁ: ୫୦ ବର୍ଷ ତଳର ସାଙ୍ଗଙ୍କୁ ଭେଟିଲେ, ସ୍କୁଲ ବେଳର ହଷ୍ଟେଲ ରୁମ୍‌ରେ ସମୟ କାଟିଲେ ମହାମହିମ

ରାଷ୍ଟ୍ରପତି ଆହୁରି କହିଥିଲେ ଯେ, ଭାଷା ଓ ସଂସ୍କୃତି ଅଙ୍ଗାଙ୍ଗୀ ଭାବେ ଜଡ଼ିତ। ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ସାଧ୍ୟମତେ ଚେଷ୍ଟା କରିବା। ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ସେଥିପ୍ରତି ଆମେ ଦୃଷ୍ଟି ଦେବା। ଓଡ଼ିଆରେ ବୈଷୟିକ ଶିକ୍ଷାଦାନରେ ଅସୁବିଧା ହେବନି ବୋଲି ବିଶ୍ୱାସ ରହିଛି ବୋଲି ରାଷ୍ଟ୍ରପତି କହିଥିଲେ। 

Advertisment

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓଡ଼ିଶା ଗସ୍ତର ଦ୍ୱିତୀୟ ଦିନରେ ଆଜି ତପୋବନ ହାଇସ୍କୁଲ୍ ପରେ ଭୁବନେଶ୍ୱର ୟୁନିଟ୍-୨ ଗାର୍ଲସ୍ ହାଇସ୍କୁଲ ପରିଦର୍ଶନ କରିଥିଲେ। ଏହିଠାରେ ହିଁ ରାଷ୍ଟ୍ରପତି ସ୍କୁଲ୍ ଜୀବନ କାଟିଥିଲେ। ୧୯୭୦ରୁ ୭୪ ଯାଏ ଏହି ସ୍କୁଲ୍‌ରେ ଅଷ୍ଟମରୁ ଏକାଦଶ ପଢ଼ିଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ୟୁନିଟ୍-୨ ବାଳିକା ଉଚ୍ଚ ବିଦ୍ୟାଳୟ ପରିଦର୍ଶନ ସମୟରେ ରାଷ୍ଟ୍ରପତି ପୁରୁଣା ଦିନର ସ୍ମୃତି ମନେ ପକାଇଥିଲେ। 

ନିଜ ସହପାଠୀଙ୍କ ସହ ଆଲୋଚନା କରିବା ସହ ଛାତ୍ରୀ ଜୀବନର ଅଭୁଲା ସ୍ମୃତିକୁ ମନେପକାଇଥିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଏହି ଅବସରରେ ସେ ତାଙ୍କର ହଷ୍ଟେଲ୍ ମେଟ୍‌ଙ୍କୁ ମନେ ପକାଇଥିଲେ। ହଷ୍ଟେଲ୍ ସମୟରେ ସେ ଯାହା ସହ ରହୁଥିଲେ ଆଜି କାର୍ଯ୍ୟକ୍ରମରେ ସେ ଆସିନଥିବାରୁ ରାଷ୍ଟ୍ରପତି ତାଙ୍କୁ ଖୋଜିଥିଲେ। ଏହାପରେ ରାଷ୍ଟ୍ରପତି କୁନ୍ତଳା କୁମାରୀ ସାବତ ଆଦିବାସୀ ଛାତ୍ରୀନିବାସ ପରିଦର୍ଶନ କରିଥିଲେ। ସେଠାରେ ସେ ଯେଉଁ ଖଟରେ ଶୋଉଥିଲେ, ତା’ ଉପରେ କିଛି ସମୟ ବସିବା ସହ ପୁରୁଣା ସ୍ମୃତି ସବୁକୁ ଗୋଟି ଗୋଟି କରି ମନେ ପକାଇଥିଲେ। 

President Odisha Visit Droupadi Murmu
Advertisment
Advertisment