Advertisment

ହକି ବିଶ୍ୱକପ ପାଇଁ ନୋ ହୋର୍ଡିଂ ଜୋନ୍ ଘୋଷଣା କଲା ବିଏମସି

କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ।

ଅଦ୍ୟତନ ହୋଇଛି
No Hoarding Zone For Hockey World Cup 2023

No Hoarding Zone

Advertisment

ଆସନ୍ତା ୧୩ ତାରିଖରୁ ହକି ବିଶ୍ୱକପ୍। ଏଥିପାଇଁ କାଉଣ୍ଟଡାଉନ୍ ଆରମ୍ଭ ହୋଇଥିବା ବେଳେ, ସବୁଠି ଏବେ ବିଶ୍ୱକପ୍ ଫିଭର। ଭୁବନେଶ୍ୱରରାଉରକେଲା ନୂଆରୂପରେ ସଜେଇ ହେଉଥିବା ବେଳେ, ଏଥିରୁ ବାଦ ପଡିନି ପର୍ଯ୍ୟଟନ ସହର ପୁରୀ। ଏଠାରେ ପ୍ରସ୍ତୁତ କରାଯାଇଛି ୨୨ଫୁଟ ଉଚ୍ଚତାର ହକି ଷ୍ଟିକ୍। ଏହାକୁ ପ୍ରସ୍ତୁତ କରୁଛନ୍ତି ଶିଳ୍ପୀ ମହେଶ୍ୱର ମହାରଣା। ମହେଶ୍ୱର ୧୬ଟି ବିରାଟକାୟ ହକି ଷ୍ଟିକ ପ୍ରସ୍ତୁତ କରିଛନ୍ତି। ଯାହା ଭୁବନେଶ୍ୱର ଓ ରାଉରକେଲା ସହରର ବିଭିନ୍ନ ସ୍ଥାନରେ ପ୍ରଦର୍ଶିତ ହେବ।  

Advertisment

ସେପଟେ ହକି ବିଶ୍ୱକପ ପାଇଁ ସହରର ବିଭିନ୍ନ ଅଞ୍ଚଳକୁ ବିଜ୍ଞାପନ ନିଷେଧାଞ୍ଚଳ ବା ନୋ ହୋର୍ଡିଂ ଜୋନ ଭାବେ ଘୋଷଣା କରିଛି ବିଏମସି। ବିମାନବନ୍ଦରରୁ ଏଜି ଛକ, ଏଜି ଛକରୁ ରାଜଭବନ ଏବଂ ରାଜଭବନରୁ ପାଓ୍ବାର ହାଉସ ଛକ ସବୁ ଅଞ୍ଚଳକୁ ନୋ ହୋର୍ଡିଂ ଜୋନ୍ ଘୋଷଣା କରାଯାଇଛି।

ସେହିଭଳି ରବୀନ୍ଦ୍ରମଣ୍ଡପ ଛକରୁ ୧୨୦ ବାଟାଲିୟନ ଠାରୁ ଆରମ୍ଭ କରି ଏଜି ଛକରୁ ପିଏମଜି ଛକ ଏବଂ ପିଏମଜିରୁ ଜନପଥ ପର୍ଯ୍ୟନ୍ତ ଏ ସମସ୍ତ ଅଞ୍ଚଳ ନୋ ହୋର୍ଡିଂ ଜୋନ ଭିତରେ ଆସିବ। ଏହି ଅଞ୍ଚଳରେ କୌଣସି ହୋର୍ଡି ଲାଗି ପାରିବ ନାହିଁ।

Advertisment

ଅଧିକ ପଢ଼ନ୍ତୁ: ହକି ବିଶ୍ୱକପ୍ ପାଇଁ ବିପଦରେ ସୁନ୍ଦରଗଡ଼ର ୧୫ ହଜାର ଶ୍ରମିକଙ୍କ ଦାନାପାଣି

ଏହି ଅଞ୍ଚଳରେ କୌଣସି ସରକାରୀ ବା ବେସରକାରୀ ବିଜ୍ଞାପନ ହୋର୍ଡିଂ ଲଗାଗଲେ ତାହାକୁ ଜବତ କରାଯିବ। ଏଥିପାଇଁ ବିଏମସି ପକ୍ଷରୁ ଏକ ସ୍କ୍ବାର୍ଡ ଗଠନ କରାଯାଇଛି ବୋଲି କହିଛନ୍ତି ମେୟର ସୁଲୋଚନା ଦାସ।

Advertisment
BMC Hockey World Cup 2023
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ