• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Otv Khabar Bureau

ଭୀଷଣ କଷ୍ଟରେ ଛଟପଟ ହେଉଛି ଦନ୍ତା । ନା ଖାଉଛି, ନା କିଛି ପିଉଛି । ଗତ କିଛି ଦିନ ଧରି କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଆହତ ଅବସ୍ଥାରେ ପଡ଼ି ରହିଛି । ବିଶେଷଜ୍ଞ ଟିମ୍ ଚିକିତ୍ସା ପାଇଁ ଲାଗିଛନ୍ତି । ହାତୀ ଖାଇବା ଛାଡ଼ି ଦେଇଥିବାରୁ ଏବେ ଚିନ୍ତା ଅଧିକ ବଢ଼ିବାରେ ଲାଗିଛି । ଆମ୍ବ, ପଣସ, ଆଖୁ, ବାଉଁଶ ପତ୍ର ଭଳି ବିଭିନ୍ନ ଫଳ ତାକୁ ଖାଇବାକୁ ଦିଆଯିବା ସତ୍ତ୍ୱେ ସେ ଗତକାଲିଠୁ ଆଜି ଖାଇବା ପରିମାଣ କମାଇ ଦେଇଛି । ଡାକ୍ତରୀ ଟିମ୍ ୮ରୁ ଅଧିକ ସାଲାଇନ୍ ଆଜି ହାତୀକୁ ଦେଇଛନ୍ତି ।

ଗତ କିଛିଦିନ ତଳେ ଶିକାରୀଙ୍କ ଗୁଳିର ଶିକାର ହୋଇଥିଲା ଦନ୍ତା ହାତୀ । ନରସିଂହପୁରରେ ଜୀବନ ସହ ସଂଘର୍ଷ କରୁଛି ଗୁଳିବିଦ୍ଧ ଦନ୍ତା । ଦନ୍ତା ମୁଣ୍ଡରେ ଶିକାରୀର ଗୁଳି ବାଜିଥିଲା । ଶିକାରୀ ଗୁଳିରେ ଗୁରୁତର ଆହତ ହୋଇପଡ଼ିଥିଲା ଦନ୍ତାହାତୀ । କଟକ ନରସିଂହପୁର ଜଙ୍ଗଲରେ ଦନ୍ତା ହାତୀ ଗୁରୁତର ହୋଇ ଚିକିତ୍ସିତ ହେଉଛି ।