/odishatv-khabar/media/post_attachments/uploadimage/library/16_9/16_9_0/IMAGE_1651246247.jpg)
scb medical
କଟକ ବଡ଼ ମେଡିକାଲରେ ଛୁଆ ଚୋରି ଘଟଣାରେ ଆସିଛି ଟ୍ବିଷ୍ଟ। ଶିଶୁ କନ୍ୟାକୁ ଭୁଲବଶତଃ ପୁଅ ଭାବି ମେଡିକାଲରୁ ନେଇଯାଇଥିବା କହୁଥିବା ମହିଳା ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି ଅଭିଯୋଗ ହୋଇଛି। ଚୋରି ଶିଶୁ କନ୍ୟାକୁ ଫେରାଇବାକୁ ଆସିଥିବା ବେଳେ ମହିଳାଙ୍କୁ ଅଟକ ରଖିଛି ପୋଲିସ।
ନିଜର ଏକ ପୁତ୍ର ସନ୍ତାନ ଜନ୍ମ କରି ଭୁଲରେ ଝିଅ ଛୁଆ ନେଇଯାଇଥିବା କହୁଥିବା ପ୍ରତାପନଗରୀ ଅଞ୍ଚଳର ଜଣେ ମହିଳାଙ୍କୁ ଅଟକ ରଖିଛି ପୋଲିସ୍। ଏପଟେ ପିଲା ଜନ୍ମର ପ୍ରମାଣ ଦେଖାଇ ପାରୁନଥିବାରୁ ମେଡିକାଲ ଏସ୍ଏନସିରୁ ପିଲା ସେ ହିଁ ଚୋରି କରିଥିବାକହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ। ଏମିତିକି ପିଲା ଫେରାଇବାକୁ ଆସିଥିବା ମହିଳା ବଡମେଡିକାଲରେ ଆଡମିଶନ ହୋଇ ନଥିବା ମଧ୍ୟ କହିଛନ୍ତି ମେଡିକାଲ କର୍ତ୍ତୃପକ୍ଷ।
ସୂଚନା ଅନୁଯାୟୀ, ପୁରୀ ଚନ୍ଦନପୁର ଥାନା ଅଞ୍ଚଳର ତୋଫାନ କୁମାର ଜେନାଙ୍କ ପତ୍ନୀ ଏସସିବି ମେଡିକାଲରେ ଯାଁଳା କନ୍ୟା ପ୍ରସବ କରିଥିଲେ। ଦୁଇଟି ଶିଶୁ କନ୍ୟା ମଧ୍ୟରୁ ଜଣଙ୍କୁ କେହି ନେଇଯାଇଥିବା ଅଭିଯୋଗ ହୋଇଥିଲା। ହେଲେ ପ୍ରତାପନଗରୀର ମହିଳା ଜଣଙ୍କ କହିଛନ୍ତି, ଭୁଲ୍ରେ ତାଙ୍କୁ ପୁଅ ବଦଳରେ ଏକ ଶିଶୁ କନ୍ୟାଙ୍କୁ ଦିଆଯାଇଥିଲା। ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)