/odishatv-khabar/media/post_attachments/uploadimage/library/16_9/16_9_0/jawan_1651383999.jpg)
jawan
ଦେବଦୂତ ସାଜି ବୃଦ୍ଧାଙ୍କ ଜୀବନ ବଞ୍ଚାଇଲେ ଯବାନ । ବୃଦ୍ଧଙ୍କୁ ଦୁଇ କିଲୋମିଟର ଯାଏଁ ଖଟିଆରେ ବୋହିବା ପରେ ମେଡିକାଲ ନେଲେ ଡିଭିଏଫ୍ ଯବାନ । ଏଭଳି ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ମାଥିଲି ବ୍ଲକ କମାରପାଲୀ ଅଂଚଳରେ । ସ୍ଥାନୀୟ ଅଞ୍ଚଳରେ ଏକ ଜନ ସଂପର୍କ ଶିବିର ପାଇଁ ପ୍ରଚାର କରାଯାଉଥିଲା ।
Advertisment
ଯବାନମାନେ ଗାଁରେ ପହଞ୍ଚି ଲୋକଙ୍କୁ ସଚେତନ କରାଉଥିଲେ । ଏହି ସମୟରେ ଗାଁର ଆପୁ ପଡିଆମି ନାମକ ଜଣେ ବୃଦ୍ଧ ରୋଗ ଯନ୍ତ୍ରଣାରେ ଛଟପଟ ହେଉଥିଲେ । ଏହା ଦେଖି ଡିଭିଏଫ ଯବାନମାନେ ତୁରନ୍ତ ସହଯୋଗ ପାଇଁ ଆଗେଇ ଆସିଥିଲେ । ଯବାନଙ୍କ ପାଖରେ ଗାଡି ନଥିବାରୁ ଏକ ଖଟିଆ ସାହାଯ୍ୟରେ ବୃଦ୍ଧଙ୍କୁ ବୋହି ନେଇଥିଲେ।
ପ୍ରାୟ ୨ କିଲୋମିଟର ବୋହି ନେବା ପରେ ସେଠାରୁ ଗାଡ଼ିଯୋଗେ ତାଙ୍କୁ ମାଥିଲି ମେଡିକାଲକୁ ନେଇ ଚିକିତ୍ସା କରାଇଥିଲେ । ଚିକିତ୍ସା ପରେ ବୃଦ୍ଧଙ୍କ ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ଜଣାପଡ଼ିଛି । ଉପାନ୍ତ ଅଞ୍ଚଳରେ ଡିଭିଏଫ୍ ଯବାନଙ୍କ ଏଭଳି କାମକୁ ଖୁବ୍ ପ୍ରଶଂସା କରାଯାଉଛି ।
Advertisment
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)