• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pallipuspa Samal

News Highlights

  • ପୁରୀ ଖଜା ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ

ଆଜି ପବିତ୍ର ରଥଯାତ୍ରା । ରଥଯାତ୍ରା ଉପଲକ୍ଷେ ଘରେ ପୁରୀ ଖଜା ପ୍ରସ୍ତୁତ କରି ଭଗବାନଙ୍କ ନିକଟରେ ଭୋଗ ଲଗାନ୍ତୁ ।  ଖଜାର ଏହି ସୁଆଦିଆ ରେସିପି ବନେଇବା ଅତି ସହଜ ଓ ସରଳ ଅଟେ । ତେବେ ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରାଯାଏ ।

ରଥଯାତ୍ରା ଲାଇଭ ନ୍ୟୁଜ: ରଥଯାତ୍ରାରେ ଏଇଠି ମିଳୁଛି ମାଗଣା ମହାପ୍ରସାଦ ଓ ଟଙ୍କ ତୋରାଣୀ


ଖଜା ପାଇଁ ଆବଶ୍ୟକ ସାମଗ୍ରୀ:

ମଇଦା, ଚାଉଳ ଗୁଣ୍ଡ, ଗୁଜରାତି ଗୁଣ୍ଡ, ଗୁଆଘିଅ, ଚିନି, ତେଲ


ପ୍ରସ୍ତୁତି ପ୍ରଣାଳୀ:

-ପ୍ରଥମେ କିଛି ମଇଦାକୁ ଏକ ପାତ୍ରରେ ନିଅନ୍ତୁ। ସେଥିରେ ଅଳ୍ପ ଗୁଆ ଘିଅ ପକାଇ ଖାସ୍ତା ପାଇଁ ଭଲ ଭାବେ ଗୋଳାଇ ଦିଅନ୍ତୁ। 
-ଏହାପରେ ତାକୁ ପାଣି ପକାଇ ଚକଟି କିଛି ସମୟ ରଖି ଦିଅନ୍ତୁ। ପରେ ଚାଉଳଗୁଣ୍ଡରେ କିଛି ଗୁଆ ଘିଅ ପକାଇ ଲେୟାର ପ୍ରସ୍ତୁତ କରନ୍ତୁ।
-ଏହାପରେ ଚକଟି ରଖିଥିବା ମଇଦାକୁ ରୁଟି ଆକାରେ ବେଲି ଦିଅନ୍ତୁ। ଏପରି ୫ଟି ରୁଟି ବେଲି ରଖନ୍ତୁ। 
-ଏହାପରେ ରୁଟି ଉପରେ ଲେୟାର ଦେଇ ଗୋଟାଏ ଉପରେ  ଗୋଟାଏ ରୁଟି ରଖନ୍ତୁ। ତା’ ପରେ  ରୋଲ ଆକାରରେ ଗୋଡ଼ାଇ ଦିଅନ୍ତୁ।ଯେପରି ଏହା ନ ଖୋଲେ।
-ଏହା ପରେ ରୋଲ ଆକାର ଥିବା ମଇଦାଟି ଗୋଟେ ଗୋଟେ ଇଞ୍ଚ  ଅନୁପାତରେ କାଟି ଦିଅନ୍ତୁ। 
-ଏହାପରେ ଏହାକୁ  ଖଜା ଆକାରରେ ହାଲକା ଭାବେ ବେଲନ୍ତୁ। 
-ଏହା ପରେ କରେଇରେ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଏହାକୁ ହାଲକା ଫ୍ରେମରେ ଛାଣନ୍ତୁ। ଏହା ନାଲି ହୋଇଯିବା ପରେ ତାକୁ ଏକ ପାତ୍ରକୁ କାଢ଼ି ଦିଅନ୍ତୁ।
-ଏହାପରେ ଏକ ପାତ୍ରରେ ପାଣି  ଗରମ କରନ୍ତୁ। ସେଥିରେ ଚିନି  ଓ ଗୁଜରାତି ଗୁଣ୍ଡ ପକାଇ ଶିରା ପ୍ରସ୍ତୁତ କରନ୍ତୁ।
- ଏହି ଶିରାରେ ଛଣା ହୋଇଥିବା ଖଜାକୁ ପକାନ୍ତୁ।  କିଛି ସମୟ ପରେ ତାକୁ ଉଠାଇ ଦିଅନ୍ତୁ।
ଏବେ ପ୍ରସ୍ତୁତ ହୋଇଗଲା ‘ପୁରୀ ଖଜା’ । ମିଠାର ଏହି ସୁଆଦିଆ ରେସିପି ବନେଇ ଆପଣ ଭଗବାନଙ୍କ ନିକଟରେ ଭୋଗ ଲାଗାନ୍ତୁ ।