• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଜୟ ମାଁ ସମଲେଇ, ମାଁ ଗୋ ମୋର ଜୁହାର ଗ୍ରହଣ କର ମାଁ ମୁଇଁ ତୋର ନିକେ ଗୁଟେ ଆଶା ନେଇ କରି ଆସିଛେ । ମାଗୋ ମୋର ପ୍ୟାର ରବୀନ୍ଦ୍ର ସାଙ୍ଗେ ମୋତେ ବିହା କରେଇ ଦେ ମାଆ । ସମକିରର ସହମତିରେ ।’

ଏହା ହେଉଛି ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଇଙ୍କୁ ଜଣେ ଭକ୍ତର ଆକୁଳ ନିବେଦନ । ନିଜ ପ୍ରେମକୁ ସାକାର କରିବାକୁ ମାଆଙ୍କୁ ଜଣାଇଛନ୍ତି ମନର କଥା । ତେବେ ତାଙ୍କ ଗୁହାରୀର ମାଧ୍ୟମ ହେଉଛି ହାତଲେଖା ଚିଠି । ଆଜି ସମେଲେଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣତି ବେଳେ ସାମ୍ନାକୁ ଆସିଛି ଏଭଳି ଚିଠି । ଯେଉଁଥିରେ ମାଆଙ୍କୁ ଅନ୍ତରର କଥା ଜଣାଇ ମାନସିକ ପୂରଣ ପାଇଁ ଲେଖିଛନ୍ତି ଭକ୍ତ ଜଣକ । ସେହିଭଳି ଆଉ ଏକ ଚିଠିରେ ନିଜ ଝିଅ କିଭଳି ନିଟ୍ ପରୀକ୍ଷାରେ ସଫଳ ହେବ, ସେନେଇ ମନୋସ୍କାମନା କରିଛନ୍ତି ଜଣେ ମାଆ । କେବଳ ଏ ଦୁଇଟି ନୁହେଁ, ବଙ୍ଗଳା ଏବଂ ତାମିଲ ଆଦି ଭାଷାରେ ଲେଖାଥିବା ଆଉ କିଛି ଚିଠି ବି ହୁଣ୍ଡିରୁ ମିଳିଛି ।

ସମ୍ବଲପୁରର ମାଆ ସମଲେଇଙ୍କ ହୁଣ୍ଡି ମାସକୁ ଗୋଟିଏ ଥର ଖୋଲାଯାଏ । ପ୍ରତିଥର ହୁଣ୍ଡିରୁ ମିଳିଥିବା ଟଙ୍କା, ସୁନା ରୂପା ଅଳଙ୍କାର ଏବଂ ମୂଲ୍ୟବାନ ସାମଗ୍ରୀ ଗଣତି କରାଯାଇ ବ୍ୟାଙ୍କରେ ଜମା ରଖାଯାଏ । ତେବେ ହୁଣ୍ଡିରୁ ଚିଠି ମିଳିବା ଘଟଣା ନୂଆ ନୁହେଁ । ମାଆଙ୍କ ଉପରେ ବିଶ୍ୱାସ କରୁଥିବା ଭକ୍ତମାନେ ନିଜ ମନୋସ୍କାମନା ପୂରଣ ପାଇଁ ଆଗରୁ ବି ଏମିତି ଅନେକ ଚିଠି ଦେଇଥିବା କଥା କହିଛନ୍ତି ସମଲେଇ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ତ୍ତୃପକ୍ଷ ।