Advertisment

ମା’ ସମଲେଇଙ୍କୁ ଚିଠି- ‘ମୋର ପ୍ୟାର୍‌ ରବୀନ୍ଦ୍ର ସାଙ୍ଗେ ମତେ ବିହା କରେଇ ଦେ...’

ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ।  କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Unique Letters Found From Hundi Of Sambalpur’s Samaleswari temple

Unique Letters Found From Hundi Of Sambalpur’s Samaleswari temple

‘ଜୟ ମା’ ସମଲେଇ। ମା’ ଗୋ ମୋର ଜୁହାର ଗ୍ରହଣ କର ମା’। ତୁଇ ମା’ ଗୋ ମୋର ପ୍ୟାର୍‌ ରବୀନ୍ଦ୍ର ସାଙ୍ଗେ ମତେ ବିହା କରେଇ ଦେ ମା’ ସମକିର୍‌ର ସହମତିରେ...’। ପ୍ରେମ ବିବାହ ସଫଳ କରାଇବାକୁ ମା’ ସମଲେଇଙ୍କୁ ଏପରି କିଛି ଚିଠି ଲେଖିଛନ୍ତି ଜଣେ ଯୁବତୀ। ମା’ ସମଲେଇ ମନ୍ଦିର ଠାକୁରଙ୍କ ହୁଣ୍ଡିରୁ ଏମିତି ଚିଠି ମିଳିବା ପରେ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। 

Advertisment

ମନସ୍କାମନା ପୁରଣ ପାଇଁ ଭକ୍ତ, ଭଗବାନଙ୍କ ନିକଟରେ ଗୁହାରି କରିଥାଏ।  କିଏ ହାତ ଯୋଡି ଜୁହାର ହୋଇଥାଏ ତ ଆଉ କିଏ ମୁଣ୍ଡିଆ ମାରିଥାଏ। ହେଲେ ଠାକୁରଙ୍କୁ ହୁଣ୍ଡିରେ ଚିଠି ପକାଇ ମା’ଙ୍କ ଶରଣ ପଶିଛନ୍ତି ଭକ୍ତ। ମା’ ସମଲେଇଙ୍କ ଉପରେ ଗଭୀର ଆସ୍ଥା ପ୍ରକଟ କରି ହୁଣ୍ଡିରେ ପଡ଼ିଥିବା କିଛି ଚିଠି ଶ୍ରଦ୍ଧାଳୁଙ୍କ ଭାବାବେଗକୁ  ଦର୍ଶାଇଛି। 

ମା’ ସମଲେଇଙ୍କ ହୁଣ୍ଡି ଖୋଲାଯାଇ ଟଙ୍କା ଗଣିବା ବେଳେ ସେଥିରୁ କିଛି ଚିଠି ବାହାରିଛି। ଗୋଟିଏ ଚିଠିରେ କେହି ଜଣେ ଉଲ୍ଲେଖ କରିଛନ୍ତି, ନିଜର ବିବାହ ନିର୍ଦ୍ଦିଷ୍ଟ ଜଣେ ଯୁବକଙ୍କ ସହ କରାଇଦେବା ପାଇଁ। ବହୁତ ଆଶା ନେଇକି ସେ ମା’ ସମଲେଇଙ୍କୁ ଚିଠି ଲେଖିଥିବା କଥା ସେ ଉଲ୍ଲେଖ କରିଛନ୍ତି। ସେହିପରି  ଆଉ ଏକ ଚିଠିରେ କେହି ଜଣେ ନିଜ ଝିଅ କିପରି ନିଟ୍ ପରୀକ୍ଷାରେ କୃତକାର୍ଯ୍ୟ ହେଉ ସେକଥା ଲେଖିଛନ୍ତି। ଆଉ କିଛି ଚିଠି ବଙ୍ଗଳା ଭାଷାରେ ଲେଖା ଯାଇଥିବା ଦେଖିବାକୁ ମିଳିଛି।

Advertisment

ତେବେ ଏସବୁ ଚିଠି ମଧ୍ୟରୁ ବିବାହ ପାଇଁ ଯୁବତୀ ଜଣକ ଲେଖିଥିବା ଚିଠିକୁ ନେଇ ଏବେ ଚର୍ଚ୍ଚା। ଚିଠିରେ ଲେଖାଯାଇଛି, ‘ଜୟ ମା’ ସମଲେଇ। ମା’ ଗୋ ମୋର ଜୁହାର ଗ୍ରହଣ କର ମା’। ମା’ ମୁଇ ତୋର ନିକଟେ ଗୁଟେ ଆଶା ନେଇ କରିକି ଆସିଛେ। ତୁଇ ମା’ ଗୋ ମୋର ପ୍ୟାର୍‌ ରବୀନ୍ଦ୍ର ସାଙ୍ଗେ ମତେ ବିହା କରେଇ ଦେ ମା’ ସମକିର୍‌ର ସହମତିରେ। ଜୟ ମା’ ଜଗତ୍‌ଜନନୀ କି ଜୟ।’

Samaleswari Temple
Advertisment
Advertisment