/odishatv-khabar/media/post_attachments/uploadimage/library/16_9/16_9_0/IMAGE_1674188365.jpg)
Lady blackmailer Archana Nag gets permission for law exam
ଇଣ୍ଟିଗ୍ରେଟେଡ୍ ଲ’ ପରୀକ୍ଷା ଦେବେ ହନିଟ୍ରାପ୍ କ୍ୱିନ୍ ଅର୍ଚ୍ଚନା ନାଗ। ପରୀକ୍ଷା ପୂର୍ବରୁ ଫର୍ମ ଫିଲପ୍ ପାଇଁ ତାଙ୍କୁ ଅନୁମତି ମିଳିଥିବା ବେଳେ, ଜେଲ୍ ମାନୁଆଲ୍ ଅନୁସାରେ ପରୀକ୍ଷା ପାଇଁ ମଧ୍ୟ ଅନୁମତି ମିଳିପାରେ। ଏନେଇ କୋର୍ଟରେ ଅର୍ଚ୍ଚନାଙ୍କ ଓକିଲ ଆବେଦନ କରିଥିଲେ।
ସେପଟେ ଡିଜିଟାଲ୍ ଏଭିଡେନ୍ସ ରିପୋର୍ଟର ଷ୍ଟାଟସ କ’ଣ, ସେନେଇ ଫୋରେନସିକ ଲାବ୍କୁ ଜିଲ୍ଲା ଓ ଦୌରାଜଜ୍ କୋର୍ଟ ରିପୋର୍ଟ ମାଗିଛନ୍ତି। ଯେହେତୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ସେଣ୍ଟ୍ରାଲ ଫୋରେନସିକ ଲାବ୍କୁ ଏଭିଡେନ୍ସ ପଠାଇବାକୁ ଆବେଦନ କରିଥିଲେ, ତା’ ପୂର୍ବରୁ କୋର୍ଟ ଷ୍ଟାଟସ୍ ରିପୋର୍ଟ ମାଗିଥିବା ଜଣାପଡ଼ିଛି।
ଅଧିକ ପଢ଼ନ୍ତୁ: ନୟାଗଡ଼ର କେଉଁ ନେତାଙ୍କୁ ବ୍ଲାକମେଲିଂ କରୁଥିଲେ ଅର୍ଚ୍ଚନା ନାଗ ?
ଅର୍ଚ୍ଚନା ନାଗ ମାମଲାରେ ଖଣ୍ଡଗିରି ଥାନା ପୋଲିସ ଜବତ କରିଥିବା ଡିଜିଟାଲ୍ ଏଭିଡେନ୍ସ ଫୋରେନସିକ ଲାବ୍କୁ ରିକଭରି ପାଇଁ ପଠାଇଥିଲା। ପରେ ଫୋରେନସିକ ଲାବ୍ ୨ଟି ପର୍ଯ୍ୟାୟରେ ଇଡିକୁ ରିପୋର୍ଟ ଦେଇଥିଲେ। ହେଲେ ଏଥିରେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ଇଡି ଖୋଜୁଥିବା ଦିଗ ଗୁଡ଼ିକର ତଥ୍ୟ କାଢିବାରେ ଫୋରେନସିକ ଲାବ୍ ଅସଫଳ ହୋଇଥିବା ଚାର୍ଜସିଟ୍ରେ ଉଲ୍ଲେଖ କରାଯାଇଥିଲା।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)