• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

କୁଡ଼ୁମୀ ସଂଗଠନ ପକ୍ଷରୁ ବାରିପଦାରେ ରେଳରୋକ । କୁଡୁମୀ ଜାତିକୁ ପୁନଃ ଅନୁସୂଚିତ ଜନଜାତି ମାନ୍ୟତା ଦାବିରେ ରେଳରୋକ କରାଯାଇଛି । ବାରିପଦା, ରାଇରଙ୍ଗପୁର ଓ ବେତନଟୀ ଷ୍ଟେସନରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ । ରେଳରୋକ ଯୋଗୁଁ ଅଧାରେ ଅଟକିଲା ବାଙ୍ଗିରିପୋଷି-ଭୁବନେଶ୍ୱର ସୁପରଫାଷ୍ଟ ଟ୍ରେନ୍ । ବାରିପଦା-ସାଲିମାର ଟ୍ରେନ୍ ମଧ୍ୟ ଅଧାରେ ଅଟକି ରହିଥିବା ସୂଚନା ମିଳିଛି ।

କୁଡୁମୀ ସେନା, ଆଦିବାସୀ କୁଡୁମୀ ସମାଜ ଏବଂ ମିଳିତ କୁଡୁମୀ ସମାଜ ପରି ସଂଗଠନ ପକ୍ଷରୁ ଭିନ୍ନ ଭିନ୍ନ ସ୍ଥାନରେ ରେଳରୋକ କରାଯାଇଛି । ରାଇରଙ୍ଗପୁରର ଅଁଳାଯୋଡ଼ିଠାରେ ମଧ୍ୟ ରେଳ ରୋକ କରାଯାଇଛି । ଫଳରେ ଶହ ଶହ ଯାତ୍ରା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଆଜିର ରେଳରୋକ ଯୋଗୁଁ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଝାରଖଣ୍ଡର କୁଡୁମୀ ସମ୍ପ୍ରଦାୟର ଲୋକମାନେ ମଧ୍ୟ ଭିନ୍ନଭିନ୍ନ ସ୍ଥାନରେ ଭିନ୍ନଭିନ୍ନ ରାଜ୍ୟରେ ରେଳରୋକ କରୁ ଅଛନ୍ତି ।

ପୂର୍ବରୁ କୁଡୁମୀ ସମ୍ପ୍ରଦାୟର ଲୋକମାନେ ଆଦିବାସୀ ତାଲିକା ଭୁକ୍ତ ଥିଲେ । ହେଲେ ତାଲିକାରୁ ବାଦ ଦେବା ପରେ ସେମାନେ ବିଭିନ୍ନ ସଂରକ୍ଷଣ ବ୍ୟବସ୍ଥାରୁ ବାଦ ପଡୁଛନ୍ତି । ଏ ନେଇ ଦୀର୍ଘ ଦିନରୁ ପୁନଃ ଆଦିବାସୀ ତାଲିକା ଭୁକ୍ତ କରିବା ପାଇଁ କୁଡୁମୀ ସମ୍ପ୍ରଦାୟ ପକ୍ଷରୁ ଦାବି ହୋଇ ଆସୁଛି । ହେଲେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଏହାକୁ କର୍ଣ୍ଣପାତ କରୁ ନାହାନ୍ତି ବୋଲି ଅଭିଯୋଗ ହେଉଛି।

ସେପଟେ ସୁନ୍ଦରଗଡ଼ ନୁଆଗାଁ ରେଳଷ୍ଟେସନରେ ରେଳରୋକ । ସ୍ଥାନୀୟ ଅଂଚଳର ଲୋକେ । ନୂଆଗାଁ ଷ୍ଟେସନରେ ଦୁଇଟି ଏକ୍ସପ୍ରେସ ଟ୍ରେନ୍ ରହଣୀ ଦାବି କରି ଏହି ରେଳ ରୋକ କରିଛନ୍ତି ସ୍ଥାନୀୟ ଲୋକେ । ତପସ୍ୱିନୀ ଓ ଜାମ୍ମୁ ତାଓ୍ୱି ଏକ୍ସପ୍ରେସ ଟ୍ରେନ ରହଣୀ ଦାବି କରିଛନ୍ତି ନୁଆଗାଁ ବ୍ଲକ ଅଂଚଳର ଜନସାଧାରଣ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଛି । ଶହଶହ ଆନ୍ଦୋଳନକାରୀ ରେଳରୋକ କରିବା ପାଇଁ ନୂଆଗାଁ ରେଳ ଷ୍ଟେସନରେ ପହଞ୍ଚିଛନ୍ତି I