• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭାଙ୍ଗିଲା କିଶୋର ଭାଇନା ମଟନ ଦୋକାନ । ବୁଲଡୋଜର ଲଗାଇ ହୋଟେଲ୍ ଭାଙ୍ଗି ଦେଇଛି ବିଏମସି । ସିଲ୍ ପରେ ବି ହୋଟେଲ୍ ଚଳାଇବାରୁ ବିଏମସି ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଦୁଇ ଦିନ ତଳେ ମଟନ ଦୋକାନ ସିଲ୍ କରିଥିଲା ବିଏମସି । ହେଲେ ତା’ପରେ ବି ହୋଟେଲ ଖୋଲିବା ପରେ ଭୁବନେଶ୍ୱର ଦୂରଦର୍ଶନ କେନ୍ଦ୍ର ପାଖରେ ଥିବା ଦୋକାନକୁ ଭଙ୍ଗାଯାଇଛି ।

ଗୁରୁବାର ଦିନ ଖାଦ୍ୟର ମାନ ଓ ସ୍ୱଚ୍ଛତା ଠିକ୍ ନଥିବାରୁ କିଶୋର ମଟନ୍‌ ଦୋକାନ୍‌କୁ ସିଲ୍ କରାଯାଇଥିଲା । ଏପରିକି କିଶୋର ହୋଟେଲ୍‌ର ଫୁଡ୍ ଲାଇସେନ୍ସ ବାତିଲ୍‌ ସହ ଫାଇନ୍ କରାଯାଇଥିବା ନେଇ ଟ୍ୱିଟ୍ କରି BMC ସୂଚନା ଦେଇଥିଲା । ତେବେ ଗତକାଲି ପୁଣି ସବୁଦିନ ଭଳି ହୋଟେଲ୍‌ରେ ଖାଦ୍ୟ ପ୍ରସ୍ତୁତି ଆରମ୍ଭ ହୋଇଥିଲା । ହୋଟେଲ୍‌ରେ ମଟନ ରନ୍ଧା ଚାଲିଥିଲା ।

ଏନେଇ ପ୍ରଶ୍ନ ମଧ୍ୟ ଉଠିଥିଲାଯେ, ପ୍ରକୃତରେ କିଶୋର ହୋଟେଲ୍‌କୁ ସିଲ୍‌ କରାଯାଇଥିଲା ନା ନାହିଁ ? BMC ଏହାକୁ ଯଦି ସିଲ୍‌  କରିଥିଲା, ତା’ହେଲେ କେଉଁ ପରିସ୍ଥିତି  ପୁଣି ଆଜି ମଟନ ରନ୍ଧା ଚାଲିଥିଲା ।  ତେବେ ଏହି ଦ୍ୱନ୍ଦ୍ୱ ଭିତରେ ଆଜି ମାଟିରେ ମିଶିଛି ଚର୍ଚ୍ଚିତ କିଶୋର ମଟନ ହୋଟେଲ ।

ସୂଚନାଯୋଗ୍ୟ, ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା କିଶୋର ଭାଇନାଙ୍କ ହୋଟେଲ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ଖୁବ୍‌ ପ୍ରସିଦ୍ଧ । ଏଠାରେ ଦିନକୁ ୨୦୦ କେଜି ଖାସି ମାଂସ ରୋଷେଇ ହେଉଥିବା ବେଳେ ପ୍ରବଳ ଗହଳି ଜମେ । ତେଣୁ ଗ୍ରାହକଙ୍କ ମଧ୍ୟରେ କିଶୋର ଭାଇନାଙ୍କ କ୍ରେଜ୍‌ କାହିଁରେ କେତେ । ଆଜିକାଲି ଫୁଡ ବ୍ଳଗର ବିଭିନ୍ନ ସ୍ଥାନରେ ମିଳୁଥିବା ଭଲ ଖାଦ୍ୟର ଭିଡିଓ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଛାଡ଼ୁଥିବା ବେଳେ କିଶୋର ଭାଇନାଙ୍କ ଉପରେ ମଧ୍ୟ ବହୁ ଭିଡିଓ ପ୍ରସ୍ତୁତ ହୋଇ ସାରିଛି ।