/odishatv-khabar/media/post_attachments/uploadimage/library/16_9/16_9_0/IMAGE_1663212040.jpg)
Kishore mutton hotel
ଭୁବନେଶ୍ୱରେ ପ୍ରସିଦ୍ଧି ଲାଭ କରିଥିବା କିଶୋର ହୋଟେଲକୁ ସିଲ୍ କଲା ଭୁବନେଶ୍ୱର ମହାନଗର ନିଗମ । ଖାଦ୍ୟର ମାନ ଓ ସ୍ୱଚ୍ଛତାକୁ ପରଖିବା ପରେ ଏହି ନିଷ୍ପତ୍ତି ନେଇଛି । ଗତକାଲି ହୋଟେଲ୍ ଉପରେ ଚଢ଼ାଉ କରି ଯାଞ୍ଚ କରିଥିଲା ବିଏମସି ଟିମ୍ । ଖାଦ୍ୟରେ ରଙ୍ଗ, ଏକ୍ସପାୟରୀ ସସ୍ ସହ ସ୍ୱଚ୍ଛତା ଅତି ନିମ୍ନ ମାନର ଥିବା ଦେଖିବାକୁ ମିଳିଥିଲା । କିଶୋର ହୋଟେଲର ଫୁଡ୍ ରେଜିଷ୍ଟ୍ରେସନକୁ ବାତିଲ କରିବା ସହ ଫାଇନ୍ ବି ଲାଗିଛି । ଦୂରଦର୍ଶନ କେନ୍ଦ୍ର ନିକଟରେ ଥିବା ଏହି ହୋଟେଲକୁ ବି ନଷ୍ଟ କରିଛି ବିଏମସି ।
ସୂଚନା ଅନୁସାରେ କିଶୋର ଭାଇ ମଟନ ରାଜଧାନୀ ରେ ଭାରି ଫେମସ୍ । ଯାହାକୁ ମନ ହେଲା ଦୂରଦର୍ଶନ କେନ୍ଦ୍ରପାଖକୁ ପଳେଇଯାଆନ୍ତି। ତାଙ୍କର ସେଇ ଝୁପୁଡ଼ି ହୋଟେଲ୍ ପାଖରେ ଗାଡି ରଖି ଦେଇ ଗୋଟେ ପ୍ଲେଟ୍ ମଟନ୍ ଭାତ ଖାଇଦିଅନ୍ତି । କିଶୋର ଭାଇକୁ ଯେତିକି ଲୋକ ନ ଜାଣନ୍ତି, ଦୂରଦର୍ଶନ ମଟନ୍ ନାଁରେ ବେଶି ଜାଣନ୍ତି। ଏଠି ମଟନ୍ ଖାଇବାକୁ ଲୋକଙ୍କ ପ୍ରବଳ ଭିଡ଼ ଲାଗେ ।
ନିଜର ସ୍ୱତନ୍ତ୍ର ମଟନ୍ ତରକାରୀ ପାଇଁ ପ୍ରସିଦ୍ଧ ଥିଲେ କିଶୋର । ତାଙ୍କ ନାଁରେ ଶହ ଶହ ଭିଡିଓ ୟୁଟ୍ୟୁବରେ ବୁଲୁଛି। ହେଲେ ସେଇଠି ବିଏମସି ଚଢ଼ାଉ କରି ଏବେ ସିଲ୍ କରିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)