Advertisment

ଦେଶ ସେବାରେ ଜାମୁଡିହା ଗାଁ, ପାଇଛି ସ୍ୱତନ୍ତ୍ର ପରିଚୟ

ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗାଁର ଅଧିକାଂଶ ଯୁବକ ଦେଶ ସେବାରେ ନିୟୋଜିତ । ଏହି ଗାଁର ସଭିଙ୍କ ମନରେ ଦେଶ ପ୍ରତି ସ୍ନେହ ଓ ଭଲପାଇବା ରହିଛି । ଗାଁରେ ପିଲା ଜନ୍ମ ହେବାକ୍ଷଣି ମନରେ ଦେଶସେବା ପାଇଁ ଉତ୍ସାହ ଭରିଦିଏ ଗାଁର ବାତାବରଣ ।

author-image
Pallipuspa Samal
ଅଦ୍ୟତନ ହୋଇଛି
Jamudiha Received The Service of the Country

unique village

ଗାଁରେ ଅଧାରୁ ଅଧିକ ଯୁବକ ଦେଶ ସେବାରେ ନିୟୋଜିତ ଥିବା ବେଳେ ଗାଁର ସୁଯୋଗ୍ୟ ସନ୍ତାନ ସେନାରୁ ଅବସର ପରେ ଗାଁକୁ ଫେରିଛନ୍ତି। ଗାଁର ସୁନାପୁଅକୁ ପାଛୋଟି ନେବାକୁ ଗାଁ ମୁଣ୍ଡରେ ଶତାଧିକ ଲୋକେ ଏକ ହୋଇ ବ୍ୟାଣ୍ଡ ବଜାଇ ଦୀପରେ ବନ୍ଦାପନା କରି ଗାଁକୁ ପାଛୋଟି ଆଣୁଛନ୍ତି।

Advertisment

 ବାଲେଶ୍ଵର ଜିଲ୍ଲା ନୀଳଗିରି ବ୍ଲକ ଜାମୁଡିହା ଗ୍ରାମର ସୁନା ପୁଅ ସୁବେଦାର ହନିଲେପଟେଣ୍ଡ ସୁଶାନ୍ତ ପରିଡା । ୨୮ ବର୍ଷର ସେନା ଚାକିରି ପରେ ସେ ଅବସର ନେଇ ଗାଁକୁ ଫେରିଛନ୍ତି ।ସେନାରେ ଥିବା ଭିତରେ ପାକିସ୍ତାନ ଓ ଚାଇନା ସହ ସେ ଯୁଦ୍ଧ ଲଢ଼ିଛନ୍ତି ।

ଦେଶ ମାତୃକାକୁ ସୁରକ୍ଷା ଦେଇଛନ୍ତି । ଅବସର ପରେ ଗାଁକୁ ଆସିଥିବାବେଳେ ଗାଁ ଲୋକେ  ବ୍ୟାଣ୍ଡ ବାଜା ବଜାଇ ସ୍ୱାଗତ କରିଛନ୍ତି । ଗାଁର ଅଧିକାଂଶ ଯୁବକ ଆଜି ଦେଶ ସେବାରେ ଥିବାରୁ ଜାମୁଡିହା ଗାଁ ଆଜି ପାଇଛି ସ୍ୱତନ୍ତ୍ର ପରିଚୟ ।

Advertisment

National Defence Services
Advertisment
Advertisment