• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ମୃତ୍ୟୁକୁ ମାତ୍‌ ଦେଇହେବ ବୋଲି ଭବିଷ୍ୟବାଣୀ କରିଥିଲା କୁର୍ଜୱିଲ୍ କିଏ(Ray Kurzweil) ? ତାଙ୍କ ମନଗଢ଼ା କଥାକୁ ଲୋକେ ଏତେ ଗୁରୁତ୍ୱର ସହ ନେଉଛନ୍ତି କାହିଁକି ? ତେବେ ଆପଣ ବି ଯଦି ତାଙ୍କର ପୂର୍ବ ଭବିଷ୍ୟବାଣୀ ଗୁଡ଼ିକ କଥା ଜାଣିବେ, ତେବେ ଆପଣ ବି ତାଙ୍କୁ ଗୁରୁତ୍ୱର ସହ ନେବେ ଏବଂ ଭାବିବାକୁ ବାଧ୍ୟ ହେବେ ଯେ, ସତରେ ମଣିଷ ଆଉ ୭ ବର୍ଷ ପରେ ମୃତ୍ୟୁକୁ ପରାଜିତ କରିବନି ତ?

ଆମେରିକାର ୭୫ ବର୍ଷୀୟ ପ୍ରଖ୍ୟାତ କଂପ୍ୟୁଟର ସାଇଣ୍ଟିଷ୍ଟ ତଥା ଗୁଗଲର ପୂର୍ବତନ ଇଞ୍ଜିନିୟର ରେମଣ୍ଡ୍ କୁର୍ଜୱିଲ୍। ୧୯୯୯ରେ ତାଙ୍କୁ ମିଳିଥିଲା ନ୍ୟାସନାଲ ମେଡାଲ୍ ଅଫ୍ ଟେକନୋଲୋଜି । ୨୦୦୨ରେ ନ୍ୟାସନାଲ ଇନଭେଣ୍ଟର୍ସ ହଲ୍ ଅଫ୍ ଫେମରେ ସାମିଲ ହୋଇଥିଲେ ସେ । ୨୦୧୨ରେ ଯୋଗ ଦେଇଥିଲେ ଗୁଗଲରେ । ତେବେ '୨୦୩୦ ସୁଦ୍ଧା ମଣିଷ ଅମରତ୍ୱ ପାଇବ' ଏହା ତାଙ୍କର ପ୍ରଥମ ଭବିଷ୍ୟବାଣୀ ନୁହେଁ । ସେ ଘୋଷଣା କରିଥିବା ଟେକନୋଲୋଜି ସଂପର୍କିତ ୧୪୭ଟି ଭବିଷ୍ୟବାଣୀରୁ ୮୬ ପ୍ରତିଶତ ସତ ସାବ୍ୟସ୍ତ ହୋଇଛି । 

ଅଧିକ ପଢ଼ନ୍ତୁ: ଆସୁଛି ବଡ଼ ବିପଦ ! ଭାରତକୁ ନେଇ ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ

ତାଙ୍କର ଭବିଷ୍ୟବାଣୀ ସତ ପ୍ରମାଣିତ ହେବାର ଟ୍ରାକ୍ ରେକର୍ଡ ହିଁ ବିଶ୍ୱ ବିଖ୍ୟାତ କରିଛି କୁର୍ଜୱିଲଙ୍କୁ । ୧୯୯୦ ମସିହାରେ ସେ ପୂର୍ବାନୁମାନ କରିଥିଲେ ଯେ, ୨୦୦୦ ମସିହା ବେଳକୁ କଂପ୍ୟୁଟର ମଣିଷକୁ ଚେସ୍ ଖେଳରେ ହରାଇଦେବ । ଏହା ସତ ପ୍ରମାଣିତ ହୋଇଥିଲା ୧୯୯୭ ମସିହାରେ, ଯେତେବେଳେ ଗ୍ୟାରି କାସ୍ପାରୋଭଙ୍କ ହରାଇଥିଲା କଂପ୍ୟୁଟର ଡିପ୍ ବ୍ଲୁ।

ଇଣ୍ଟରନେଟର ବ୍ୟାପକତା ଓ ୱେରଲେସ୍ ଟେକନୋଲୋଜି ସଂପର୍କରେ ବି ସେ ଆଗରୁ ଆକଳନ କରିସାରିଥିଲେ । ୧୯୯୯ ସୁଦ୍ଧା ମଣିଷ ଘରେ ବସି ନିଜ ପସନ୍ଦର ଓ ମାପର ପୋଷାକ କଂପ୍ୟୁଟରରୁ କିଣିପାରିବ ବୋଲି ମଧ୍ୟ ସେ ଆଗରୁ ଭବିଷ୍ୟବାଣୀ କରିଥିଲେ ।୨୦୦୯ ସୁଦ୍ଧା ବିଭିନ୍ନ ଆକାର ଓ ପ୍ରକାରର ପୋର୍ଟେବଲ୍ କଂପ୍ୟୁଟର ବ୍ୟବହାର ହେବ ବୋଲି ସେ ଆଗରୁ ଜାଣିସାରିଥିଲେ ।

ତାଙ୍କର ଆଉ କିଛି ଚର୍ଚ୍ଚିତ ଭବିଷ୍ୟବାଣୀ ହେଉଛି, ୨୦୨୯ ବେଳକୁ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ବା କୃତ୍ରିମ ବୁଦ୍ଧିମତା ଟ୍ୟୁରିଂ ଟେଷ୍ଟ୍ ପାସ୍ କରିବ ଏବଂ ମଣିଷ ଭଳି ବୁଦ୍ଧିମାନ ସାବ୍ୟସ୍ତ ହେବ । ୨୦୪୫ ସୁଦ୍ଧା ମଣିଷ ଆର୍ଟିଫିସିଆଲ୍ ଇଣ୍ଟଲିଜେନ୍ସ ସହିତ ମିଶି ନିଜ ବୁଦ୍ଧିକୁ କୋଟି କୋଟି ଗୁଣ ବଢାଇ ପାରିବ । ତେବେ ଏସବୁ ଆଗକୁ କେତେ ସତ ହେଉଛି, ତା’ ଉପରେ ନଜର ।...

ଅଧିକ ପଢ଼ନ୍ତୁ: ମୃତ୍ୟୁକୁ ଟାଳିହେବ . . ୨୦୩୦ ବେଳକୁ ଅମର ପାଲଟିବ ମଣିଷ !!