• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଅଳ୍ପ ଖର୍ଚ୍ଚରେ ଟ୍ରେନ୍‌ରେ ଦୂର ଯାତ୍ରା କରିବାକୁ ପ୍ରାୟ ସମସ୍ତେ ପସନ୍ଦ କରିଥା’ନ୍ତି । ଯାତ୍ରୀମାନଙ୍କୁ ଅନେକ ସୁବିଧା ଯୋଗାଇ ଦେଇଥାଏ ରେଳ ବିଭାଗ । ବର୍ତ୍ତମାନ ସମୟରେ ଟ୍ରେନ୍‌ ଯାତ୍ରାରେ ଅନେକ ପରିବର୍ତ୍ତନ ଆସିଲାଣି । ଭାରତ ସରକାର ଓ ରେଳ ବିଭାଗ ଯାତ୍ରୀମାନଙ୍କ ସୁରକ୍ଷା ପ୍ରତି ସୃତନ୍ତ୍ର ଦୃଷ୍ଟି ଦେଇଛନ୍ତି ।

ଏପରିକି ଅଳ୍ପ ସମୟରେ ଯାତ୍ରୀମାନେ ନିର୍ଦ୍ଧାରିତ ସ୍ଥାନରେ ପହଞ୍ଚି ପାରୁଛନ୍ତି । ଭାରତୀୟ ରେଳବାଇ ପକ୍ଷରୁ ଅନେକ ହାଇ ସ୍ପିଡ୍‌ ଟ୍ରେନ୍‌ ମଧ୍ୟ ଚଳାଚଳ କରିଲାଣି । ଯାହାଦ୍ୱାରା ଯାତ୍ରୀମାନେ ଖୁବ୍‌ କମ୍‌ ସମୟ ମଧ୍ୟରେ ଯାତ୍ରା କରିପାରୁଛନ୍ତି । ପୂର୍ବରୁ କୋଇଲା ଦ୍ୱାରା ଆମ ଦେଶରେ ଟ୍ରେନ୍‌ ଚାଲୁଥିଲା ।

ଅଧିକ ପଢ଼ନ୍ତୁ: ଟ୍ରେନ ପଛରେ କାହିଁକି ରହିଥାଏ ‘X’ ଚିହ୍ନ ? କ’ଣ ଏହାର କାରଣ ? ଜାଣନ୍ତୁ...

ପରେ ପରେ ଡିଜେଲ ଟ୍ରେନ୍‌ ଗଡ଼ିବା ସହ ବର୍ତ୍ତମାନ ଟେକ୍ନୋଲଜିରେ ପରିବର୍ତ୍ତନ ଅଣାଯାଇ ବୈଦ୍ୟୁତିକ ଟ୍ରେନ୍‌ ଚାଲିଲାଣି । ହେଲେ ଏବେ ବି କେତେକ ସ୍ଥାନରେ ଡିଜେଲ ଟ୍ରେନ୍‌ ଚାଲୁଛି । ଡିଜେଲ ଟ୍ରେନ୍‌କୁ ନେଇ ଆପଣ ଅଧିକ କିଛି ଜାଣନ୍ତି କି ? ଯେମିତି ଗୋଟିଏ ଲିଟର ଡିଜେଲରେ କେତେ କିମି ଯାଏ ଟ୍ରେନ୍‌ । ଅର୍ଥାତ୍‌ ଗୋଟିଏ ଲିଟର ଡିଜେଲରେ ଟ୍ରେନ୍‌ କେତେ କିଲୋମିଟର ଚାଲେ ? ଆସନ୍ତୁ ଜାଣିବା...

ଆମେ ଏଠାରେ ଆପଣଙ୍କୁ ପ୍ରଥମେ କହିବାକୁ ଚାହିଁବୁ ଆମ ଦେଶରେ ଚାଲୁଥିବା ସମସ୍ତ ଟ୍ରେନ୍‌ର ମାଇଲେଜ ସମାନ ନୁହେଁ । ଭାରତୀୟ ରେଳବାଇ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନରେ ଗଡ଼ୁଥିବା ଟ୍ରେନ୍‌ ଗୁଡ଼ିକ ବିଭିନ୍ନ ବିଭାଗର ହୋଇଥା’ନ୍ତି । ସମସ୍ତ ଟ୍ରେନ୍‌ ଗୁଡ଼ିକର ମାଇଲେଜ ମଧ୍ୟ ଅଲଗା ଅଲଗା ରହିଛି ।

ଟ୍ରେନ୍‌ ଗୁଡ଼ିକର ଇଞ୍ଜିନ୍‌, ତା’ର ପାୱାର ଓ ଓଜନକୁ ନେଇ ଯାତ୍ରା କରିଥାଏ । ଯାହା ଦ୍ୱାରା ଟ୍ରେନ୍‌ ଗୁଡ଼ିକର ମାଇଲେଜ୍‌ ଭିନ୍ନ ହୋଇଥାଏ । ୧୨ଟି ଡବାକୁ ନେଇ ଯାତ୍ରା କରୁଥିବା ଯାତ୍ରୀବାହୀ ଟ୍ରେନ୍‌ ଇଞ୍ଜିନ୍‌ ୬ ଲିଟର ଡିଜେଲରେ ମାତ୍ର ଗୋଟିଏ କିଲୋମିଟର ଯାତ୍ରା କରିଥାଏ ।

ସେହିପରି ୨୪ଟି ଡବାକୁ ନେଇ ଯାତ୍ରା କରୁଥିବା ସୁପରଫାଷ୍ଟ ଟ୍ରେନ୍‌ ଇଞ୍ଜିନ୍‌ ୬ ଲିଟର ଡିଜେଲରେ ମଧ୍ୟ ମାତ୍ର ଗୋଟିଏ କିଲୋମିଟର ଯାତ୍ରା କରିଥାଏ । ତା’ଛଡ଼ା କେବଳ ୧୨ଟି ଡବା ବିଶିଷ୍ଟ ଏକ୍ସପ୍ରେସ୍‌ ଟ୍ରେନ୍‌ ସାଢ଼େ ୪ ଲିଟର ଡିଜେଲରେ ମାତ୍ର ଗୋଟିଏ କିଲୋମିଟର ମାଇଲେଜ୍‌ ଦେଇଥାଏ ।