• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆମ ଜୀବନରେ ଏମିତି ଅନେକ କିଛି ଜିନିଷ ନଜରରେ ପଡ଼ିଥାଏ । କିନ୍ତୁ ଆମେ ତାକୁ କେବେ ଗୁରୁତ୍ୱ ଦେଇନଥାଉ । ତା’ବିଷୟରେ ଜାଣିବାକୁ ବି ସେମିତି କିଛି ବିଶେଷ ଇଚ୍ଛା ନଥାଏ । କିନ୍ତୁ ବାସ୍ତବରେ ତାହାର ଆମ ଦୈନନ୍ଦିନ ଜୀବନରେ ଏକ ବଡ଼ ଭୁମିକା ରହିଥାଏ । ଯାହାକୁ ଆମେ ନଜର ଅନ୍ଦାଜ କରିଥାଉ । ସେମିତି ଏକ ଜିନିଷ ହେଲା, ଟ୍ରେନ୍‌ ପଛରେ ଅଙ୍କା ଯାଇଥିବା ଏକ ବଡ଼ ଛକ ଚିହ୍ନ ।

ଆମେ ସମସ୍ତେ ପ୍ରାୟ ରେଳ ଷ୍ଟେସନ୍‌ ଯାଇଥିବା । ଟ୍ରେନ୍‌ରେ ବି ଯାତ୍ରା କରିଥିବା । ଆଉ ଏଇଟା ବି ଦେଖିଥିବା ଯେ, ଟ୍ରେନ୍‌ର ସବୁଠାରୁ ଶେଷରେ ଲାଗିଥିବା ବଗି ପଛରେ ଏକ ବିରାଟ ଛକ ଚିହ୍ନ ରହିଥାଏ । କିନ୍ତୁ ଏହି ଛକ ଚିହ୍ନ କାହିଁକି ରହିଥାଏ । କ’ଣ ଏହାର କାମ । କାହିଁକି ଏହାର ଆକାର ବଡ଼ ରଖାଯାଇଥାଏ । ଆଉ କାହିଁକି ଏହାର ରଙ୍ଗ ହଳଦିଆ ରହିଥାଏ । ଏଭଳି ପ୍ରଶ୍ନ ବୋଧ ହୁଏ କେବେ ଆମ ମନକୁ ଆସିଥିବ । ଆମେ ଏହାକୁ କେବେ ଗୁରୁତ୍ୱ ଦେଇ ନଥାଉ । କିମ୍ବା କାହାକୁ କେବେ ପଚାରିନଥାଉ ।

ଅଧିକ ପଢ଼ନ୍ତୁ: ଆପଣ ଜାଣନ୍ତିକି ଏଲପିଜି ସିଲିଣ୍ଡରର ରଙ୍ଗ ନାଲି କାହିଁକି ?

ତେବେ ଏହାକୁ ନେଇ ରେଳ ମନ୍ତ୍ରାଳୟ ପକ୍ଷରୁ ନିକଟରେ ଏକ ଟ୍ୱିଟ୍‌ କରାଯାଇଥିଲା । ଯେଉଁଥିରେ ଏହି ‘X’ବିଷୟରେ କୁହାଯାଇଛି । ଏହି ବିରାଟ ‘X’ ବା ଛକ ଚିହ୍ନ ବିଷୟରେ ଜାଣିବା ପାରେ ଆପଣ ବି ତାଜୁବ ହେବେ । ଏହି ‘X’ ଚିହ୍ନ ସାଧାରଣତଃ ଟ୍ରେନ କର୍ମଚାରୀଙ୍କ ସୁବିଧା ପାଇଁ ଅଙ୍କାଯାଇଥାଏ । ଦୂରରୁ ଯେଭଳି ଏହା ସ୍ପଷ୍ଟ ବାରି ହେବ ସେଥିପାଇଁ ଏହାକୁ ବଡ଼ ଆକାରର କରାଯାଇଥାଏ । ଆଉ ହଳଦିଆ ରଙ୍ଗ ଥିଲେ ଏହା ଦୂରରୁ ବି ସ୍ପଷ୍ଟ ନଜର ଆସେ ।  

ଟ୍ରେନ୍‌ ସମ୍ପୂର୍ଣ୍ଣ ଭାବେ ଯାଇଛି ନା ନାହିଁ ଏହି ଚିହ୍ନରୁ ଷ୍ଟେସନ ଗାର୍ଡ଼ ଜାଣିପାରନ୍ତି । କାଳେ କୌଣସି କାରଣରୁ କୌଣସି ବଗି ବିଚ୍ଛିନ୍ନ ହୋଇ ରହିଯାଇଥିବ ତେଣୁ ନିଶ୍ଚିତ ହେବା ପାଇଁ ‘X’ ଲେଖାଯାଇଥାଏ । ଯଦି ଏହି ‘X’ ଚିହ୍ନ ବଗିରେ ନ ଥିବ ତେବେ ଷ୍ଟେସନ କର୍ମଚାରୀ ଟ୍ରେନ୍‌ ଅଟକାଇବା ପାଇଁ ସଙ୍କେତ ଦେଇଥାଆନ୍ତି। ଆଉ ସମସ୍ୟା ଅବଗତ କରାଇଥାଆନ୍ତି ।

ପୂର୍ବରୁ ଟ୍ରେନ୍‌ର ଶେଷ ବଗିରେ ଲ୍ୟାମ୍ପ ବା ଲଣ୍ଠନ ମଧ୍ୟ ଲଗାଯାଇଛି । ଏହି ଲ୍ୟାମ୍ପ ଆଗରୁ ତେଲରେ ଜଳୁଥିଲା। ଏବେ ଏହା ବିଦ୍ୟୁତଶକ୍ତି ଦ୍ୱାରା ଜଳୁଛି । ନିୟମ ଅନୁସାରେ ସବୁ ଟ୍ରେନର ଶେଷ ବଗିରେ ଏହି ଚିହ୍ନ ରଖିବା ବାଧ୍ୟତା ମୂଳକ । ଏହାଛଡା ଟ୍ରେନର ଶେଷ ବଗିରେ ଏକ ବୋର୍ଡ ଟଙ୍ଗାଯାଇଥାଏ ଯେଉଁଥିରେ କି ‘LV’ ଲେଖାଯାଇଥାଏ । ‘ଏଲଭି’ ହେଉଛି ଲାଷ୍ଟ ଭେଇକିଲ ବା ଶେଷ ବଗି।