• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ଆପାର୍ଟମେଣ୍ଟ ରେଜିଷ୍ଟ୍ରେସନ୍ ପାଇଁ ଫିଟିଲା ବାଟ । ବିଧାନସଭାରେ ଆଗତ ହେଲା ବହୁ ପ୍ରତୀକ୍ଷିତ ଓଡ଼ିଶା ଆପାର୍ଟମେଣ୍ଟ ଓନରସିପ୍ ଆଣ୍ଡ ମ୍ୟାନେଜମେଣ୍ଟ ବିଲ୍-୨୦୨୩ । ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ ଏହି ବିଲ୍‌କୁ ବିଧାନସଭାରେ ଆଗତ କରିଛନ୍ତି । ବିଲ୍ ଅନୁସାରେ, ଫ୍ରି ହୋଲ୍ଡ ଜମି ହେଉ କି ଲିଜ୍ ହୋଲ୍ଡ, ସବୁ ଜମି ଉପରେ ଲାଗୁ ହେବ ଏହି ଆଇନ । ସେହିଭଳି ନୂଆ, ପୁରୁଣା ସବୁ ଆପାର୍ଟମେଣ୍ଟ ଏହି ଆଇନ୍ ପରିସରଭୁକ୍ତ ହେବେ । ବାସଗୃହ ପ୍ରକଳ୍ପର ସମ୍ପୂର୍ଣ୍ଣ ଜମିକୁ କମନ୍ ଏରିଆ ବୋଲି ବିବେଚନା କରାଯିବ। ଅକ୍ୟୁପାନ୍ସି ସାର୍ଟିଫିକେଟ୍, ଓରେରା ସାର୍ଟିଫିକେଟ୍ ଓ ଆସୋସିଏସନ୍ ଥିଲେ ହିଁ ଆପାର୍ଟମେଣ୍ଟ ଡିଡ୍ ରେଜିଷ୍ଟ୍ରେସନ ହୋଇପାରିବ ।

କୌଣସି ପ୍ରକଳ୍ପରେ ଅତିକମରେ ୭ ଜଣ ବାସଗୃହ କ୍ରେତା କିମ୍ବା ୫୦ ପ୍ରତିଶତ କ୍ରେତା ଥିଲେ ହିଁ ଆସୋସିଏସନ୍ ଗଠନ ହୋଇପାରିବ । ତେବେ ଗୋଟିଏ ପ୍ରକଳ୍ପରେ ମାତ୍ର ଗୋଟିଏ ହିଁ ଆସୋସିଏସନ୍ ହୋଇପାରିବ । ସେହିପରି ଆସୋସିଏସନ୍ ଗଠନ ଲାଗି ପ୍ରକଳ୍ପରେ ଏକାଧିକ ଆପାର୍ଟମେଣ୍ଟ ଅଧିକାରୀ ହୋଇଥିବା ବ୍ୟକ୍ତି, ମାତ୍ର ଗୋଟିଏ ହିଁ ଭୋଟ୍ ଦେଇପାରିବେ ।