• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଫୁଟପାଥରେ କେହି ବି ରାତି କାଟିବେନି । କୌଣସି ବି ବ୍ୟକ୍ତି ରାତିରେ ବେସାହାରା ରହିବନି । ଏନେଇ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ଓ ବ୍ୟବସ୍ଥା ରହିଛି । ହେଲେ ସେସବୁ କଣ ଲୋକଙ୍କୁ ମିଳୁଛି । ରାଜଧାନୀ ଭୁବନେଶ୍ୱରରେ ଲୋକେ ଆଜି ବି ଶୀତ କାକର ରାତିରେ ବାହାରେ ଶୋଇ ରହୁଛନ୍ତି । ନା ସେମାନଙ୍କ କଥା ବୁଝିବାକୁ କେହି ଅଛି, ନା ଏମାନଙ୍କ ପାଇଁ ଚିନ୍ତା କରିବାକୁ କେହି ।

ଅଧିକ ପଢ଼ନ୍ତୁ: ରାତ୍ରୀ ଆଶ୍ରୟସ୍ଥଳୀ ବଦଳରେ ଖୋଲା ଆକାଶ : ଶୀତ ରାତିରେ ଥରି ଥରି ରାତି କଟାଉଛନ୍ତି ନିରାଶ୍ରୟ

ରାଜଧାନୀ ଭୁବନେଶ୍ୱର...ସ୍ମାର୍ଟ ସିଟି ଏହାର ପରିଚୟ । ରାତିରେ ଯେପରି ଏଠି କେହି ବାହାରେ ଶୋଇବେନି ସେ ନେଇ ହୋଇଛି ଅନେକ ବ୍ୟବସ୍ଥା । ହେଲେ ଆଜି ବି ଅନେକ ବେସାହାରା ରାସ୍ତାରେ ଶୋଉଛନ୍ତି । ମାଷ୍ଟରକ୍ୟାଣ୍ଟିନ୍ କୁହନ୍ତୁ ଅବା ରାମ ମନ୍ଦିର ଛକ ରାଜମହଲ କିମ୍ବା ୟୁନିଟ୍ ୩ ସବୁଠୁ ଫୁଟପାଥକୁ ଶେଜ ଆଉ ଖୋଲା ଆକାଶକୁ ଛାତ କରି ଅନେକ ନିଜ ରାତି କାଟୁଛନ୍ତି । ଶୀତ ଦିନେ ତ ଏ କଷ୍ଟ ଅଧିକ ବଢ଼ି ଯାଇଛି । କାରଣ ଏମିତି ହାଡ଼ ଥରାଇ ଦେଉଥିବା ଥଣ୍ଡା ଓ କଲବଲ କରୁଥିବା ମଶାଙ୍କ ଭିତରେ ରାତି କାଟିବା କଥା କଳନା କରିବା ବି ମୁସକିଲ୍ ।

ଭୁବନେଶ୍ୱରରେ ଲୋକଙ୍କ ରାତି କାଟିବାକୁ ଅନେକ ବ୍ୟବସ୍ଥା ହୋଇଛି । ୭ରୁ ୮ଟି ଆଶ୍ରୟ ସ୍ଥଳି ଥିବା କଥା ସରକାର କହୁଛନ୍ତି । ହେଲେ ସେସବୁ ଆଖି ଦୃଶିଆ ଫଳପ୍ରଦ ହୋଇପାରି ନାହିଁ

ବରମୁଣ୍ଡାରେ ଥିବା ଆଶ୍ରୟସ୍ଥଳୀ ଏବେ ନିର୍ମାଣଧିନ ରହିଛି । ମାଳି ସାହି, କାରଗିଲ ବସ୍ତି ଭଳି କିଛି ଆଶ୍ରୟସ୍ଥଳୀ କାର୍ଯ୍ୟକ୍ଷମ ରହିଛି । ଆଶ୍ରୟସ୍ଥଳୀରେ ନିର୍ଦ୍ଦିଷ୍ଟ ଭାବେ କିଛି ଲୋକ ମାସ ମାସ ଧରି ରହୁଥିବା ବେଳେ ଅନେକ ଏବେ ବି ଏମିତି ଖୋଲା ଆକାଶ ତଳେ ଜୀବନ କାଟୁଛନ୍ତି । ଏଠି ପ୍ରଶ୍ନ ଉଠୁଛି ରାତିରେ ବାହାରେ ଶୋଉଥିବା ଲୋକଙ୍କୁ ଆଶ୍ରୟସ୍ଥଳୀ ଯାଏଁ ପହଞ୍ଚାଇବା ଦାୟିତ୍ୱ କାହାର ?