Advertisment

ଅଭାବନୀୟ ଘଟଣା: ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ମାଡ଼ ମାରିଲା ପୋଲିସ୍‌

ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି।

ଅଦ୍ୟତନ ହୋଇଛି
Habisiyali

Habisiyali Allegedly Thrashed By Police In Puri Srimandir

Advertisment

ପୁରୀ ଶ୍ରୀମନ୍ଦିର ପରିସରରେ ମହିଳା ଶ୍ରଦ୍ଧାଳୁଙ୍କୁ ପୋଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଘଣ୍ଟିଦ୍ୱାର ନିକଟରେ ପୋଲିସ ମାଡ଼ ମାରିଥିବା ଅଭିଯୋଗ ଶ୍ରଦ୍ଧାଳୁ ଜଣକ ଅଭିଯୋଗ କରିଛନ୍ତି। ଆହତ ମହିଳାଙ୍କ ନାଁ ମାଧୁରୀ ଦାଶ। ତାଙ୍କ ଘର ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଅଞ୍ଚଳରେ ବୋଲି ସୂଚନା ମିଳିଛି। ପୋଲିସ୍‌ ମାଡ଼ରେ ତାଙ୍କ ମୁଣ୍ଡରେ ଆଘାତ ଲାଗିଛି। ତାଙ୍କୁ ପୁରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Advertisment

ଅଧିକ ପଢ଼ନ୍ତୁ: ସାରା ଓଡ଼ିଶାରେ ଏହି ଗୋଟିଏ ସ୍ଥାନ, ୫ ଟଙ୍କାରେ ହବିଷ୍ୟାଳିଙ୍କୁ ମିଳୁଛି ହବିଷାନ୍ନ

ସୂଚନା ଅନୁସାରେ, କାର୍ତ୍ତିକ ବ୍ରତ ପାଳନ ଲାଗି ମାଧୁରୀ ପୁରୀ ଆସି ବାସେଳିସାହିରେ ରହୁଥିଲେ। ଆଜି ପଞ୍ଚୁକର ଚତୁର୍ଥ ଦିନ ଥିବାରୁ ମହାପ୍ରଭୁଙ୍କ ଦର୍ଶନ ଲାଗି ଶ୍ରୀମନ୍ଦିର ଯାଇଥିଲେ। ହେଲେ ଘଣ୍ଟିଦ୍ୱାର ନିକଟରେ ପୋଲିସ୍‌ ତାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ମୁଣ୍ଡରେ ଆଘାତ ଲାଗିବାରୁ ତାଙ୍କୁ ପୁରୀ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। 

Advertisment

ସୂଚନାଥାଉ କି, କିଛିଦିନ ପୂର୍ବେ ଶ୍ରୀମନ୍ଦିରରେ ହବିଷ୍ୟାଳିଙ୍କୁ ଜଣେ ସେବାୟତ ମାଡ଼ ମାରିବା ସହ ଦୁର୍ବ୍ୟବହାର କରିଥିବାର ଅଭିଯୋଗ ହୋଇଥିଲା। କାର୍ତ୍ତିକ ମାସରେ ହବିଷ କରିବାକୁ ପୁରୀ ଆସିଥିବା ବ୍ରହ୍ମଗିରି ଅଞ୍ଚଳର କୁମାରୀ ନାୟକ ଏହି ଅଭିଯୋଗ ଆଣିଥିଲେ। ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଯାଉଥିବା ବେଳେ ଜଣେ ମାଗଣା ଖାଇବାକୁ ଆସିଛ ବୋଲି କହି ତାଙ୍କ ଗାଲକୁ ଚାପୁଡ଼ା ମାରିବା ସହ ଧକ୍କା ମାରିଥିଲେ ବୋଲି ସେ ଅଭିଯୋଗ କରିଥିଲେ।

କାର୍ତ୍ତିକ ମାସ ପଞ୍ଚୁକର ଆଜି ଚତୁର୍ଥ ଦିନ। ଯାହାକୁ ବୈକୁଣ୍ଠ ଚତୁର୍ଦ୍ଦଶୀ ବୋଲି କୁହାଯାଏ। ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାବିଗ୍ରହ ଲକ୍ଷ୍ମୀ-ନୃସିଂହ ବେଶରେ ଦର୍ଶନ ଦେବେ। ବାଙ୍କଚୁଡ଼ା ଓ ତ୍ରିବିକ୍ରମ ବେଶ ବେଳେ ମହାପ୍ରଭୁଙ୍କଠାରେ ଲାଗୁଥିବା ବିଭିନ୍ନ ପ୍ରକାର ସ୍ୱର୍ଣ୍ଣ ଅଳଙ୍କାର ଲକ୍ଷ୍ମୀନୃସିଂହ ବେଶରେ ମଧ୍ୟ ଲାଗିଥାଏ। ଜଗନ୍ନାଥ ହାତରେ ଶଙ୍ଖଚକ୍ର, ବଳଭଦ୍ର ହଳମୂଷଳ ଧାରଣ କରି ଏହି ବେଶରେ ଦର୍ଶନ ଦେବେ।  ମହାପ୍ରଭୁଙ୍କ ଦୁର୍ଲଭ ବେଶ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରରେ ଭକ୍ତଙ୍କ ପ୍ରବଳ ଗହଳି ଲାଗିଛି । ଆଜି ସୋମବାର ମଧ୍ୟ ହୋଇଥିବାରୁ ଅଧିକ ଭକ୍ତ ଆସିଛନ୍ତି। 

Advertisment
Srimandir Puri Srimandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ