Advertisment

ବୋରିଗୁମ୍ମାରେ ଶିଶୁ ମଡ଼କ! ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ

କୋରାପୁଟର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Newborns Baby Dies In Koraput

Fear grips villagers of Borigumma

କୋରାପୁଟର ବୋରିଗୁମ୍ମାରେ ଶିଶୁ ମଡ଼କ। ୧୫ ଦିନରେ ଗଲାଣି ୮ ନବଜାତଙ୍କ ଜୀବନ। ଗତବର୍ଷ ୧୫ ଦିନର ପୁଅ ପ୍ରାଣ ହରାଇଥିଲା, ଗତକାଲି ପୁଣି ଏକ ନବ ଜାତକର ମୃତ୍ୟୁ ହୋଇଛି। ଏଇ ୧ ତାରିଖରେ ଜନ୍ମ ହୋଇଥିଲା। ଦିନ ୧୫ଟା ନହେଉଣୁ ଲିଭିଯାଇଛି କଅଁଳ ଶିଶୁର ଜୀବନ ଦୀପ ଗାଁରେ କେହି କିଛି କହିବେ ଭାବି ଘର ଦାଣ୍ଡରେ ପିଲାକୁ ପୋତିଦେଇଛନ୍ତି ପରିବାର। ଖାଲି ଏଇ ଶିଶୁ ନୁହେଁ, ଠିକ୍ ଏମିତି ଦୁଇ ସପ୍ତାହ ମଧ୍ୟରେ ଗଲାଣି ଆଠ ଆଠଟି ନବଜାତଙ୍କ ଜୀବନ ମେଡିକାଲରେ ଜନ୍ମ ହେବା ପରେ ଘରକୁ ଆସୁଛନ୍ତି, ଆଉ ତାର କିଛି ଦିନ ମଧ୍ୟରେ ପ୍ରାଣ ହରାଉଛନ୍ତି ନିଷ୍ପାପ ଶିଶୁ।

Advertisment

କୋରାପୁଟ ର ବୋରିଗୁମ୍ମା ବ୍ଳକ୍‌ରେ ଶିଶୁମୃତ୍ୟୁକୁ ନେଇ ଗାଁ ଗାଁରେ ଦୁଃଖ ଯେତିକି ତାଠୁ ଅଧିକ ଭୟ ଘାରିଛି। ନେଡି ଗୁଡ କହୁଣୀକୁ ବୋହିଯିବା ପରେ ଗାଁରେ ପହଁଚିଛି ଜିଲ୍ଲା ସ୍ବାସ୍ଥ୍ୟ ବିଭାଗର ଟିମ୍। ଆଜି ୫ଜଣିଆ ଟିମ୍ ବୋରିଗୁମ୍ମା ବ୍ଳକ୍‌ର ରେଙ୍ଗାଲଗୁଡା, ନୂଆଗୁଡ ଏବଂ କାଠରଗଡା ଗାଁକୁ ଯାଇ ଶିଶୁମୃତ୍ୟୁର କାରଣ ଖୋଜିଛନ୍ତି। ମୃତକଙ୍କ ପରିବାରକୁ ଭେଟିବା ସହ ଗାଁର ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିଛି ଏହି ଟିମ୍। ଗାଁରେ ଥିବା ବିଭିନ୍ନ ନଳକୂପରୁ ପାଣିର ନମୁନା ସଂଗ୍ରହ କରି ପକ୍ଷୀକ୍ଷା ପାଇଁ ପଠାଯାଇଛି।

ଅନ୍ୟପଟେ ରାଜ୍ୟରେ ଗତ ୧୭ ଦିନ ହେଲା ଅନିର୍ଦ୍ଦିଷ୍ଟ କାଳ ପାଇଁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚଳାଇଛନ୍ତି ଆଶାକର୍ମୀ। ନିଜ ନିଜ ବ୍ଳକ୍‌ର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଆଗରେ ଦେଇଛନ୍ତି ଧାରଣା। ଫଳରେ ଏତେଦିନ ହେଲା ନା କୌଣସି ଆଶାକର୍ମୀ ଗାଁକୁ ଯାଉଛନ୍ତି ନା ଗର୍ଭବତୀଙ୍କ ସ୍ୱାସ୍ଥ୍ୟବସ୍ଥା ଅନୁଧ୍ୟାନ ହୋଇପାରୁଛି। ସ୍ବାସ୍ଥ୍ୟସେବାରେ ସୃଷ୍ଟି ହୋଇଛି ବଡ ଧରଣର ବ୍ୟାଘାତ। ବୋରିଗୁମ୍ମାର ନବଜାତ ଶିଶୁଙ୍କ ମୃତ୍ୟୁ ପାଇଁ ଆଶାକର୍ମୀଙ୍କ ଆନ୍ଦୋଳନ ମଧ୍ୟ ଏକ ପ୍ରମୁଖ କାରଣ ବୋଲି ଅଭିଯୋଗ ହୋଇଛି। ଏହାରି ଭିତରେ ଶିଶୁମୃତ୍ୟୁ ପଛର ପ୍ରକୃତ କାରଣ ଖୋଜିବାକୁ ଲାଗି ପଡିଛି ସ୍ବାସ୍ଥ୍ୟ ବିଭାଗ।

Advertisment

(ଜୟପୁରରୁ ଟି. ଗୌରିଶଙ୍କର) 

Infants
Advertisment
Advertisment