• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ସାଧାରଣତଃ ବିଲ ବାଡିରେ ଘାସ ହେଲେ ଚାଷୀ ଠାରୁ ଆରମ୍ଭ କରି ଜମି ମାଲିକ ବ୍ୟସ୍ତବିବ୍ରତ ହୋଇପଡନ୍ତି । ଲୋକ ଲଗେଇ ଘାସକୁ ସଫା କରାଇବାକୁ ପଡ଼େ । ଏପରିକି ବେଳେ ବେଳେ ଘାସ ଥିବା ସ୍ଥାନରେ ନିଆଁ ବି ଲଗାଇ ଦିଅନ୍ତି । ହେଲେ ଘାସକୁ ନେଇ ବିଭିନ୍ନ ଘରକରଣା ସାମଗ୍ରୀ ତିଆରି କରି ଦେଖାଇଛନ୍ତି ମୟୁରଭଞ୍ଜ ବଡଖୋଜ ଗାଁ ଓ କେନ୍ଦ୍ରାପଡ଼ା କପାଳେଶ୍ଵର ଗାଁର ମହିଳାମାନେ । ଏବେ ଘାସରୁ ତିଆରି ଘର କରଣା ସାମଗ୍ରୀ ବିକି ବେଶ୍‌ ଦୁଇ ପଇସା ରୋଜଗାର କରିବା ସହ ପରିବାର ଚଳାଇବାରେ ସ୍ୱାମୀଙ୍କୁ ସାହାଯ୍ୟ କରୁଛନ୍ତି ମହିଳା ।

ମୟୁରଭଞ୍ଜ ଓ କେନ୍ଦ୍ରାପଡ଼ା ର କିଛି ମହିଳା ଏକ ଏସସଜି ଗ୍ରୁପ୍‌ ତିଆରି କରି ସବାଇ ଘାସରେ ଭଳି କି ଭଳି ଘରକରଣା ସାମଗ୍ରୀ ତିଆରି କରୁଛନ୍ତି । କେବଳ ରାଜ୍ୟ କିମ୍ବା ଦେଶରେ ନୁହେଁ ଦେଶ ବାହାରେ ମଧ୍ୟ ଏହି ସାମଗ୍ରୀର ଚାହିଦା ରହିଛି । ଏସଏସଜି ଗ୍ରୁଫ ଗଠନ କରି ଘାସକୁ ଏକାଠି କରି ତିଆରି କରୁଛନ୍ତି ବହୁ ପ୍ରକାରର ଘର କରଣା ସାମଗ୍ରୀ । ଯାହା ରାଜ୍ୟ ବାହାରେ ତଥା ବିଦେଶ ରେ ଗ୍ରହଣୀୟ ହୋଇପାରିଛି ।

ଅଧିକ ପଢ଼ନ୍ତୁ: ସ୍ୱାବଲମ୍ବୀ ହେଲେ ମହିଳା: ପ୍ରାକୃତିକ ରଙ୍ଗ ଦେଇ ତିଆରି କରୁଛନ୍ତି ଭଳିକି ଭଳି ଶାଢ଼ୀ

କାଚ, ପ୍ଲାଷ୍ଟିକ ଓ କାଠ ତିଆରି ସାମଗ୍ରୀ ଘରେ ରଖିଲେ, ସେସବୁ ଭାଙ୍ଗିଯିବାର ଭୟ ଥାଏ । ହେଲେ ଘାସରେ ତିଆରି ସବୁ ଜିନିଷ ତଳେ ପଡିଲେ ଭାଙ୍ଗିବ ନାହିଁ । ବରଂ ଅଧିକ ସମୟ ଧରି ସାମଗ୍ରୀ ରହିବ । ଗୁରୁତ୍ୱପୂର୍ଣ୍ଣ କଥା ହେଲା ଏହା ଦେଖିବାକୁ ଯେତେ ଆକର୍ଷଣୀୟ ଧରିବାକୁ ସେତେ ହାଲୁକା ମଧ୍ୟ । ଫଳରେ ନେବା ଆଣିବା ସମୟରେ ମଧ୍ୟ କୌଣସି ଅସୁବିଧା ହେଉଛନ୍ତି । ଏହାସହ ଏହି ସବୁ ସାମଗ୍ରୀକୁ ଗ୍ରାହକ ମଧ୍ୟ ବେଶ ପସନ୍ଦ କରୁଛନ୍ତି... ।

ସରକାର ମଧ୍ୟ ଏଥିପାଇଁ ପ୍ରୋତ୍ସାହନ ଯୋଗାଇ ଦେଇ ବିଭିନ୍ନ ମେଳାରେ ଏହାର ବଜାର ବ୍ୟବସ୍ଥା କରିଛନ୍ତି । ନିକଟରେ କେନ୍ଦୁଝରରେ ଏପରି ଏକ ମେଳା ପଡ଼ିଥିଲା । ଏବେ ଘାସ ତିଆରି ସାମଗ୍ରୀ କେବଳ ରାଜ୍ୟ ନୁହେଁ ବରଂ ସାରା ଦେଶରେ ବେଶ୍‌ ଆକର୍ଷଣୀୟ ସାମଗ୍ରୀ ଭାବରେ ନାଁ କମେଇ ପାରିଛି । ସେପଟେ ପଞ୍ଚାୟତିରାଜ ପ୍ରିନ୍ସିପାଲ ସେକ୍ରେଟେରୀ କହିଛନ୍ତି ,ଆଗାମୀ ଦିନରେ ଘାସ ତିଆରି ସାମଗ୍ରୀ ଲୋକଙ୍କୁ ଅଧିକ ପସନ୍ଦ ଆସିବ । ଫଳରେ କାରିଗରମାନେ ଅଧିକ ରୋଜଗାରକ୍ଷମ ହୋଇପାରିବେ ।

( ରିପୋର୍ଟ - ପ୍ରଣୟ ପାଣି, କେନ୍ଦୁଝର )