Advertisment

ସ୍ୱତନ୍ତ୍ର କୋଶଳ ରାଜ୍ୟ ଦାବି: ଏପଟେ ବନ୍ଦ ଡାକରା, ସେପଟେ ବନ୍ଦକୁ ବିରୋଧ...

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଏହି ବନ୍ଦ ଡାକରା ଦିଆଯାଇଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Demanding Of Separate Koshal State

Demanding Of Separate Koshal State

ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବିରେ କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ପଶ୍ଚିମ ଓଡ଼ିଶାର ୧୧ଟି ଜିଲ୍ଲାରେ ବନ୍ଦ ପାଳନ ହେଉଛି। ବନ୍ଦ ପ୍ରଭାବରେ ଦୋକାନ ବଜାର ବନ୍ଦ ରହିଛି। ଏହାସହ ଗାଡ଼ି ଚଳାଚଳ ମଧ୍ୟ ପ୍ରଭାବିତ ହୋଇଛି। ଦୀର୍ଘ ଦିନ ଧରି କୋଶଳ ସେନା ଓ କୋଶଳ ମୁକ୍ତି ମୋର୍ଚ୍ଚା ପକ୍ଷରୁ ସ୍ୱତନ୍ତ୍ର କୋଶଳ ରାଜ୍ୟ ଗଠନ ଦାବି କରାଯାଉଛି। ବଲାଙ୍ଗିରରେ ସକାଳୁ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି।

Advertisment

ଅନ୍ୟପକ୍ଷେ, ସମ୍ବଲପୁରରେ ବନ୍ଦକୁ ବିରୋଧ କରାଯାଇଛି। ବନ୍ଦ ଡାକରା ନାମରେ ସମ୍ବଲପୁରୀ ଭାଷା, ସଂସ୍କୃତି, ସାହିତ୍ୟର କୋଶଳିକରଣ କରାଯିବାକୁ ଉଦ୍ୟମ କରାଯାଉଥିବା ଅଭିଯୋଗ କରି ଏହି ବନ୍ଦ ଡାକରାକୁ ବିରୋଧ କରାଯାଇଛି। ବନ୍ଦର ପ୍ରଭାବ ଯେପରି ନ ପଡ଼ିବ ସେଥିପାଇଁ ବିଭିନ୍ନ ସଙ୍ଗଠନ ଏକାଠି ହୋଇଛନ୍ତି। ଆଜି ସକାଳୁ ସମ୍ବଲପୁର ରେଳ ଷ୍ଟେସନରେ ବହୁ ସଂଖ୍ୟାରେ ଲୋକ ଏକାଠି ହୋଇ ବନ୍ଦକୁ ବିରୋଧ କରିଥିଲେ। ରେଳ ଚଳାଚଳ କିପରି ପ୍ରଭାବିତ ନ ହେବ ସେଥିପାଇଁ ସମ୍ବଲପୁର-ପୁରୀ ଇଣ୍ଟରସିଟି ଟ୍ରେନ୍ ଷ୍ଟେସନକୁ ସ୍ୱାଭାବିକ ଭାବେ ଛଡ଼ା ଯାଇଥିଲା।

Advertisment

Koshal State Koshal Sena Koshal Rajya Mukti Morcha
Advertisment
Advertisment