• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଐତିହାସିକ କଟକ ବାଲିଯାତ୍ରାକୁ ନେଇ ବିବାଦ । ବାଲିଯାତ୍ରାରେ ପ୍ଲଟ ଆବଣ୍ଟନ ନିଲାମକୁ ବିରୋଧ କରିଛି ବାଲିଯାତ୍ରା ବ୍ୟବସାୟ ମିଳିତ ମଞ୍ଚ । ଆଗରୁ ଯେଉଁ ପ୍ଲଟ ବର୍ଗ ଫୁଟ ପିଛା ୨୫ ଟଙ୍କା ଥିଲା, ତାହା ଏବେ ଦୁଇଗୁଣ ବଢାଯାଇଥିବା ସଂଘ ଅଭିଯୋଗ କରିଛି । ଫଳରେ ବାଲିଯାତ୍ରା ରେ ଉପଲବ୍ଧ ସାମଗ୍ରୀର ଦର ଅହେତୁକ ବୃଦ୍ଧି ପାଇବା ସମ୍ଭାବନା ସୃଷ୍ଟି ହୋଇଛି । ପ୍ରଶାସନ ଏ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ସଂଘ ଦାବି କରିଛି । ଅନ୍ୟପଟେ ପ୍ରଶାସନ କହିଛି ପୂର୍ବ ଅପେକ୍ଷା ଚଳିତ ଥର ବ୍ୟବସାୟୀମାନେ କମ୍ ଦରରେ ପାଇବେ ଜାଗା ।

ଅଧିକ ପଢ଼ନ୍ତୁ: ୩୪ ଏକର ଜମିରେ ଆୟୋଜନ ହେବ ବାଲିଯାତ୍ରା

ପ୍ରଶାସନ କହିଛି ବାଲିଯାତ୍ରାର କୌଣସି ବ୍ୟବସାୟକରଣ କରାଯାଉନାହିଁ । ପୂର୍ବ ବର୍ଷ ଅପେକ୍ଷା ଏଥର ବ୍ୟବସାୟୀମାନେ ଯେପରି କମ୍ ମୂଲ୍ୟରେ ଜାଗା ପାଇବେ ତାର ବ୍ୟବସ୍ଥା କରାଯାଉଛି । ଯେଉଁମାନେ ବାଲିଯାତ୍ରା ପଡ଼ିଆରେ ବ୍ୟବସାୟ କରିବାକୁ ଚାହାନ୍ତି, ସେମାନେ ବ୍ୟବସାୟ କରିପାରିବେ । ଏଥିଲାଗି ଏକ ରେଜିଷ୍ଟ୍ରେସନ ପ୍ରକ୍ରିୟା କରାଯାଇଛି । ତେବେ ରେଜିଷ୍ଟ୍ରେସନରେ ଯଦି କୌଣସି ଗୋଟିଏ ପ୍ଲଟ୍ ଉପରେ ଏକରୁ ଅଧିକ ବ୍ୟବସାୟୀ ଭାଗ ନିଅନ୍ତି ତେବେ ସେଭଳି ସ୍ଥଳେ ନିଲାମୀ ପ୍ରକ୍ରିୟାକୁ ଆପଣାଇବ ପ୍ରଶାସନ। ଯେଉଁ ବ୍ୟବସାୟୀ ଅଧିକ ଦାମ୍ ଦେଇ ସେ ଯାଗାକୁ ନେବାକୁ ଚାହିଁବେ ନେଇପାରିବେ ।

ଯେତେଜଣ ଲୋକେ ବାଲିଯାତ୍ରାରେ ବ୍ୟବସାୟ ପାଇଁ ଆବେଦନ କରିବେ ସମସ୍ତଙ୍କୁ ଯାଗା ଯୋଗାଇ ଦେବା ଲାଗି ଯଥେଷ୍ଟ ପ୍ଲଟ୍ ରହିଛି । ପ୍ରଶାସନର ଏ ବ୍ୟବସ୍ଥାରେ କୌଣସି ବ୍ୟବସାୟୀଙ୍କର କ୍ଷତି ହେବନି । ତେବେ ଯେଉଁମାନେ ମଧ୍ୟସ୍ଥି ଭାବେ କାମ କରିବା ଲାଗି ଚିନ୍ତା କରୁଥିଲେ, ତାକୁ ପ୍ରଶୟ ଦିଆଯିବ ନାହିଁ ବୋଲି ଜିଲ୍ଲାପାଳ ଚେତାଇ ଦେଇଛନ୍ତି ।

କରୋନା କଟକଣା ହଟିବା ପରେ ଦୀର୍ଘ ଦୁଇ ବର୍ଷ ପରେ ହେବାକୁ ଯାଉଛି କଟକ ପ୍ରସିଦ୍ଧ ବାଲିଯାତ୍ରା । ଏଥିରେ ସହର ଓ ଜିଲ୍ଲାର ସମସ୍ତ ବ୍ୟବସାୟୀଙ୍କୁ ସୁଯୋଗ ଦେବା ଲାଗି ମଙ୍ଗଳବାର ପ୍ରଶାସନ ପକ୍ଷରୁ ଏକ ସଚେତନତା ରଥର ମଧ୍ୟ ଶୁଭାରମ୍ଭ କରାଯାଇଥିଲା ।

(ରିପୋର୍ଟ - ପ୍ରଭାତ ବିଷୋୟୀ, କଟକ)