Advertisment

ଧବଳେଶ୍ୱର ଝୁଲା ପୋଲରେ ଲାଗିଲା କଟକଣା

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
Dhabaleswar Hanging Bridge

Cuttack Dhabaleswar hanging bridge caps pedestrian limit

ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ପରେ ସଚେତନ ହୋଇଛି ପ୍ରଶାସନ। କଟକ ଜିଲ୍ଲା ଆଠଗଡ଼ର ପ୍ରସିଦ୍ଧ ଧବଳେଶ୍ୱର ପୀଠରେ ଥିବା ଝୁଲା ପୋଲରେ କଟକଣା ଲାଗିଛି। ଧବଳେଶ୍ୱର ଝୁଲା ପୋଲ କ୍ଷମତା କମିଥିବା ନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି। ଏକାସଙ୍ଗରେ ଧବଳେଶ୍ୱର ଝୁଲା ପୋଲରେ କେବଳ ୨୦୦ ଶ୍ରଦ୍ଧାଳଙ୍କୁ ଅନୁମତି ପ୍ରଦାନ କରାଯାଇଛି।

Advertisment

ଏହାସହ କୋଲକାତାରୁ ଆସିଥିବା ଟେକ୍ନିକାଲ୍‌ ଟିମ୍‌ ପହଞ୍ଚି ଝୁଲା ପୋଲ ଯାଞ୍ଚ କରିଛନ୍ତି। ଧର୍ମ ମାସ କାର୍ତ୍ତିକ ଅବସରରେ ପ୍ରତିଦିନ ହଜାର ହଜାର ଲୋକଙ୍କ ସମାଗମ ହେଉ ଥିବାବେଳେ ବ୍ରିଜର କ୍ଷମତା ଅନୁସାରେ ଲୋକଙ୍କୁ ଛଡ଼ା ଯାଉଛି। କେବଳ ବଡ଼ଓଷା ବ୍ରତଧାରୀମାନେ ଦର୍ଶନ ପାଇଁ ଆସିବାକୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି। ଦିନକରେ ଝୁଲା ପୋଲରେ ୧୫ରୁ ୨୦ ହଜାର ଲୋକ ଯାତାୟାତ କରୁଥିଲେ। ୩ ମାସ ମଧ୍ୟରେ ସ୍ଥାୟୀ ବ୍ରିଜ୍‌ କାମ ସରିବାକୁ ଥିବା ବେଳେ ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଆଠଗଡ଼ ଉପଜିଲ୍ଲାପାଳ ନିବେଦନ କରିଛନ୍ତି। 

ସୂଚନାଥାଉ କି, ଗୁଜରାଟର ମୋର୍ବିରେ ମାଛୁ ନଦୀ ଉପରେ ଥିବା ଝୁଲା ପୋଲ ଭୁଶୁଡ଼ିବା ଘଟଣାରେ ମୃତ୍ୟୁ ସଂଖ୍ୟା ୧୪୧ରେ ପହଞ୍ଚିଛି। ନଦୀରେ ୧୦୦ରୁ ଅଧିକ ଭାସି ଯାଇଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ୧୭୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ଏହାସହ ଏବେ ବି ସର୍ଚ୍ଚ ଅପରେସନ୍‌ ଜାରି ରହିଛି। ମୃତକଙ୍କ ମଧ୍ୟରେ ୨୦ରୁ ଅଧିକ ଶିଶୁ ଥିବାବେଳେ ଭାସି ଯାଇଥିବା ଲୋକଙ୍କ ମଧ୍ୟରେ ବି ଶିଶୁଙ୍କ ସଂଖ୍ୟା ଅନେକ ବୋଲି କୁହାଯାଉଛି। ଗତକାଲି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଥିଲା। 

Advertisment
Dhabaleswar Temple
Advertisment
Advertisment