/odishatv-khabar/media/post_attachments/uploadimage/library/16_9/16_9_0/IMAGE_1679566558.jpg)
Drunk driving
ମଦ ପିଇ ଗାଡ଼ି ଚଳାଇଲେ ସିଧା ଜେଲ୍ ଯିବେ ଡ୍ରାଇଭର । ମଦୁଆ ଡ୍ରାଇଭର(Drunk driver)ଙ୍କୁ ସାବାଡ଼ କରିବାକୁ ଆଜିଠାରୁ ଏହି ବଡ଼ ଅଭିଯାନ ଆରମ୍ଭ କରିଛି ପରିବହନ ବିଭାଗ । ଏହି ସୂଚନା ଦେଇଛନ୍ତି ଏନଫୋର୍ସମେଣ୍ଟ ଅତିରିକ୍ତ କମିଶନର । ସେ କହିଛନ୍ତି, ଅପରାହ୍ନ ୩ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଚେକିଂ କଡ଼ାକଡ଼ି ହେବ । ଧରାପଡ଼ିଲେ କେବଳ ଜରିମାନା ଆଦାୟ କରାଯିବ ନାହିଁ ବରଂ ଆଇନ୍ ଉଲ୍ଲଂଘନକାରୀଙ୍କୁ ଜେଲ୍ ପଠାଇ ଦିଆଯିବ ।
ଏନେଇ ପ୍ରଶାସନିକ ଅଧିକାରୀଙ୍କୁ ନିର୍ଦ୍ଦେଶ ଜାରି କରାଯାଇଛି । କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶରେ ପରିବହନ ବିଭାଗର କଡ଼ା ଆଭିମୁଖ୍ୟ ରଖିଥିବା ସେ ସୂଚନା ଦେଇଛନ୍ତି । ଏପ୍ରିଲ ପ୍ରଥମ ସପ୍ତାହକୁ ‘ଜିରୋ କାଜୁଆଲିଟି’ ସପ୍ତାହ ରୂପେ ପାଳନ କରିବାକୁ ନିଷ୍ପତ୍ତି ନିଆଯାଇଛି । ...
ସୂଚନାଯୋଗ୍ୟ ରାଜ୍ୟରେ ସଡକ ଦୁର୍ଘଟଣା ହ୍ରାସ ପାଇଁ ସରକାରଙ୍କ ପକ୍ଷରୁ କଡା ପଦକ୍ଷେପ ଗ୍ରହଣ କରାଯାଉଛି । ବିଶେଷକରି ଦ୍ରୁତଗତିରେ ଗାଡି ଚଳାଉଥିବା ଓ ମଦ ପିଇ ଗାଡି ଚଳାଉଥିବା ଡ୍ରାଇଭରମାନଙ୍କୁ ଧରି ସେମାନଙ୍କ ଲାଇସେନ୍ସ ରଦ୍ଦ ସହିତ ଆର୍ଥିକ ଦଣ୍ଡ ମଧ୍ୟ ଲଗାଯାଉଛି । ଦୁର୍ଘଟଣାପ୍ରବଣ ରାସ୍ତାରେ ରାଜପଥ ପାଟ୍ରୋଲିଂକୁ କଡାକଡି କରାଯାଉଛି । ତଥାପି ସୁଧୁରୁ ନାହାନ୍ତି ଲୋକେ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)