/odishatv-khabar/media/post_attachments/uploadimage/library/16_9/16_9_0/IMAGE_1656992142.jpg)
Conjoined Twins Survivor Jaga
କନ୍ଧମାଳ ଜିଲ୍ଲା ମେଲୁପଡ଼ା ଗ୍ରାମର ବହୁ ଚର୍ଚିତ ଯୋଡ଼ା ମୁଣ୍ଡ ଶିଶୁ -ଜଗା କଟକ SCB ମେଡ଼ିକାଲରେ ସ୍ୱାସ୍ଥ୍ୟ ପରୀକ୍ଷା ସାରି ପୁଣି ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଫେରିଛି । ଦିଲ୍ଲୀ AIIMS ରେ ଯେଉଁ ଡାକ୍ତର ମାନେ ଜଗାର ଅସ୍ତ୍ରୋପ୍ରଚାର ଏବଂ ଚିକିତ୍ସା କରିଥିଲେ, ସେହି ଡାକ୍ତର ମାନେ କଟକ SCB ମେଡିକାଲକୁ ଆସି ତାର ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଗାର ବାପା ଭୂୟାଁ କହଁର କହିଛନ୍ତି ।
ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି ଏବଂ ତାର ମୁଣ୍ଡରେ ଲାଗିଥିବା ହେଲମେଟକୁ ଆଉ ୩ ବର୍ଷ ପରେ ଅସ୍ତ୍ରୋପ୍ରଚାର କରି ବାହାର କରାଯିବ । ଜଗା ବର୍ତ୍ତମାନ ସମ୍ପୂର୍ଣ ସୁସ୍ଥ ଅଛି, ଖେଳୁଛି,ବୁଲୁଛି ଏବଂ ସ୍ୱାଭାବିକ ଭାବେ ଖାଇବା ପିଇବା ସବୁ କିଛି କରୁଛି । ତାର ପାଠ ପଢିବା ପାଇଁ ମଧ୍ୟ ଆଗ୍ରହ ରହିଛି । କିନ୍ତୁ ତାଙ୍କର ସବୁ କଥା ସରକାର ବୁଝୁ ଥିବାରୁ ଜଗାକୁ କେଉଁ ଠାରେ ଏବଂ କେମିତି ପାଠ ପଢାଇବେ, ଏନେଇ କନ୍ଧମାଳ ଜିଲ୍ଲାର ଜିଲ୍ଲାପାଳଙ୍କୁ ଭେଟି ଜଣାଇବେ ବୋଲି କହିଛନ୍ତି ଜଗାର ବାପା ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)