• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କୁହୁଡ଼ିଭରା ସଞ୍ଜରେ ରୋମାଞ୍ଚ ଭରି ଦେଲା ‘ଚୁମକି’ ସେ ତ ପାଣିରେ ବୁଡ଼ିବ ନାହିଁ କି । ଚୁମକି କ୍ରେଜ୍, କିଏ ଫଟୋ ଉଠାଉଥିଲା ତ କିଏ ସେଲଫି ନେଉଥିଲା । ମାଳଭୂମିର ଦୁଇ ତାରକା ବଖାଣିଥିଲେ ନିଜର ଅନୁଭୂତି । ଯାହାକୁ ପ୍ରଶଂସକ ମନଭରି ଉପଭୋଗ କରି ଉଭୟଙ୍କ ସହ ସମୟ ବିତାଇଥିଲେ ।

କୋରାପୁଟ ର ‘ଚୁମକି’ ଓ ରାୟଗଡ଼ା ର ‘ସାଗର’ଙ୍କୁ ଦେଖିବା ପାଇଁ ସହରରେ ଅସମ୍ଭାଳ ଭିଡ଼ । ସଞ୍ଜ ନଇଁ ଆସୁଥିବା ବେଳେ ପୋଷ୍ଟ ଅଫିସ ସମ୍ମୁଖ ରାସ୍ତାରୁ ସିନେମା ହଲ୍ ପର୍ଯ୍ୟନ୍ତ ଶହଶହ ପ୍ରଶଂସକ ରୁଣ୍ଡ ହୋଇଥିଲେ, ଚୁମକି ଓ ସାଗରଙ୍କୁ ଦେଖିବା ପାଇଁ । ରାସ୍ତା କଡ଼ର ଉଭୟ ପାର୍ଶ୍ୱ ଓ ଘର ଛାତ ଉପରେ ଫ୍ୟାନଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା ।

କୋରାପୁଟ ଝିଅ ଉପାସନା ଓ ରାୟଗଡ଼ାର ପୁଅ ଶ୍ରେୟାନଙ୍କ ଅଭିନୀତ ଓଡ଼ିଆ ଚଳଚ୍ଚିତ୍ର ‘ଚୁମକି’ ସେ ତ ପାଣିରେ ବୁଡ଼ିବ ନାହିଁ କି । ଏବେ ସିନେମା ହଲରେ ମୁକ୍ତିଲାଭ କରିଛି । ପ୍ରଶଂସକଙ୍କୁ ଉପାସନା ଓ ଶ୍ରେୟାନ ଭେଟିବାକୁ ଆସିଥିବା ବେଳେ ଉଭୟଙ୍କୁ କୋରାପୁଟରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା । ଶହ ଶହ ପ୍ରଶଂସକ ଓ ଯୁବପିଢ଼ି ଢେମସା ଓ ଢୋଲକିର ତାଳେତାଳେ ସିନେମା ହଲ ପର୍ଯ୍ୟନ୍ତ ଉଭୟଙ୍କୁ ପାଛୋଟି ନେଇଥିଲେ । କିଏ ଏମାନଙ୍କ ସହ ଫଟୋ ଉଠାଇଥିଲେ ତ ଆଉ କିଏ ସେଲ୍ଫି ନେବା ଦେଖିବାକୁ ମିଳିଥିଲା ।

କୋରାପୁଟରେ ପ୍ରଥମ ଥର ପାଇଁ ପ୍ରଶଂସକଙ୍କ ସହ ମିଶି ଏକାଠି ସିନେମା ଦେଖିଥିଲେ ଉପାସନା ଓ ଶ୍ରେୟାନ । ଯାହାକି କୋରାପୁଟର ପୁରୁଣା ସିନେମା ହଲକୁ ନୂଆ ଜୀବନ ଦେଇଥିଲା ।

 

(ରିପୋର୍ଟ- ସୂର୍ଯ୍ୟନାରାୟଣ ପଣ୍ଡା, କୋରାପୁଟ)