Advertisment

ଟ୍ରେନ୍‌ ଆଗକୁ ଡେଇଁ ଦଶମ ଶ୍ରେଣୀ ଛାତ୍ରଙ୍କ ଆତ୍ମହତ୍ୟା

ଟ୍ରେନ୍‌ ଆଗକୁ ଡେଇଁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କେଉଁ ପରିସ୍ଥିତିରେ ସେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
 Suicide Case In Balasore

Balasore class X student ends life over ‘love affair’: School principal

ପ୍ରେମ ପାଇଁ ଜୀବନ ହାରିଲେ ଦଶମ ଶ୍ରେଣୀ ଛାତ୍ର ! ଟ୍ରେନ୍‌ ଆଗକୁ ଡେଇଁ ଛାତ୍ର ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ପରିବାର ଲୋକ ପୁଅର ମୃତ୍ୟୁ ପାଇଁ ସ୍କୁଲ କର୍ତ୍ତୃପକ୍ଷଙ୍କୁ ଦାୟୀ କରୁଥିବା ବେଳେ ଏହା ପ୍ରେମ ଜନିତ ବୋଲି ସ୍କୁଲ୍‌ ପ୍ରିନ୍ସପାଲ୍‌ କହିଛନ୍ତି। ବାଲେଶ୍ୱର ଜିଲ୍ଲା ଭୋଇସାହି ସ୍ଥିତ ସିଦ୍ଧିବିନାୟକ ପବ୍ଲିକ୍ ସ୍କୁଲ୍‌ର ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି। ମୃତ ଛାତ୍ର ହେଲେ ସୁରଜ ଗୁପ୍ତା। କେଉଁ ପରିସ୍ଥିତିରେ ସେ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି। 

Advertisment

ସୂଚନା ଅନୁସାରେ, ଦଶମ ଶ୍ରେଣୀରେ ପଢ଼ୁଥିବା ସୁରଜ ମଙ୍ଗଳବାର ଦିନ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ଏନେଇ ସ୍କୁଲ୍‌ ସାମ୍ନାରେ ସୁରଜଙ୍କ ମୃତଦେହ ରଖି ତାଙ୍କ ବାପାମା’ ଧାରଣା ଦେଇଥିଲେ। ପୁଅର ମୃତ୍ୟୁ ନେଇ ସୁରଜ୍‌ଙ୍କ ବାପା ସ୍କୁଲ୍‌ କର୍ତ୍ତୃପକ୍ଷ ଓ ଅନ୍ୟ ଜଣେ ଛାତ୍ରଙ୍କୁ ଦାୟୀ କରିଛନ୍ତି। ଗୋଟିଏପଟେ ଛାତ୍ରଙ୍କ ପରିବାର ଲୋକେ ସ୍କୁଲ୍‌ କର୍ତ୍ତୃପକ୍ଷଙ୍କୁ ଦୋଷ ଦେଉଥିବା ବେଳେ ଅନ୍ୟପଟେ ଏହା ପ୍ରେମ ଜନିତ ବୋଲି ସ୍କୁଲ୍‌ ପ୍ରିନ୍ସପାଲ୍‌ କହିଛନ୍ତି। 

ଜିଆର୍‌ପି ପୋଲିସ ସ୍କୁଲ୍‌କୁ ଯାଇ ଘଟଣାର ତଦନ୍ତ ଆରମ୍ଭ କରିଛି। କେଉଁ ପରିସ୍ଥିତିରେ ଛାତ୍ର ଜଣକ ଟ୍ରେନ୍‌ ଆଗକୁ ଡେଇଁ ଆତ୍ମହତ୍ୟା କଲେ, ତାହା ଜଣାପଡ଼ିନି। ମାନସିକ ଚାପରେ ଥିଲେ ନା ଆଉ କିଛି କାରଣ ପାଇଁ ସେ ଏଭଳି ଚରମ ପଦକ୍ଷେପ ନେଇଛନ୍ତି, ତାହା ଅସ୍ପଷ୍ଟ ରହିଛି। 

Advertisment
Student Suicide Student Ends Life
Advertisment
Advertisment