Advertisment

କାଲି ଭୁବନେଶ୍ୱରରେ ହେବ ସୂର୍ଯ୍ୟକିରଣ ଶୋ’, ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା...

ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।

author-image
Rajalaxmi Sahoo
ଅଦ୍ୟତନ ହୋଇଛି
IAF Suryakiran Air Show

Air Show Will Be Held In Bhubaneswar Tomorrow

ଆସନ୍ତାକାଲି ଭୁବନେଶ୍ୱର କୂଆଖାଇ ପଠା ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ସୂର୍ଯ୍ୟକିରଣ ଶୋ’ ଅନୁଷ୍ଠିତ ହେବ। ସକାଳ ୧୦ଟାରୁ ୧୧ ପର୍ଯ୍ୟନ୍ତ ଏହି ଶୋ’ ଚାଲିବ। ଏଥିପାଇଁ ବାୟୁସେନା ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଭୁବନେଶ୍ୱର ବାଲିଯାତ୍ରା ପଡ଼ିଆରେ ବାୟୁସେନା ପକ୍ଷରୁ ମ୍ୟାପିଂ କରାଯିବା ସହ ପଡ଼ିଆର ଅନୁଧ୍ୟାନ କରାଯାଇଛି।

Advertisment

ବାଲିଯାତ୍ରା ପଡ଼ିଆରେ ୧୨ଶହ ଲୋକ ଦେଖିବା ଭଳି ବ୍ୟବସ୍ଥା କରାଯାଇଥିବା ବେଳେ ପ୍ରାୟ ୫୦ ହଜାର ଲୋକ ସୂର୍ଯ୍ୟକିରଣ ଶୋ’ ଏଠି ଦେଖିପାରିବେ। ୨ଟି ହକ୍ ବିମାନ ଆକାଶ ମାର୍ଗରେ ମ୍ୟାପିଂ କରୁଛନ୍ତି।  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୂର୍ଯ୍ୟକିରଣ ଶୋ’ ଦେଖିବାକୁ କୂଆଖାଇ ପଠା ବାଲିଯାତ୍ରା ପଡ଼ିଆକୁ ଆସିବେ ବୋଲି ସୂଚନା ମିଳିଛି। ଏୟାର ଶୋ’ ପାଇଁ କୁଆଖାଇ ନଦୀର ଉଭୟ ପାର୍ଶ୍ୱରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ୨୦ ପ୍ଲାଟୁନ୍ ଫୋର୍ସ ସହ ଶହେରୁ ଅଧିକ ବଛା ବଛା ଅଫିସର ନିୟୋଜିତ ରହିବେ ବୋଲି  ପୋଲିସ କମିଶନର କହିଛନ୍ତି।  

ଅନ୍ୟପକ୍ଷେ, ପୁରୀ ରେ ଏୟାର ଶୋ’ ପାଇଁ ଏରିଏଲ ରେକି ଅନୁଷ୍ଠିତ ହୋଇଛି। ଆସନ୍ତା ୧୮ ତାରିଖରେ ପୁରୀ ରାଜଭବନ ପାର୍ଶ୍ୱ ବ୍ଲୁ ଫ୍ଲାଗ ବିଚ୍‌ରେ ବାୟୁସେନା ପକ୍ଷରୁ ଆକର୍ଷଣୀୟ ଏୟାର ଶୋ’ ଅନୁଷ୍ଠିତ ହେବ। ପୁରୀରେ ପ୍ରଥମ ଥର ପାଇଁ ଏୟାର ଶୋ’ ଅନୁଷ୍ଠିତ ହେବାକୁ ଯାଉଥିବାରୁ ଏହାକୁ ଦେଖିବା ପାଇଁ ଲୋକଙ୍କ ମନରେ ଉତ୍ସାହ ଦେଖାଦେଇଛି।

Advertisment

ଗତକାଲି ଅପରାହ୍ନରେ ବାୟୁସେନା ପକ୍ଷରୁ ଏରିଏଲ ରେକି ବା ଅଭ୍ୟାସ କାର୍ଯ୍ୟକ୍ରମ କରାଯାଇଥିଲା। ପୂର୍ବରୁ ଗ୍ରାଉଣ୍ଡ୍‌ ସର୍ଭେ କରାଯାଇଥିବା ବେଳେ ଗତକାଲି ଏରିଏଲ ରେକିକୁ ୱିଙ୍ଗ୍‌ କମାଣ୍ଡର ଅଶ୍ୱିନୀ ଓ ତାଙ୍କ ସହଯୋଗୀ ସଫଳତାର ସହ ପରିଚାଳନା କରିଥିଲେ। ବିମାନ ଉଡାଣ କରାଯାଇ ବିଭିନ୍ନ କୌଶଳର ଅଭ୍ୟାସ ପ୍ରଦର୍ଶିତ ହୋଇଥିଲା। ବାୟୁସେନାର ଲୋକ ସମ୍ପର୍କ ଅଧିକାରୀ ଋଦ୍ଧିମା ଗୁରୁମ୍ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ପ୍ରଶାସନ ପକ୍ଷରୁ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଉପସ୍ଥିତ ରହି ବାୟୁସେନା ଅଧିକାରୀଙ୍କୁ ସହଯୋଗ ପ୍ରଦାନ କରିଥିଲେ। 

Air Show IAF Suryakiran Air Show Air Show In Bhubaneswar
Advertisment
Advertisment