/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652955212.jpg)
Lion Sculpture
ଏମାର ମଠ ନିକଟରୁ ଉଦ୍ଧାର ୨ ସିଂହମୂର୍ତ୍ତିକୁ କରାଗଲା ସ୍ଥାନାନ୍ତର । ବଳିଆପଣ୍ଡାସ୍ଥିତ ସର୍କଲ କାର୍ଯ୍ୟାଳୟକୁ ସ୍ଥାନାନ୍ତର କଲା ASI । ଗୋଟିଏ ପୂର୍ଣ୍ଣାବୟବ ଓ ଅନ୍ୟ ଏକ ଭଗ୍ନ ସିଂହମୂର୍ତ୍ତିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ରହିଛି ।
ତେବେ ପୁରୀ ଏମାର ମଠ ଖନନ ସ୍ଥାନରୁ ମିଳିଥିବା ସିଂହମୂର୍ତ୍ତିକୁ ନିଜ ଅଧିନକୁ ନେଲା ASI । ମିଳିଥିବା ସିଂହମୂର୍ତ୍ତକୁ ନେଇ ଅଧିକ ଗବେଷଣା ଓ ଅନୁଧ୍ୟାନ କରାଯିବ । ଆଜି ଏଏସ୍ଆଇ ଟିମ୍ ପୁରୀ ଆଞ୍ଚଳିକ କାର୍ଯ୍ୟାଳୟକୁ ସିଂହ ମୂର୍ତ୍ତିକୁ ନେଇଛି । ଏହାପରେ ଏହାର ଅଧିକ ଅନୁଧ୍ୟାନ କରାଯିବ ବୋଲି ଜଣାପଡ଼ିଛି । ସିଂହ ମୂର୍ତ୍ତି ନେବା ବେଳେ ଏହାକୁ କିଛି ସଂଗଠନ ବିରୋଧ କରିଥିଲେ । ପୂର୍ବରୁ କାହିଁକି ASI GPRS କରିନଥିଲା । ଏବେ କାହିଁକି ଭଗ୍ନ ମୂର୍ତ୍ତି ନେଉଛି ବୋଲି ବିକ୍ଷୋଭ କରିଥିଲେ । ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ନେଇଛି । ଏମାର ମଠ ପରିସର ଖନନ ସ୍ଥଳରୁ ମିଳିଥିବା ସିଂହ ମୂର୍ତ୍ତି ଗଙ୍ଗବଂଶ ବେଳର ବୋଲି ଅନୁମାନ କରାଯାଉଛି ।
ସୂଚନାଯୋଗ୍ୟ, ଶ୍ରୀମନ୍ଦିର ଐତିହ୍ୟ କରିଡରକୁ ନେଇ ଆସୁଥିବା ବିବାଦ ଦିନକୁ ଦିନ ନୂଆମୋଡ଼ ନେଉଛି । ପରିକ୍ରମା ପ୍ରକଳ୍ପ ପାଇଁ ଖନନ ବେଳେ ମାଟିତଳୁ ସିଂହମୂର୍ତ୍ତି ମିଳିବା ପରେ ଏହାକୁ ଏବେ ସ୍ଥାନାନ୍ତର କରାଯାଇଛି । ଘଟଣାସ୍ଥଳକୁ ଯାଇ ASI ଅଧୀକ୍ଷକ, ପୁରୀ ଉପଜିଲ୍ଲାପାଳ ଅନୁଧ୍ୟାନ କରିଥିଲେ । OBCC କର୍ତ୍ତୃପକ୍ଷ, ଟାଟା ପ୍ରୋଜେକ୍ଟର ଅଧିକାରୀ ବି ଅନୁଧ୍ୟାନ କରିଥିଲେ । ଗଣମାଧ୍ୟମରେ ପ୍ରସାରଣର ୩୦ ଘଣ୍ଟା ପରେ ଅନୁଧ୍ୟାନ କରିଥିଲେ ASI ଅଧୀକ୍ଷକ ଓ ପୁରୀ ଉପଜିଲ୍ଲାପାଳ । ଅନୁଧ୍ୟାନ ପରେ ଆଜି ASI ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।
ସେପଟେ ଏହି ଖଣ୍ଡ ବିଖଣ୍ଡିତ ସିଂହମୂର୍ତ୍ତି ମିଳିବା ପରେ ଭକ୍ତ ଓ ଐତିହ୍ୟପ୍ରେମୀଙ୍କ ମନରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଛି । ଖାଲି ସେତିକି ନୁହେଁ, କ୍ଷତାକ୍ତ ହୋଇଛି ଏମଆର ମଠ କାନ୍ଥରେ ଚିତ୍ରିତ ଦୁର୍ଲଭ ରାମାଭିଷେକ ମୂର୍ତ୍ତି ।
ଏଣେ ପ୍ରକଳ୍ପ ବିରୋଧୀଙ୍କ ଆକ୍ସନକୁ ଦେଖି ରାଜ୍ୟ ସରକାର ଛାନିଆ ହୋଇଛନ୍ତି । ମାମଲାକୁ ନେଇ ଗତ ୯ ତାରିଖରେ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି କିଛି ବ୍ୟକ୍ତି ବା ଅନୁଷ୍ଠାନ ସୁପ୍ରିମକୋର୍ଟ ଯିବା ସମ୍ଭାବନା ଥିବାରୁ ଆଇନଜୀବୀ ଗୌରବ ଖାନ୍ନାଙ୍କୁ ଆଡଭୋକେଟ୍ ଅନ୍ ରେକର୍ଡ ଭାବେ ନିଯୁକ୍ତି ଦେବାକୁ ଗତ ୧୨ ତାରିଖରେ ଆଇନ ବିଭାଗକୁ ଚିଠି ଲଖିଛି ପୂର୍ତ୍ତ ବିଭାଗ । ପରେ ୧୩ ତାରିଖ ଦିନ ପୂର୍ତ୍ତ ବିଭାଗ, ଓବିସିସିକୁ ଚିଠି ଲେଖି ସୁପ୍ରିମକୋର୍ଟରେ କ୍ୟାଭେଟ୍ ଫାଇଲ୍ କରିବା ପାଇଁ ଜଣାଇଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)