A Private College Engineering Student Threaten To Another Student In Bhubaneswar Video Goes Viral
ଗର୍ଲଫ୍ରେଣ୍ଡ୍ ପାଇଁ ରାସ୍ତା ଉପରେ ହାଇଡ୍ରାମା ! ପ୍ରେମ ବ୍ୟାପାରକୁ ନେଇ ରାଜଧାନୀ ଭୁବନେଶ୍ୱର ର ୨ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି। ଯାହାର ଭିଡିଓ ସୋସିଆଲ୍ ମିଡିଆ ରେ ଭାଇରାଲ୍ ହୋଇଛି। ଭାଇରାଲ୍ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ଛାତ୍ରଙ୍କୁ କିଛି ପିଲା ଘେରି ରହିଛନ୍ତି। ଏହାସହ ସମ୍ପୃକ୍ତ ଛାତ୍ରଙ୍କୁ ଆଣ୍ଠେଇ ତାଙ୍କୁ ଧମକ ଚମକ ଦିଆଯାଉଛି।
ଅଧିକ ପଢ଼ନ୍ତୁ: ରାଗିଂ ରିଂ ମାଷ୍ଟର ସାଜିଥିଲେ ଛାତ୍ର ବିଜେଡିର କଲେଜ ଆବାହକ : ବିବାଦ ପରେ ପଦରୁ ବିଦା
ଖାଲି ଏତିକି ନୁହେଁ, ଉକ୍ତ ଛାତ୍ରଙ୍କୁ ଅଶ୍ଲୀଳ ଭାଷାରେ ଗାଳିିଗୁଲଜ କରାଯିବା ସହ ମାଡ଼ ମରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି। ଛାତ୍ର ଜଣକ ରାଜଧାନୀର ଏକ ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କୁ ଧମକ ଚମକ ଦେଉଥିବା ଛାତ୍ର ଅନ୍ୟ ଏକ କଲେଜର ବୋଲି ଜଣାପଡ଼ିଛି।
ନିର୍ଯାତନାର ଶିକାର ହୋଇଥିବା ଛାତ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି। ପୋଲିସ୍ ତାଙ୍କ ବୟାନ ରେକର୍ଡ କରିଛି। ପ୍ରେମ ବ୍ୟାପାରକୁ ନେଇ ଏଭଳି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1669190279.jpg)