7 Odisha cities have air pollution at alarming level
ରାଜ୍ୟର ୭ ସହରରେ ପ୍ରଦୂଷଣ ମାତ୍ରା ବିପଦଜନକ ସ୍ଥିତିରୋ ଏନେଇ ବିଧାନସଭାରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ସୂଚନା ଦେଇଛନ୍ତି। ଭୁବନେଶ୍ୱର, କଟକ, ଅନୁଗୁଳ, ରାଉରକେଲା, ତାଳଚେର, ବାଲେଶ୍ୱର ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ସାଂଘାତିକ।
ଏହାକୁ ଦୃଷ୍ଟିରେ ରଖି ଏହି ସହର ଗୁଡ଼ିକୁ ନନ୍ ଆଟେନ୍ମେଣ୍ଟ ସିଟି ଭାବେ ଚିହ୍ନଟ କରାଯାଇଛି। ନନ୍ ଆଟେନ୍ମେଣ୍ଟ ସିଟି ଅର୍ଥାତ୍ ଯେଉଁ ସହରରେ ପ୍ରଦୂଷଣର ମାତ୍ରା ବିପଦଜନକ ସ୍ଥିତିରେ ଥାଏ ତାକୁ ଏହି ଶ୍ରେଣୀରେ ଅନ୍ତର୍ଭୁକ୍ତ କରାଯାଇଥାଏା
ଏହି ଦୃଷ୍ଟିରେ ଟ୍ୱିନ୍ ସିଟି ସମେତ ଅନ୍ୟ ୫ ସହରରେ ପ୍ରଦୂଷଣ ମାତ୍ରା ଅଧିକ। କ୍ଲିନ୍ ଏୟାର ଆକ୍ସନ ପ୍ଲାନ୍ ଅନୁସାରେ, କେନ୍ଦ୍ର ସରକାର ଏସବୁ ସହରର ସ୍ଥିତି ସୁଧାରିବାକୁ ୫୪ କୋଟିରୁ ଅଧିକ ଟଙ୍କା ଦେଇଥିବା ଗୃହରେ ସୂଚନା ଦେଇଛନ୍ତି ମନ୍ତ୍ରୀ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1679453992.jpg)