/odishatv-khabar/media/post_attachments/uploadimage/library/16_9/16_9_0/MO_BUS_1684414779.jpg)
MO BUS
ଟ୍ୱିନ୍ ସିଟିରେ ସଫଳତା ପରେ ରାଜ୍ୟରେ ଆଉ ୩ଟି ଜିଲ୍ଲାରେ ଗଡିବ ମୋ ବସ୍ । ସମ୍ବଲପୁର, ଝାରସୁଗୁଡ଼ା ଓ ଗଂଜାମ ଜିଲ୍ଲାରେ ଗଡ଼ିବ ମୋ ବସ୍ । ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ବେଲପାହାଡ଼ ସହରରେ ଚାଲିବ । ସେହିପରି ବ୍ରହ୍ମପୁର, ଗୋପାଳପୁର, ଛତ୍ରପୁର, ହିଞ୍ଜିଳିକାଟୁ, ଦିଗପହଣ୍ଡି ଅଞ୍ଚଳରେ ବି ଚାଲିବ ମୋ ବସ୍ । CRUT ଦ୍ୱାରା ମୋ ବସ୍ ଚାଲିବା ନେଇ ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି ।
ସମ୍ବଲପୁର ଓ ଝାରସୁଗୁଡ଼ା ଅଞ୍ଚଳରେ ପୂର୍ବରୁ ଯେଉଁ ଟାଉନ୍ ବସ୍ ଗଡ଼ୁଥିଲା, ସେଗୁଡ଼ିକୁ ବନ୍ଦ କରି ଦିଆଯିବ । ତେବେ ରୁଟ୍ ଅନୁସାରେ ଏହି ସହର ମାନଙ୍କରେ ବସ୍ ଚାଲିବ । ରାଜଧାନୀରେ ଯେଉଁଭଳି ଭାବରେ ମୋ ବସ୍ର ଭଡ଼ ରହିଛି, ସେହିଭଳି ଭାବେ ରହିବ । ସେଥିରେ କୌଣସି ପରିବର୍ତ୍ତନ ହେବନାହିଁ । ସେହିଭଳି ସମୟ ଉପରେ ମଧ୍ୟ ଅଧିକ ଧ୍ୟାନ ଦିଆଯିବ । ଯାତ୍ରୀ ଯେପରି ଠିକ୍ ସମୟରେ ଗନ୍ତବ୍ୟ ପଥରେ ପହଞ୍ଚିବେ ତାହା ଉପରେ ଗୁରୁତ୍ୱ ରହିବ ।
ସୂଚନାଯୋଗ୍ୟ, ୨୦୧୮ ନଭେମ୍ବର ୬ ତାରିଖରେ ଆରମ୍ଭ ହୋଇଥିବା ମୋ ବସ୍ ସେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍ଘାଟନ କରିଥିଲେ। ଏହି ମୋ ବସ ସେବାରେ ବସଗୁଡ଼ିକରେ ଓ୍ଵାଇଫାଇ ସେବା ସହିତ ଯାତ୍ରୀମାନଙ୍କ ସୁରକ୍ଷା ପାଇଁ କ୍ଲୋଜ ସର୍କିଟ କ୍ୟାମେରା ବ୍ୟବସ୍ଥା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)