Advertisment

Relationships Tips: ଆପଣଙ୍କ ବୈବାହିକ ସଂପର୍କରେ ଏହି ୫ ଘଟଣା ନାହିଁ ତ… ହୋଇପାରେ ବିଚ୍ଛେଦ

ବୈବାହିକ ସଂପର୍କରେ ଏମିତି କିଛି ଘଟଣା ଆସେ ଯାହାକୁ ଆମେ ଅତି ସାଧାରଣ ବୋଲି ମନେକରୁ। ତେବେ ଏହି ଘଟଣାଗୁଡ଼ିକୁ ଅଣଦେଖା କରିବା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢାଇବ ନାହିଁ, ଏହା ସମ୍ପର୍କର ମୂଳଦୁଆକୁ ମଧ୍ୟ ଦୁର୍ବଳ କରିଦେବ, ପରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରେ।

author-image
Pramod Behera
These 5 things is not normal in relationship talk openly with your partner

These 5 things is not normal in relationship talk openly with your partner

ନିଜ ସମ୍ପର୍କକୁ ନେଇ ଆପଣ ମଧ୍ୟ ଅନୁଭବ କରୁଥିବେ ଯେ ସଂପର୍କକୁ ନେଇ ଆପଣ ଖୁସି ନୁହଁନ୍ତି। ଆପଣ ସବୁବେଳେ ନିଜକୁ ଅସୁରକ୍ଷିତ ମନେ କରୁଥିବେ ଆଉ ଅନୁଭବ ମଧ୍ୟ କରୁଥିବେ ଯେ ଆପଣଙ୍କ ପାର୍ଟନର୍ ଥାଇ ମଧ୍ୟ ଆପଣ ଏକୁଟିଆ ବଞ୍ଚୁଛନ୍ତି ନଚେତ ସବୁବେଳେ ଆପଣଙ୍କ ପାର୍ଟନର୍‌ଙ୍କ ଠାରୁ ଅଭିଯୋଗର ଭୟ ରହୁଛି।

Advertisment

ଆପଣଙ୍କ ଜୀବନରେ ଯଦି ଏମିତି କିଛି ହେଉଛି, ତେବେ ଏହାର ଅର୍ଥ ବିବାହ କିମ୍ବା ସଂପର୍କକୁ ନେଇ ଏହା ସ୍ୱାଭାବିକ ନୁହେଁ। ପ୍ରାୟତଃ ଯେତେବେଳେ ଆମେ ଦୀର୍ଘ ଦିନ ଧରି ଗୋଟିଏ ସମ୍ପର୍କରେ ରହିଥାଉ, ସାଧାରଣତଃ ଏହିପରି ଜିନିଷ ଦେଖାଯିବା ଆରମ୍ଭ ହୁଏ, ଯାହା ଆମର ଏବଂ ଆମ ପାର୍ଟନର୍‌ଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ନକରାତ୍ମକ ପ୍ରଭାବ ପକାଇଥାଏ।

ଏହାକୁ ନେଇ ଯେତେବେଳେ ଆମେ ସାହାଯ୍ୟ ପାଇଁ ବନ୍ଧୁ କିମ୍ବା ବାପାମାଆଙ୍କ ସହିତ ଏ ସବୁ ଶେୟାର କରୁ, ଏହି ଜିନିଷଗୁଡିକ ପ୍ରାୟତଃ ସାଧାରଣ ବୋଲି କୁହାଯାଏ। ଏବଂ ଏହା ମଧ୍ୟ କୁହାଯାଏ ଯେ ଏହା ହେଉଛି ପ୍ରତ୍ୟେକ ଦମ୍ପତିଙ୍କ କାହାଣୀ। ଏ ସବୁ ଶୁଣିବା ପରେ, ଧୀରେ ଧୀରେ ଆମେ ଏହାକୁ ସାଧାରଣ ଭାବରେ ନେଇ ପରିସ୍ଥିତିକୁ ଅଣଦେଖା କରିବା ଆରମ୍ଭ କରିଦେଉ। ଏହା କିନ୍ତୁ ପରେ ବ୍ୟକ୍ତିଗତ ସମ୍ପର୍କ ଉପରେ ଗଭୀର ପ୍ରଭାବ ପକାଇବା ଆରମ୍ଭ କରେ।

Advertisment

ଯଦି ଆପଣଙ୍କ ସମ୍ପର୍କକୁ ନେଇ ମଧ୍ୟ ଏପରି ଘଟଣା ଘଟୁଛି, ତେବେ ଖୋଲାଖୋଲି କଥା ହେବା ନିହାତି ଜରୁରୀ। ଏହି ସମସ୍ୟାଗୁଡ଼ିକୁ ଅଣଦେଖା କରିବା କେବଳ ଆପଣଙ୍କ ମଧ୍ୟରେ ଦୂରତା ବଢାଇବ ନାହିଁ, ଏହା ସମ୍ପର୍କର ମୂଳଦୁଆକୁ ମଧ୍ୟ ଦୁର୍ବଳ କରିଦେବ, ପରେ ବିବାହ ବିଚ୍ଛେଦ ମଧ୍ୟ ହୋଇପାରେ।

ତେବେ ଆସନ୍ତୁ ଜାଣିବା ସଂପର୍କକୁ ନେଇ କେଉଁ ଜିନିଷଗୁଡିକୁ ସାଧାରଣ ଭାବିବା ଉଚିତ ନୁହେଁ ଏବଂ ଏହାର ସମାଧାନ ପାଇଁ, ନିଜ ପାର୍ଟନର୍‌ଙ୍କ ସହିତ ଖୋଲାଖୋଲି ଭାବରେ କଥା ହେବା ଜରୁରୀ। ଯଦି ଏହା ସତ୍ତ୍ୱେ ସମସ୍ୟାର ସମାଧାନ ନ ହୁଏ, ତେବେ ଯଥାଶୀଘ୍ର ବିବାହ ଥେରାପିଷ୍ଟଙ୍କ ସାହାଯ୍ୟ ନେବା ଜରୁରୀ।

ବିବାହରେ ଏହିସବୁ ଜିନିଷ ସ୍ୱାଭାବିକ ନୁହେଁ:

  • ଯଦି ଆପଣ ୪ ସପ୍ତାହରୁ ଅଧିକ ଦିନ ଧରି ପରସ୍ପରଙ୍କ ସହିତ ଅନ୍ତରଙ୍ଗ ନ ହୋଇପାରୁଚନ୍ତି ତେବେ ଏହା ସ୍ୱାଭାବିକ ନୁହେଁ
  • ଯଦି ଆପଣଙ୍କ ପାଖରେ ପରସ୍ପର ପାଇଁ ସମୟ ନାହିଁ ଏବଂ ପରସ୍ପରଙ୍କ ମଧ୍ୟରେ କ’ଣ କଥା ହେବେ ବୁଝିପାରୁ ନାହାଁନ୍ତି, ତେବେ ଏହା ମଧ୍ୟ ସ୍ୱାଭାବିକ ନୁହେଁ
  • ଯଦି ଆପଣ ନିଜର ସମ୍ପର୍କରେ କେବଳ କାମ କରିବାକୁ ଅଧିକ ପ୍ରାଥମିକତା ଦେଉଛନ୍ତି ଏବଂ ନିଜ ପାର୍ଟନର୍ କିମ୍ବା ପରିବାର ପାଇଁ କୌଣସି ସମୟ ବାହାର କରିପାରୁ ନାହାନ୍ତି, ତେବେ ଏହା ସ୍ୱାଭାବିକ ନୁହେଁ
  • ଯଦି ଆପଣ କିମ୍ବା ଆପଣଙ୍କ ପାର୍ଟନର୍ ଆପଣଙ୍କ ସମ୍ପର୍କରେ ନିଜ ବାପାମାଆ, ସମ୍ପର୍କୀୟ କିମ୍ବା ଭାଇଭଉଣୀଙ୍କ ଆଦେଶ ପାଳନ କରୁଛନ୍ତି ଏବଂ ପାର୍ଟନର୍‌ଙ୍କ କଥାକୁ ଶୁଣୁନାହାନ୍ତି, ତେବେ ଏହା ସ୍ୱାଭାବିକ ନୁହେଁ
  • ଯଦି ଆପଣ ନିଜ ସମ୍ପର୍କକୁ ନେଇ ସୁରକ୍ଷିତ ଅନୁଭବ କରୁ ନାହାନ୍ତି, ଯଦି ଆପଣଙ୍କୁ ଳାଗୁଛି ଯେ ଯଦି ପାର୍ଟନରଙ୍କୁ କିଛି କୁହନ୍ତି ତେବେ ସେ ଆପଣଙ୍କୁ ଅପମାନିତ କରିବେ କିମ୍ବା ଝଗଡା କରିବେ, ତେବେ ଏହା ମଧ୍ୟ ସମ୍ପର୍କକୁ ନେଇ ସ୍ୱାଭାବିକ ନୁହେଁ
Relationship Tips
Advertisment
Advertisment