Advertisment

Chanakya Niti : କାହାକୁ ଅନ୍ଧ ଭାବେ ‘ଭରସା’ କରିବା ପୂର୍ବରୁ ଜାଣନ୍ତୁ ଚାଣକ୍ୟଙ୍କ ନୀତି

କୌଟିଲ୍ୟ ନାଁରେ ଜଣାଶୁଣା ହେଉଛନ୍ତି ଚାଣକ୍ୟ। ସେ ହେଉଛନ୍ତି ଜଣେ ମହାନ ରାଜନେତା, ଦାର୍ଶନିକ ଓ ଅର୍ଥନୀତିଜ୍ଞ। ତାଙ୍କ ଦ୍ୱାରା ରଚିତ 'ଚାଣକ୍ୟ ନୀତି' ଏବେ ମଧ୍ୟ ଜୀବନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରୁଛି।

author-image
Manoranjan Sial
ଅଦ୍ୟତନ ହୋଇଛି
Chanakya Niti for Trust

Chanakya Niti for Trust

ଆଜିର ବ୍ୟସ୍ତ ବହୁଳ ସାଂସାରିକ ଜୀବନ ଭିତରେ ଆମେ କାହାକୁ ନା କାହାକୁ ଭରସା ବା ବିଶ୍ୱାସ କରିଥାଉ। ସିଏ ଆମ ପରିବାର ସଦସ୍ୟ ହୁଅନ୍ତୁ ବା ବନ୍ଧୁ ବାନ୍ଧବ କିମ୍ବା ସହକର୍ମୀ ବା ସାଥୀ ହୋଇଥାଆନ୍ତୁ। କିନ୍ତୁ ଆମେ କ’ଣ ସେମାନଙ୍କୁ ଅନ୍ଧ ଭାବେ ବିଶ୍ୱାସ କରିବା ଉଚିତ? ଏହାର ଉତ୍ତର ଭିନ୍ନ ଲୋକଙ୍କର ଭିନ୍ନ ହୋଇଥାଇପାରେ। କିନ୍ତୁ ଏ ସମ୍ପର୍କରେ ଚାଣକ୍ୟଙ୍କ ମାର୍ଗ ଦର୍ଶନ କ’ଣ ରହିଛି?

Advertisment

କୌଟିଲ୍ୟ ନାଁରେ ଜଣାଶୁଣା ହେଉଛନ୍ତି ଚାଣକ୍ୟ। ସେ ହେଉଛନ୍ତି ଜଣେ ମହାନ ରାଜନେତା, ଦାର୍ଶନିକ ଓ ଅର୍ଥନୀତିଜ୍ଞ। ତାଙ୍କ ଦ୍ୱାରା ରଚିତ 'ଚାଣକ୍ୟ ନୀତି' ଏବେ ମଧ୍ୟ ଜୀବନର ବିଭିନ୍ନ ଦିଗ ଉପରେ ମାର୍ଗଦର୍ଶନ କରୁଛି। ଚାଣକ୍ୟଙ୍କ ମତରେ ଭରସା ସମସ୍ତଙ୍କ ଉପରେ ରଖନ୍ତୁ, କିନ୍ତୁ ଭାବିଚିନ୍ତି। କାରଣ ‘ବେଳେ ବେଳେ ନିଜର ଦାନ୍ତ ମଧ୍ୟ ଜିଭକୁ କାମୁଡ଼ି ଦିଏ’ ବୋଲି ଚାଣକ୍ୟ ନୀତିରେ ଲେଖାଯାଇଛି।

ଅଧିକ ପଢ଼ନ୍ତୁ : କାକା ଓ ଖୁଡ଼ିଙ୍କ ରକ୍ତରେ ହୋଲି ଖେଳିଲା ପୁତୁରା !

ଚାଣକ୍ୟଙ୍କ ନୀତି ଅନୁସାରେ ଆମେ ଯେ କୌଣସି ବ୍ୟକ୍ତିଙ୍କ ଉପରେ ଆଖି ବନ୍ଦ କରି ଭରସା କରିବା କଥା ନୁହେଁ। କାରଣ ବେଳେ ବେଳେ ନିଜର ଲୋକ ମଧ୍ୟ କ୍ଷତି ପହଞ୍ଚାଇଥାଆନ୍ତି। ଯେମିତି ଜିଭ ଶରୀରର ଏକ ଅଂଶ। କିନ୍ତୁ ଦାନ୍ତ ତାକୁ କାମୁଡ଼ି ପକାଏ। ଠିକ୍‌ ସେହିଭଳି ଆମର ନିଜର ଲୋକ ମଧ୍ୟ ଧୋକା ଦେଇପାରନ୍ତି।

Advertisment

ବିଶ୍ୱାସ କରିବା ପୂର୍ବରୁ ସତର୍କତା କାହିଁକି ଆବଶ୍ୟକ? 

ଧୋକା: ଏ ଦୁନିଆରେ ଏମିତି କିଛି ଲୋକ ଅଛନ୍ତି, ଯେଉଁମାନେ ବିଶ୍ୱାସ ଜିତିଲା ପରେ ଧୋକା ଦେଇଥାଆନ୍ତି।

ସ୍ୱାର୍ଥ: କିଛି ଲୋକ ନିଜର ସ୍ୱାର୍ଥ ହାସଲ ପାଇଁ ଅନ୍ୟକୁ ବ୍ୟବହାର କରିଥାଆନ୍ତି।

ପରିସ୍ଥିତି: ପରିସ୍ଥିତି ବଦଳିବା ସହିତ ଲୋକଙ୍କ ବ୍ୟବହାର ମଧ୍ୟ ବଦଳିଯାଇଥାଏ।

ଚାଣକ୍ୟଙ୍କ ଚିନ୍ତାଧାରାରେ ଏଥିରୁ କେମିତି ବର୍ତ୍ତିବେ?

ଚାଣକ୍ୟଙ୍କ ବିଚାରରେ ଏଥିରୁ ବଞ୍ଚିବାକୁ ହେଲେ ପ୍ରଥମେ ସେମିତି ଲୋକଙ୍କ ବିଷୟରେ ଜାଣନ୍ତୁ । କୌଣସି ଲୋକଙ୍କ ଉପରେ ଭରସା କରିବା ପୂର୍ବରୁ ତାଙ୍କ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତୁ। ଦ୍ୱିତୀୟଟି ହେଉଛି, ‘ବିଶ୍ଳେଷଣ କରନ୍ତୁ’। ଭରସା କରିବା ପୂର୍ବରୁ ସମ୍ପୃକ୍ତ ବ୍ୟକ୍ତିଙ୍କ ଆଚାର ଓ ବ୍ୟବହାରକୁ ବିଶ୍ଳେଷଣ ବା ତର୍ଜମା କରନ୍ତୁ। ତୃତୀୟଟି ହେଉଛି ‘ସତର୍କତା’। ସବୁବେଳେ ସତର୍କ ରୁହନ୍ତୁ। କେବେବି କାହାକୁ ଅନ୍ଧ ଭାବରେ ବିଶ୍ୱାସ କରନ୍ତୁ ନାହିଁ।

ଅଧିକ ପଢ଼ନ୍ତୁ : ଏବେ ବି ନବୀନ ନିବାସରେ ସକ୍ରିୟ ଅଛନ୍ତି କି ଭିକେ ପାଣ୍ଡିଆନ ?

Chanakya Niti
Advertisment
Advertisment