• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

ବାହାରିଲା ଚାକିରି । ୨୦୨୩ ପାଇଁ SSC ବାହାର କଲା ଚାକରି । SSC ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍‌ ତାରିଖ ଘୋଷଣା କରିଛି ବିଭାଗ । ସିଭିଲ, ମେକାନିକାଲ ଓ ଇଲେକ୍ଟ୍ରିକାଲ କ୍ଷେତ୍ରରେ ଚାକିରି ପାଇବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ଏହାର ଅଫିସିଆଲ ୱେବ୍‌ସାଇଟ୍‌ ssc.nic.in. କୁ ଯାଇ ରେଜିଷ୍ଟ୍ରେସନ୍‌ କରିପାରିବେ । ଏନେଇ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ରେଜିଷ୍ଟ୍ରେସନ୍‌ କରିବାର ଶେଷ ତାରିଖ ଅଗଷ୍ଟ ୧୬ ତାରିଖ ରହିଛି ।

ଖାଲି ପଡ଼ିଥିବା ପଦବୀ

ବର୍ଡର ରୋଡ୍‌ ଅର୍ଗାନାଇଜେସନ୍‌ (ପୁରୁଷ କେବଳ)

JE (ସିଭିଲ୍): ୪୩୧

JE (ମେକାନିକାଲ ଓ ଇଲେକ୍ଟ୍ରିକାଲ): ୫୫

ସେଣ୍ଟ୍ରାଲ ପବ୍ଲିକ୍‌ ୱାର୍କସ୍‌ ଡିପାର୍ଟମେଣ୍ଟ

JE (ସିଭିଲ): ୪୨୧

JE (ଇଲେକ୍ଟ୍ରିକାଲ): ୧୨୪

ଅଧିକ ପଢ଼ନ୍ତୁ: ଅଙ୍ଗନବାଡ଼ିରେ ଚାକିରି; ଏବେଠୁ କରିପାରିବେ ଆବେଦନ...

ସେଣ୍ଟ୍ରାଲ ୱାଟର କମିଶନ

JE (ସିଭିଲ): ୧୮୮

JE (ମେକାନିକାଲ): ୨୩

ଫାରକା ବ୍ୟାରେଜ ପ୍ରୋଜେକ୍ଟ

JE (ସିଭିଲ): ୧୫

JE (ମେକାନିକାଲ): ୬

ମିଲିଟାରୀ ଇଞ୍ଜିନିୟର ସର୍ଭିସ

JE (ସିଭିଲ): ୨୯

JE (ମେକାନିକାଲ ଓ ଇଲେକ୍ଟ୍ରିକାଲ): ୧୮

ମିନିଷ୍ଟ୍ରି ଅଫ୍ ପୋର୍ଟସ୍‌, ସିପିଂ ଓ ୱାଟର ୱେଜ୍‌ (ଆଣ୍ଡାମାନ ଲାକ୍ଷାଦ୍ୱୀପ ପାଇଁ)

JE (ସିଭିଲ): ୭

JE (ମେକାନିକାଲ): ୧

ନାସନାଲ ଟେକ୍ନିକାଲ ରିସର୍ଚ୍ଚ ସେଣ୍ଟର

JE (ସିଭିଲ): ୪

JE (ଇଲେକ୍ଟ୍ରିକାଲ): ୧

JE (ମେକାନିକାଲ): ୧

ମୋଟ ଖାଲିପଡ଼ିଥିବା ପଦବୀ ସଂଖ୍ୟା ୧୩୨୪

ଯୋଗ୍ୟତା ମାନଦଣ୍ଡ

ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ SSCର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ସେଠାରେ ପ୍ରତ୍ୟେକ କ୍ଷେତ୍ର ପାଇଁ ରହିଥିବା ଭିନ୍ନ ଭିନ୍ନ ଯୋଗ୍ୟତା ଓ ମାନଦଣ୍ଡ ଉପରେ ନଜର ପକାନ୍ତୁ । ଆଉ ସବିଶେଷ ତଥ୍ୟ ପାଇ ସାରିବା ପରେ ଆବେଦନ କରନ୍ତୁ ।

ତେବେ ଆବେଦନ କରିବା ପାଇଁ ପ୍ରତ୍ୟେକ ପ୍ରାର୍ଥୀଙ୍କୁ ୧୦୦ ଟଙ୍କା ଡିପୋଜିଟ୍‌ କରିବାକୁ ହେବ । କିନ୍ତୁ SC/ST ପ୍ରାର୍ଥୀଙ୍କୁ ଆବେଦନ କରିବାକୁ ହେଲେ କୌଣସି ଅର୍ଥ ଦେବାକୁ ପଡ଼ିବ ନାହିଁ । ଠିକ୍‌ ସେହିଭଳି ଦିବ୍ୟାଙ୍ଗ କିମ୍ବା ଏକ୍ସ ସର୍ଭିସମ୍ୟାନ୍‌ କୋଟା ଥିଲେ କୌଣସି ଫି’ ଦେବାକୁ ପଡ଼ିବ ନାହିଁ ।

ଅଧିକ ପଢ଼ନ୍ତୁ: ଓଡ଼ିଶା ଅଗ୍ନିଶମରେ ଚାକିରି; ଜାଣନ୍ତୁ କେଉଁ ବିଭାଗରେ ରହିଛି କେତେ ପଦବୀ