/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690030028.jpg)
Fireman Vacancy in Government Sector 2023 The Fireman Jobs,
ଓଡ଼ିଶା ଅଗ୍ନିଶମ ବିଭାଗରେ ମିଳିବ ନିଯୁକ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଓଡ଼ିଶା ଅଗ୍ନିଶମରେ ନୂଆ ପଦବୀ ସୃଷ୍ଟି କରାଯାଇଛି । ଅଗ୍ନିଶମର ୩ଟି ବିଭାଗରେ ମୋଟ୍ ୨୬ଟି ନୂତନ ପଦବୀ ରହିଛି । ଏହି ସମସ୍ତ ପଦବୀରେ ନିଯୁକ୍ତି ମିଳିବା ନେଇ ସୂଚନା ଦିଆଯାଇଛି ।
ରାଜ୍ୟ ସରକାରଙ୍କ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି । ସୂଚନା ଅନୁସାରେ ଓଡିଶା ଅଗ୍ନିଶମ ସେବା ବିଭାଗର ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି । ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି।
ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ ଆହୁରି ଅଧିକ ଦକ୍ଷ ଭାବରେ ଲୋକଙ୍କୁ ସେବା ଯୋଗାଇ ଦେବାରେ ସହାୟକ ହେବ । ଫଳରେ ଇଚ୍ଛୁକଥିବା ପ୍ରାର୍ଥୀମାଏନ ଏହି ସମସ୍ତ ପଦବୀ ପାଇଁ ଆବେଦନ କରିପାରିବେ ।
ଅଗ୍ନିଶମ ସେବା ବିଭାଗରେ ୨୬ ନୂତନ ପଦବୀ
ଷ୍ଟେସନ ଅଫିସର ପଦବୀ- ୩
ଲିଡିଂ ଫାୟାର ମ୍ୟାନ ପଦବୀ- ୩
ଫାୟାର ମ୍ୟାନ ପଦବୀ- ୩
ଓଡିଶା ଅଗ୍ନିଶମ ସେବା ବିଭାଗରେ ବିଭିନ୍ନ ପାହ୍ୟାରେ ୨୬ଟି ନୂତନ ପଦବୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ କରିଛନ୍ତି। ଏଥି ମଧ୍ୟରେ ତିନି ଗୋଟି ଷ୍ଟେସନ ଅଫିସର ପଦବୀ ଥିବା ବେଳେ ତିନି ଗୋଟି ଲିଡିଂ ଫାୟାର ମ୍ୟାନ ଓ କୋଡିଏଟି ଫାୟାର ମ୍ୟାନ ପଦବୀ ରହିଛି। ଏହି ନୂତନ ପଦବୀ ସୃଷ୍ଟି ହେବା ଫଳରେ ଅଗ୍ନିଶମ ସେବା ବିଭାଗ… pic.twitter.com/XVN1VZPJhT
— I & PR Department, Odisha (@IPR_Odisha) July 20, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)