/odishatv-khabar/media/post_attachments/uploadimage/library/16_9/16_9_0/IMAGE_1690288030.jpg)
Odisha Anganwadi Recruitment 2023
ଓଡ଼ିଶା ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଅଙ୍ଗନବାଡ଼ିରେ ଚାକିରି କରିବାକୁ ଥିବା ଆଶାୟୀ ପ୍ରାର୍ଥୀମାନେ ବର୍ତ୍ତମାନ ଏଥିପାଇଁ ଆବେଦନ କରିପାରିବେ । ସରକାରଙ୍କ ନିୟମ ଅନୁସାରେ ଆଶାୟୀ ମାନଙ୍କୁ ଆବେଦନ କରିବାକୁ ହେବ । ମିଳିଥିବା ସୂଚନା ଅନୁସାରେ ଉଭୟ ଫ୍ରେସର ଏବଂ ଅଭିଜ୍ଞ ପ୍ରାର୍ଥୀମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ । ନିଜର ଯୋଗ୍ୟତା ଅନୁଯାୟୀ ପ୍ରାର୍ଥୀମାନଙ୍କୁ ଚାକିରିର ସୁଯୋଗ ମିଳିବ ।
ଅଙ୍ଗନବାଡ଼ିରେ ଚାକିରି କରିବାକୁ ଇଚ୍ଛୁକ ଥିବା ଆଶାୟୀମାନେ ଏବେଠୁ ଆବେଦନ କରିପାରିବେ । ଏଥିପାଇଁ ଜୁଲାଇ ୧ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏହାର ଶେଷ ତାରିଖ ଅଗଷ୍ଟ ୦୭, ୨୦୨୩ ଯାଏଁ ରହିଛି ।
କେଉଁ ବିଭାଗରେ କେତେ ରହିଛି ପଦବୀ ?
ଅଙ୍ଗନବାଡ଼ି ଟିଚର, AWW, AWH ପଦବୀ ପାଇଁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥି ପାଇଁ ମୋଟ୍ ୭୨୩ଟି ପଦବୀରେ ନିଯୁକ୍ତି ଦିଆଯିବା ନେଇ ସୂଚନା ଦିଆଯାଇଛି । ଏଥିପାଇଁ ଯୋଗ୍ୟତା ଥିବା ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ କରିପାରିବେ ।
କ’ଣ ରହିଛି ଶିକ୍ଷାଗତ ଯୋଗ୍ୟତା ?
ଏଥିପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଜାଣିନେବା ଜରୁରୀ । ଅଙ୍ଗନବାଡ଼ିରେ ନିଯୁକ୍ତି ପାଇଁ ଆବେଦନ କରିବାକୁ ହେଲେ ଆଶାୟୀ ପ୍ରାର୍ଥୀଙ୍କୁ ଯେକୌଣସି ସ୍ୱୀକୃତିପ୍ରାପ୍ତ ବୋର୍ଡ କିମ୍ବା ବିଶ୍ୱବିଦ୍ୟାଳୟରୁ ୮ମ, ୧୦ମ, +୨ ପାସ୍ କରିଥିବା ଆବଶ୍ୟକ ।
କେତେ ରହିଛି ବୟସସୀମା଼ ?
ଅଙ୍ଗନବାଡ଼ିରେ ଅବେଦନ କରିବାକୁ ହେଲେ ପ୍ରାର୍ଥୀଙ୍କ ପାଇଁ ବୟସସୀମା ନିର୍ଦ୍ଧାରିତ କରାଯାଇଛି । ଅବେଦନ କରିବାକୁ ଥିବା ଇଚ୍ଛୁକ ପ୍ରାର୍ଥୀମାନଙ୍କ ବୟସ ସର୍ବନିମ୍ନ ୧୮ ବର୍ଷରୁ ସର୍ବାଧିକ ୪୫ ବର୍ଷ ହୋଇଥିବା ଆବଶ୍ୟକ ବୋଲି ସୂଚନା ଦିଆଯାଇଛି ।
କେମିତି କରିବେ ଆବେଦନ ?
୧. ଅଙ୍ଗନବାଡ଼ିରେ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଅନ୍ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ । ଏଥିପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅଙ୍ଗନବାଡ଼ି ଅଫିସିଆଲ୍ ୱେବ୍ ସାଇଟ୍ wcdodisha.gov.inରେ ଆବେଦନ କରିବାକୁ ହେବ ।
୨. ୱେବ୍ ସାଇଟ୍କୁ ଯିବା ପରେ ପ୍ରାର୍ଥୀମାନେ ନିଜର ଡକ୍ୟୁମେଣ୍ଟ ଅପ୍ଲୋଡ୍ କରିବା ସହ ଫଟୋ ଓ ମଗାଯାଇଥିବା ସମସ୍ତ ତଥ୍ୟ ପ୍ରଦାନ କରିବେ ।
ଅଧିକ ପଢ଼ନ୍ତୁ: ଓଡ଼ିଶା ଅଗ୍ନିଶମରେ ଚାକିରି; ଜାଣନ୍ତୁ କେଉଁ ବିଭାଗରେ ରହିଛି କେତେ ପଦବୀ
୩. ପ୍ରାର୍ଥୀମାନଙ୍କୁ ନିଜର ମୋବାଇଲ୍ ନମ୍ବର ସହ ଇ-ମେଲ୍ ଆଇଡି ମଧ୍ୟ ଦେବାକୁ ପଡ଼ିବ ।
୪. ସେହିପରି ପ୍ରାର୍ଥୀଙ୍କ ଜନ୍ମତାରିଖ, ଠିକଣା ଏବଂ ଆଶାୟୀ ରହିଥିବା ପୋଷ୍ଟ ସମ୍ପର୍କରେ ସୂଚନା ଦେବେ ।
କେତେ ରହିଛି ଦରମା ?
ଏହି ସମସ୍ତ ପଦବୀ ପାଇଁ ଭଲ ଦରମା ରହିଛି । ଆଶାୟୀ ପ୍ରାର୍ଥୀ ଯୋଗ୍ୟ ବିବେଚିତ ହେବା ପରେ ସେମାନଙ୍କୁ ମାସିକ ୮,୦୦୦ରୁ ୩୦,୦୦୦ ଟଙ୍କା ଯାଏଁ ଦରମା ମିଳିବ ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)