Advertisment

NVS Recruitment: ନବୋଦୟ ବିଦ୍ୟାଳୟ ସମିତିରେ ପୂରଣ ହେବ ୧୩୦୦ରୁ ଅଧିକ ପଦବୀ; ଦଶମ ପିଲା ବି ନେବେ ସୁଯୋଗ

ନବୋଦୟ ବିଦ୍ୟାଳୟ ସମିତି(NVS)ରେ ଚାକିରି ସୁଯୋଗ। ଏନେଇ NVS ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ପ୍ରକ୍ରିୟାରେ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ମୋଟ ୧୩୭୭ ପ୍ରାର୍ଥୀ ନିଯୁକ୍ତି ପାଇବେ।

author-image
Pramod Behera
ଅଦ୍ୟତନ ହୋଇଛି
NVS to recruit for 1377 Non Teaching posts

NVS to recruit for 1377 Non Teaching posts

ନବୋଦୟ ବିଦ୍ୟାଳୟ ସମିତି(NVS)ରେ ଚାକିରି ସୁଯୋଗ। ଏନେଇ NVS ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ନିଯୁକ୍ତି ମାଧ୍ୟମରେ ଜୁନିୟର୍ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ (JSA), ଷ୍ଟେନୋଗ୍ରାଫର, ଷ୍ଟାଫ୍ ନର୍ସ, ASO, ଅଡିଟ୍ ଆସିଷ୍ଟାଣ୍ଟ, ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର, କ୍ୟାଟରିଂ ସୁପରଭାଇଜର, ମେସ୍ ହେଲ୍‌ପର୍‌, ମଲ୍ଟି ଟାସ୍କିଂ ଷ୍ଟାଫ୍ (MTS) ଆଦି ଅନେକ ପଦବୀ ପୂରଣ ହେବ।

Advertisment

ଏହି ନିଯୁକ୍ତି ପ୍ରକ୍ରିୟାରେ ଅଣ-ଶିକ୍ଷକ ପଦବୀ ପୂରଣ ହେବ। ଏନେଇ ଉଭୟ ମହିଳା ଓ ପୁରୁଷ ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୧୩୭୭ଟି ପ୍ରାର୍ଥୀ ନିଯୁକ୍ତି ପାଇବେ। ବ୍ୟାଚଲର୍ ଡିଗ୍ରୀ ପିଲା ସହ ଦଶମ ପାଶ୍ ପିଲା ମଧ୍ୟ ଏନେଇ ଆବେଦନ କରିପାରିବେ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ NVS ର ଅଫିସିଆଲ୍ ୱେବସାଇଟ୍ navodaya.gov.in.କୁ ଯାଇ ଅନ୍‌ଲାଇନ୍ ଆବେଦନ କରିପାରିବେ। ଯେଉଁମାନେ ଏହାର ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ NVS to recruit for 1377 Non Teaching posts Notification ଉପରେ କ୍ଲିକ୍ କରି ଦେଖିପାରିବେ

Advertisment

ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ ହୋଇନି
  • ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରୁଥାନ୍ତୁ

ଖାଲି ପଦବୀ:

  • ମହିଳା ଷ୍ଟାଫ୍ ନର୍ସ - ୧୨୧ଟି ପୋଷ୍ଟ୍‌
  • ସହକାରୀ ବିଭାଗୀୟ ଅଧିକାରୀ - ୫ଟି ପୋଷ୍ଟ୍‌
  • ଅଡିଟ୍ ଆସିଷ୍ଟାଣ୍ଟ - ୧୨ଟି ପୋଷ୍ଟ୍‌
  • ଜୁନିଅର ଅନୁବାଦ ଅଧିକାରୀ - ୦୪ଟି ପୋଷ୍ଟ୍‌
  • ଆଇନ ସହାୟକ – ୦୧ଟି ପୋଷ୍ଟ୍‌
  • ଷ୍ଟେନୋଗ୍ରାଫର୍ - ୨୩ଟି ପୋଷ୍ଟ୍‌
  • କମ୍ପ୍ୟୁଟର ଅପରେଟର - ୦୨ଟି ପୋଷ୍ଟ୍‌
  • କ୍ୟାଟରିଂ ସୁପରଭାଇଜର - ୭୮ଟି ପୋଷ୍ଟ୍‌
  • ଜୁନିଅର୍‌ ସେକ୍ରେଟାରିଏଟ୍ ଆସିଷ୍ଟାଣ୍ଟ - ୩୮୧ଟି ପୋଷ୍ଟ୍‌
  • ଇଲେକ୍ଟ୍ରିକାଲ୍ କମ୍‌ ପ୍ଲମ୍ବର - ୧୨୮ଟି ପୋଷ୍ଟ୍‌
  • ଲ୍ୟାବ୍‌ ଆଟେଣ୍ଡାଣ୍ଟ୍‌ - ୧୬୧ଟି ପୋଷ୍ଟ୍‌
  • ମେସ୍ ହେଲ୍‌ପର୍‌ - ୪୪୨ଟି ପୋଷ୍ଟ୍‌
  • MTS - ୧୯ଟି ପୋଷ୍ଟ୍‌

ଶିକ୍ଷାଗତ ଯୋଗ୍ୟତା:

  • ବିଭିନ୍ନ ପୋଷ୍ଟ୍ ପାଇଁ ଶିକ୍ଷାଗତ ଯୋଗ୍ୟତା ମଧ୍ୟ ଭିନ୍ନ
  • BSc ସମ୍ମାନ ସହିତ ନର୍ସିଂ କୋର୍ସ, ବ୍ୟାଚଲର୍ ଡିଗ୍ରୀ, B .Com, ଦଶମ ଆଦି ଶିକ୍ଷାଗତ ଯୋଗ୍ୟତା ରହିବ
  • ବିସ୍ତୃତ ଭାବେ ଜାଣିବା ପାଇଁ ବିଜ୍ଞାପନ ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୧୮ ବର୍ଷ
  • ସର୍ବାଧିକ ବୟସ – ୪୦ ବର୍ଷ

ଆବେଦନ ଶୁଳ୍କ:

  • ମହିଳା ଷ୍ଟାଫ ନର୍ସ – ସବୁ ବର୍ଗ ପାଇଁ ୧୫୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା
  • ଅନ୍ୟାନ୍ୟ ପଦବୀ ପାଇଁ – ସବୁ ବର୍ଗ ପାଇଁ ୧୦୦୦ ଟଙ୍କା, SC/ST/PwBD ପାଇଁ ୫୦୦ ଟଙ୍କା
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ମାସିକ ଦରମା – ୧୮,୦୦୦ ଟଙ୍କା
  • ସର୍ବାଧିକ ମାସିକ ଦରମା – ୧,୪୨,୪୦୦ ଟଙ୍କା

ଚୟନ ପ୍ରକ୍ରିୟା:

  • ପ୍ରତିଯୋଗିତାମୂଳକ ପରୀକ୍ଷା
  • ସାକ୍ଷାତକାର ରାଉଣ୍ଡ ଏ
  • ଟ୍ରେଡ୍ / ଦକ୍ଷତା ପରୀକ୍ଷା
  • ଡକ୍ୟୁମେଣ୍ଟ୍ ଯାଞ୍ଚ
  • ମେଡିକାଲ୍ ଟେଷ୍ଟ୍
Navodaya Vidyalayas Govt Jobs
Advertisment
Advertisment