Advertisment

SBI CBO Recruitment 2025: SBIରେ ପୂରଣ ହେବ ୨୬ ଶହ ଅଫିସର ପଦବୀ; ଓଡ଼ିଶାରେ ଏତେ ପୋଷ୍ଟ୍ ଖାଲି

SBIରେ ଚାକିରି ସୁଯୋଗ। ଗ୍ରାଜୁଏସନ୍ ଥିଲେ ହୋଇପାରିବେ ଅଫିସର୍। ଏନେଇ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

author-image
Pramod Behera
ଅଦ୍ୟତନ ହୋଇଛି
SBI CBO Recruitment 2025

SBI CBO Recruitment 2025

ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ। ଆପଣ ଯଦି କୌଣସି ବ୍ୟାଙ୍କରେ ଚାକିରି କରିବା ନେଇ ସ୍ୱପ୍ନ ଦେଖୁଛନ୍ତି ତେବେ ଏହି ଖବର ଆପଣଙ୍କ ପାଇଁ। ଷ୍ଟେଟ୍ ବ୍ୟାଙ୍କ୍‌ ଅଫ୍ ଇଣ୍ଡିଆ (SBI) ଏହି ସୁଯୋଗ ନେଇଆସିଛି। ଏନେଇ SBI ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଆପଣ ଯଦି ଆବେଦନ ପାଇଁ ଆଗ୍ରହୀ ତେବେ ବିସ୍ତୃତଭାବେ ଜାଣିବା ପାଇଁ ପଢନ୍ତୁ।

Advertisment

ଏହି ନିଯୁକ୍ତି ମାଧ୍ୟମରେ ସର୍କଲ୍ ବେସ୍‌ଡ(CBO) ଅଫିସର ପଦବୀ ପୂରଣ ହେବ। ଏନେଇ ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ମାଧ୍ୟମରେ ମୋଟ ୨୬୦୦ ପଦବୀ ପୂରଣ ହେବ। ଗ୍ରାଜୁଏସନ୍ କରିଥିବା ପ୍ରାର୍ଥୀ ଏହାର ସୁଯୋଗ ନେବେ। ଏହି ନିଯୁକ୍ତି ମାଧ୍ୟମରେ ଓଡିଶାରେ ୧୦୦ଟି ପଦବୀ ପୂରଣ ହେବ।

ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ IOBର ଅଫିସିଆଲ୍ ୱେବ୍‌ସାଇଟ୍‌ sbi.co.in ବା ibpsonline.ibps.in/sbicboapr25/କୁ ଯାଇ ଆବେଦନ କରିପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ବିଜ୍ଞପ୍ତି ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ SBI CBO Recruitment 2025 apply for 2600 post Notificationରେ କ୍ଲିକ୍ କରି ଦେଖିପାରିବେ।

Advertisment

ଅଧିକ ପଢ଼ନ୍ତୁ: କେନ୍ଦ୍ର ସରକାରଙ୍କ ଅଧିନରେ ଚାକିରି; ମାସକୁ ଦରମା ୧ ଲକ୍ଷରୁ ଅଧିକ

​ଗୁରୁତ୍ୱପୂର୍ଣ୍ଣ ତାରିଖ:

  • ଅନ୍‌ଲାଇନ୍ ଆବେଦନ ଆରମ୍ଭ – ୦୯ ମେ ୨୦୨୫
  • ଅନ୍‌ଲାଇନ୍ ଆବେଦନ ଶେଷ – ୨୯ ମେ ୨୦୨୫
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଖାଲି ପଦବୀ:

  • ସାଧାରଣ ବର୍ଗ – ୧୦୬୬ଟି ପୋଷ୍ଟ୍‌
  • OBC – ୬୯୭ଟି ପୋଷ୍ଟ୍‌
  • SC – ୩୮୭ଟି ପୋଷ୍ଟ୍‌
  • ST – ୧୯୦ଟି ପୋଷ୍ଟ୍‌
  • EWS – ୨୬୦ଟି ପୋଷ୍ଟ୍‌
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଯୋଗ୍ୟତା:

  • ଯେକୌଣସି ମାନ୍ୟତାପ୍ରାପ୍ତ ୟୁନିଭର୍ସିଟି/ଅନୁଷ୍ଠାନରୁ ଗ୍ରାଜୁଏସନ୍ ଡିଗ୍ରୀ
  • ମେଡିକାଲ୍, ଇଞ୍ଜିନିୟରିଂ କିମ୍ବା CA ଭଳି ବୃତ୍ତିଗତ ପାଠ୍ୟକ୍ରମ ଥିବା ପ୍ରାର୍ଥୀମାନେ ମଧ୍ୟ ଆବେଦନ କରିବାକୁ ଯୋଗ୍ୟ
  • ବ୍ୟାଙ୍କିଂ କିମ୍ବା କୌଣସି ଫାଇନାନ୍‌ସିଆଲ୍ ସଂସ୍ଥାରେ ୨ ବର୍ଷର କାର୍ଯ୍ୟ ଅଭିଜ୍ଞତା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ବୟସ ସୀମା:

  • ସର୍ବନିମ୍ନ ବୟସ – ୨୧ବର୍ଷ
  • ସର୍ବାଧିକ ବୟସ – ୩୦ ବର୍ଷ
  • ବୟସ ଗଣନା ୩୦ ଏପ୍ରିଲ୍ ୨୦୨୫ ଅନୁସାରେ ହେବ
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଦରମା:

  • ସର୍ବନିମ୍ନ ଦରମା – ୪୮,୪୮୦ ଟଙ୍କା
  • ସର୍ବାଧିକ ଦରମା – ୮୫,୯୨୦ ଟଙ୍କା
  • ବିସ୍ତୃତଭାବେ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଆବେଦନ ଶୁଳ୍କ:

  • ସାଧାରଣ ବର୍ଗ/OBC/EWS – ୭୫୦ଟଙ୍କା
  • SC/ST/PwBD – ଦେୟମୁକ୍ତ
  • ଅଧିକ ଜାଣିବା ପାଇଁ ବିଜ୍ଞପ୍ତି ଦେଖନ୍ତୁ

ଚୟନ ପ୍ରକ୍ରିୟା:

  • ଲିଖିତ ପରୀକ୍ଷା
  • ସାକ୍ଷାତକାର
  • ଡକ୍ୟୁମେଣ୍ଟ୍ ଯାଞ୍ଚ

କିପରି କରିବେ ଆବେଦନ:

  • ଅଫିସିଆଲ୍ ୱେବସାଇଟ୍ ibpsonline.ibps.in/sbicboapr25/ କୁ ଯାଆନ୍ତୁ
  • ହୋମ୍‌ପେଜ୍‌ରେ ସମ୍ବନ୍ଧିତ ଲିଙ୍କ୍‌ରେ କ୍ଲିକ୍ କରନ୍ତୁ
  • ନିଜକୁ ପଞ୍ଜିକରଣ କରାନ୍ତୁ
  • ଏହା ପରେ ଆବେଦନ ଫର୍ମ ପୂରଣ କରନ୍ତୁ
  • ଫଟୋ ଏବଂ ଡକ୍ୟୁମେଣ୍ଟ୍ ଅପ୍‌ଲୋଡ୍ କରନ୍ତୁ
  • ଆବେଦନ ଫିସ୍ ଦିଅନ୍ତୁ
  • ‘Submit’ ବଟନ୍‌ରେ କ୍ଲିକ୍ କରନ୍ତୁ
  • ଭବିଷ୍ୟତ ପ୍ରମାଣ ପାଇଁ ଦାଖଲ ହୋଇଥିବା ଆବେଦନର ଏକ କପି ପ୍ରିଣ୍ଟ୍ କରି ରଖନ୍ତୁ

ଅଧିକ ପଢ଼ନ୍ତୁ: ଇଣ୍ଡିଆନ୍ ଓଭର୍‌ସିଜ୍ ବ୍ୟାଙ୍କ୍‌ରେ ପୂରଣ ହେବ ଅଫିସର ପଦବୀ; ଓଡ଼ିଶାରେ ଏତେ ପୋଷ୍ଟ୍ ଖାଲି

SBI Govt Jobs Job Search Job Seekers SBI Jobs Job Opportunities
Advertisment
Related Articles
Advertisment