ଏଥର ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା; ଜାଣନ୍ତୁ ଓଡ଼ିଶାର କେଉଁ ସ୍ଥାନରେ ରହିବ ପରୀକ୍ଷା କେନ୍ଦ୍ର

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲା ଓ ଢେଙ୍କାନାଳକୁ ପରୀକ୍ଷା କେନ୍ଦ୍ର କରାଯାଇଛି ।

ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା

ନୂଆ ଢାଞ୍ଚାରେ ହେବ ସେନା ବାହିନୀ ପରୀକ୍ଷା । ସେନା ବାହିନୀ ନିଯୁକ୍ତି ପାଇଁ ହେଉଥିବା ପରୀକ୍ଷା ଢାଞ୍ଚାରେ ପରିବର୍ତ୍ତନ କରାଯାଇଛି । ଏନେଇ କଟକ ରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆର୍ମି ରିକ୍ରୁମେଣ୍ଟ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ପୂର୍ବରୁ ଆର୍ମିରେ ଭର୍ତ୍ତି ପାଇଁ ପ୍ରଥମେ ଶାରିରୀକ ପରୀକ୍ଷା ବା ଫିଜିକାଲ ଟେଷ୍ଟ କରାଯାଉଥିଲା । ହେଲେ ବର୍ତ୍ତମାନ ପ୍ରଥମେ ଆବେଦନକାରୀଙ୍କ ପାଇଁ ଅନ ଲାଇନ ଟେଷ୍ଟ କରାଯାଇଛି । ଅନଲାଇନ ପରୀକ୍ଷାରେ ସଫଳ ହେଲା ପରେ ଶାରୀରିକ ପରୀକ୍ଷା ଏବଂ ମେଡ଼ିକାଲ ପରୀକ୍ଷା ଦେବେ। ଆଉ ଶେଷରେ ବାହାରିବ ମେରିଟ ଲିଷ୍ଟ ।

ଅଧିକ ପଢ଼ନ୍ତୁ: ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜରେ କରନ୍ତୁ ନାଁ ପଞ୍ଜୀକରଣ; ସରକାରୀ ଚାକିରି ପାଇଁ ଜାଣନ୍ତୁ ଗାଇଡ୍‌ଲାଇନ୍

ପରୀକ୍ଷା ସମ୍ବନ୍ଧିତ ସମସ୍ତ ତଥ୍ୟ jointindianarmy.nic.in ୱେବସାଇଟରେ ଉପଲବ୍ଧ ରହିବ। ଦେଶରେ ୧୭୬ଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ବେଳେ ରାଜ୍ୟରେ ୬ଟି କେନ୍ଦ୍ରରେ ହେବ ପରୀକ୍ଷା । କଟକ, ଭୁବନେଶ୍ୱର, ବ୍ରହ୍ମପୁର,ବାଲେଶ୍ୱର, ରାଉରକେଲାଢେଙ୍କାନାଳ କୁ ପରୀକ୍ଷା କେନ୍ଦ୍ର କରାଯାଇଛି । ତେବେ ଆଵେଦନକାରୀ ମାନେ ନିଜ ପସନ୍ଦ ଅନୁସାରେ ସେଣ୍ଟରରେ ପରୀକ୍ଷା ଦେଵାର ସୁଯୋଗ ମଧ୍ୟ ପାଇଵେ । ଏହି ପରୀକ୍ଷା ପାଇଁ ଅନଲାଇନରେ ରେଜିଷ୍ଟ୍ରେସନ କରିଵାକୁ ପଡିଵ । ଚଳିତ ଵର୍ଷଠାରୁ ଅନଲାଇନ ରେଜିଷ୍ଟ୍ରେସନ ସମୟରେ ଆଵେଦନକାରୀଙ୍କୁ ଅଢେଇ ଶହ ଟଙ୍କା ଅନଲାଇନରେ ଦେଵାକୁ ପଡିବ ।

ଆଵେଦନକାରୀ କ୍ରେଡିଟ କାର୍ଡ,ଡେଵିଟ କାର୍ଡ କିମ୍ବା ଅନଲାଇନରେ କୌଣସି ପ୍ରକାରେ ଏହି ରେଜିଷ୍ଟ୍ରେସନ ଫି ଦେଵାକୁ ପଡିବ । ଆସନ୍ତା ଏପ୍ରିଲ ୧୭ ତାରିଖରୁ ମେ ୪ତାରିଖ ପର୍ଯ୍ୟନ୍ତ ଏହି ଆର୍ମି ରିକ୍ରୁଟମେଣ୍ଟ ହେଵ । ଅଗ୍ନୀଵିର ପାଇଁ ସାଢେ ସତର ଵର୍ଷରୁ ୨୧ଵର୍ଷ ଵୟସ୍କ ଯୁଵକ ମାନେ ଆଵେଦନ କରିପାରିବେ ।