• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

କନଷ୍ଟେବଲ ଚାକିରି ଆଶାୟୀଙ୍କ ପାଇଁ ଖୁସି ଖବର । ହାଇକୋର୍ଟ ଦେଲେ ବଡ଼ ନିଷ୍ପତ୍ତି । କନଷ୍ଟେବଲ୍ ନିଯୁକ୍ତି ନେଇ ହାଇକୋର୍ଟ ଦେଲେ ଗୁରୁତ୍ୱପୂର୍ଣ୍ଣ ରାୟ । ୨୦୨୨ ଡିସେମ୍ବର ୩୦ରେ ପ୍ରକାଶିତ ବିଜ୍ଞାପନକୁ ନେଇ ଦେଇଛନ୍ତି ବଡ଼ ରାୟ । କହିଲେ ଆବେଦନକାରୀଙ୍କ ବୟସ ସୀମା ୪ ବର୍ଷ କୋହଳ କରିବାକୁ ନିର୍ଦ୍ଦେଶ ଦିଆଯାଉଛି । ଏହି ଥରକ ପାଇଁ ବୟସ ସୀମା ୪ ବର୍ଷ କୋହଳ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି ।

କୋଭିଡ୍ ପାଇଁ ୨୦୧୮ରୁ ୨୦୨୨ ମଧ୍ୟରେ କନେଷ୍ଟବଲ ପରୀକ୍ଷା ହୋଇ ନ ଥିବାରୁ ଏହି କୋହଳ ନିଷ୍ପତ୍ତି ନିଆଯାଇଥିବା କହିଛନ୍ତି କୋର୍ଟ । କନଷ୍ଟେବଲ ପଦବୀ ପାଇଁ ଆଗକୁ ବୟସ କୋହଳ ହୋଇପାରିବ ନାହିଁ ବୋଲି ମଧ୍ୟ ସ୍ପଷ୍ଟ କହିଛନ୍ତି । ବୟସ କୋହଳ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ଅନେକ ଆଶାୟୀ । 

ଅଧିକ ପଢ଼ନ୍ତୁ: OMCରେ ଚାକିରି ସୁଯୋଗ; ଦରମା ୧,୧୨,୪୦୦ ଟଙ୍କା, ତୁରନ୍ତ ଆବେଦନ କରନ୍ତୁ

ଅନ୍ୟପଟେ ଆବେଦନର ଶେଷ ତାରିଖ ଜାନୁଆରୀ ୨୧ ବଦଳରେ ଫେବ୍ରୁଆରୀ ୧୦କୁ ବୃଦ୍ଧି କରାଯାଇଛି । ଫେବ୍ରୁଆରୀ ୨୦ ତାରିଖରେ ପରୀକ୍ଷା ପାଇଁ ନିର୍ଦ୍ଦେଶ ମଦ୍ୟ ଦିଆଯାଇଛି । ୪୭୯୦ କନଷ୍ଟେବଲ ପଦବୀ ପାଇଁ ୨୦୨୨ରେ ବିଜ୍ଞାପନ ପ୍ରକାଶ ପାଇଥିଲା ।