Advertisment

Walk and Earn: ଏଲନ ମସ୍କ ଦେଉଛନ୍ତି ଚାକିରି, ଚାଲୁଥିଲେ ମାସକୁ ପାଇବେ ଏତିକି ଲକ୍ଷ

ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ।

ଅଦ୍ୟତନ ହୋଇଛି
Walk

Walk

Advertisment

ଚାଲିଲେ ମିଳିବ ପଇସା। କଥାଟି ଶୁଣିବାକୁ ଅସମ୍ଭବ ଲାଗୁଥିଲେ ମଧ୍ୟ ସତ। ଏମିତି ଏକ ଅଫର ଆଣିଛନ୍ତି ଟେସଲାର ସିଇଓ ଏଲନ ମସ୍କ। ଟେସଲାରେ ଏମିତି ଏକ ଜବ ଅଫର ଆସିଛି ଯେଉଁଥିରେ କେବଳ ଚାଲିବା ଦ୍ବାରା ଆପଣ ଲକ୍ଷପତି ହୋଇ ପାରିବେ। ଦିନକୁ ୮ ଘଣ୍ଟା ଚାଲିବା ପାଇଁ ମାସିକ ୮ ହଜାର ଡଲାରର ବେତନ ମିଳିବ। ଯାହା ଭାରତୀୟ ମୁଦ୍ରାରେ ହେବ ୬ ଲକ୍ଷ ୯୩ ହଜାର ୫୭୮ ଟଙ୍କା। ତେବେ ଏହି ଚାଲିବା ସହିତ ଆଉ ଏକ ସର୍ତ୍ତ ମଧ୍ୟ ଯୋଡି ହୋଇ ରହିଛି।

Advertisment

ଟେସଲା କମ୍ପାନୀ ଚାଲୁଥିବା ଲୋକଙ୍କ ଦେହରେ ଏକ ସେନ୍ସର ଲଗାଇଥାଏ। ଏହି ସେନ୍ସର ଦ୍ବାରା ଚାଲିବା ସମୟରେ ଲୋକଙ୍କ ଭାବଭଙ୍ଗୀକୁ ରେକର୍ଡ କରାଯାଏ। ଉଲ୍ଲେଖଯୋଗ୍ୟ ଯେ, ଟେସଲା କମ୍ପାନୀ ଏହାର ହ୍ୟୁମାନଏଡ ରୋବୋଟ ଅପ୍ଟିମସର ପରୀକ୍ଷଣ କରୁଛି। ମଣିଷ ଶରୀରରେ ଲାଗିଥିବା ମୋସନ ଟେଷ୍ଟର ଦ୍ବାରା ହ୍ୟୁମାନଏଡ ରୋବୋଟ ଅପ୍ଟିମସର ଟ୍ରେନିଙ୍ଗ କରାଯିବ। ଆଗାମୀ ଦିନରେ ମଣିଷଙ୍କ ବଦଳରେ ରୋବୋଟଙ୍କୁ ବ୍ୟବହାର କରିବାକୁ ମସ୍କ ଯୋଜନା କରୁଛନ୍ତି।

ଅଧିକ ପଢ଼ନ୍ତୁ: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ପାଦେ ଆଗେଇବ ଭାରତ, ମହାକାଶରେ ଯୋଗକରିବେ ଭାରତୀୟ ମହାକାଶଚାରୀ

Advertisment

ଏହି ପ୍ରୋଜେକ୍ଟ ପାଇଁ ସେ ଅପ୍ଟିମସକୁ ପ୍ରସ୍ତୁତ କରୁଥିବା ମଧ୍ୟ କହିଛନ୍ତି ମସ୍କ। ଏଥିପାଇଁ ମଣିଷ ମାନଙ୍କୁ ପ୍ରସ୍ତୁତ କରାଯାଇ ସେମାନଙ୍କ ହାବଭାବକୁ ଅନୁଧ୍ୟାନ କରିବା ପାଇଁ ଏହି ଚାକିରି ସୃଷ୍ଟି କରାଯାଇଛି। ମଣିଷର ଚାଲିଚଳଣିକୁ ଆପେ ଆପେ ଗ୍ରହଣ କରିବା ପାଇଁ ଏହି ପ୍ରୋଗ୍ରାମକୁ ଡିଜାଇନ କରାଯାଇଛି। ତେବେ ଏହି ଚାକିରିରେ ପଇସା କମାଇବା ଏତେ ସହଜ ନୁହେଁ। ଭର୍ଚୁଆଲ ହେଡ ସେଟ ଓ ଅନ୍ୟାନ୍ୟ ଗିୟର ପିନ୍ଧି ୮ ଘଣ୍ଟା ଚାଲିବାକୁ ପଡିବ। ନାଇଟ ସିଫ୍ଟ କରିବା ସହିତ ଯେ କୌଣସି ସମୟରେ ଚାଲିବାକୁ ପଡିପାରେ। ଫଳରେ ଜଣଙ୍କର ନିଦ ମଧ୍ୟ ବ୍ୟାଘାତ ହେବାର ସମ୍ଭାବନା ରହିଛି।

ଏହା ସହିତ ଏହି ଚାକିରିର ଆଉ ଏକ ଆବଶ୍ୟକତା ହେଉଛି ଜଣେ ବ୍ୟକ୍ତିଙ୍କ ଉଚ୍ଚତା ୫ ଫୁଟ ୭ ଇଞ୍ଚରୁ ୫ ଫୁଟ ୧୧ ଇଞ୍ଚ ମଧ୍ୟରେ ରହିଥିବ। ଏହା ସହିତ ସୁସ୍ଥ ଶାରୀରିକ ଗଠନ ମଧ୍ୟ ନିତାନ୍ତ ଆବଶ୍ୟକ। ଭଲ୍ୟୁଣ୍ଟର ମାନେ ନିଜ ଶରୀରରେ ୩୦ ପାଉଣ୍ଡ ବା ୧୩.୬ କିଗ୍ରାର ଓଜନ ଧାରଣ କରି ଚାଲିବେ। ସେମାନଙ୍କ ଚାଲିବାର ଫିଡକୁ ଅନୁଶୀଳନ କରି ଅପ୍ଟିମସ ଏହାର ମୋଟରର ଦକ୍ଷତା ବୃଦ୍ଧି କରିବ।

Advertisment

ଏହି ପ୍ରୋଜେକ୍ଟରେ ନିଜକୁ ସାମିଲ କଲେ ଘଣ୍ଟା ପ୍ରତି ୨୫ ଡଲାରରୁ ୪୮ ଡଲାର ପର୍ଯ୍ୟନ୍ତ ଆୟ କରିହେବ। ତେବେ ଯେଉଁମାନେ ଶାରୀରିକ କଷ୍ଟ ସହ୍ୟ କରିପାରିବେ ଏହା ସେମାନଙ୍କ ପାଇଁ ଉଦ୍ଦିଷ୍ଟ। ଭବିଷ୍ୟତରେ ଘରକାମ କରିବା ସହିତ ଛୋଟଛୁଆଙ୍କ ଯତ୍ନ ନେବା ପାଇଁ ଏହି ରୋବୋଟର ବ୍ୟବହାର କରିବାକୁ ଲକ୍ଷ୍ୟ ରଖିଛନ୍ତି ମସ୍କ। ୨୦୨୫ ଶେଷ ସୁଦ୍ଧା ଏହି ରୋବୋଟ ବଜାରକୁ ଆସିବାକୁ ଥିବା ବେଳେ ଏହାର ବଜାର ଦର ୨୦ରୁ ୩୦ ହଜାର ଡଲାର ମଧ୍ୟରେ ରହିବ। ଟେସଲାର ସମ୍ପୂର୍ଣ୍ଣ ସ୍ବୟଂକ୍ରିୟ ରୋବୋଟିକ ମିଶନ ଦିଗରେ ଏହା ଏକ ବଡ ପଦକ୍ଷେପ ହୋଇଥିବା ବେଳେ ଆଗାମୀ ଦିନରେ ଏହାର ସଫଳତା ସମ୍ପର୍କରେ ଜଣାପଡିବ।

ଅଧିକ ପଢ଼ନ୍ତୁ: ଫିଟ୍ ଅଛନ୍ତି ସୁନୀତା ! ଅନ୍ତରୀକ୍ଷରେ କଲେ ସାଢ଼େ ୫ ଘଣ୍ଟାର ସ୍ପେଶୱାକ୍

Elon Musk Tesla CEO Elon Musk
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ