/odishatv-khabar/media/post_attachments/uploadimage/library/16_9/16_9_0/IMAGE_1757302157.jpg)
MP's Sister assaulted
ଫରୁଖାବାଦର ବିଜେପି ସାଂସଦ ମୁକେଶ ରାଜପୁତଙ୍କ ଭଉଣୀ ରୀନା ସିଂହ ତାଙ୍କ ଶ୍ବଶୁର ଘର ଉପରେ ମାରପିଟର ଅଭିଯୋଗ ଆଣିଛନ୍ତି। ଏ ନେଇ ରୀନା ସିଂହ ଏହି ମାମଲାରେ ପୁଲିସରେ ଅଭିଯୋଗ ଦାଖଲ କରିଛନ୍ତି। ରୀନା ସିଂହ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି ଯେ ତାଙ୍କ ଦିଅର ରାଜେଶ ଓ ଶ୍ବଶୁର ଲକ୍ଷ୍ମଣ ସିଂହ ତାଙ୍କୁ ଜୀବନରୁ ମାରିଦେବାର ଧମକ ଦେଇଛନ୍ତି। ଏତିକି ନୁହେଁ, ଶ୍ବଶୁର ଓ ଦିଅର ମିଳିତ ଭାବେ ତାଙ୍କ ଉପରେ ଆକ୍ରମଣ ମଧ୍ୟ କରିଛନ୍ତି। ତାଙ୍କୁ କଥିତ ଭାବେ ଗାଳିଗୁଲଜ ମଧ୍ୟ କରିଛନ୍ତି। ତେବେ ତାଙ୍କ ଉପରକୁ ଆକ୍ରମଣ ହେଉଥିବାର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ଘଟଣା ରାଣୀ ଅବନ୍ତିବାଇ ନଗରରେ ଘଟିଛି।
ରୀନା ସିଂହ କହିଛନ୍ତି ଯେ ରବିବାର ଦିନ ସେ ନିଜ ବାଥରୁମରେ ଗାଧୋଉଥିବା ବେଳେ ତାଙ୍କ ଶ୍ବଶୁର ଓ ଦିଅର ସେଠାକୁ ଆସି ଝରକା ପଟେ ତାଙ୍କର ଭିଡିଓ କରିବାକୁ ଚେଷ୍ଟା କରିଥିଲେ। ଯେତେବେଳେ ସେ ଶ୍ବଶୁର ଓ ଦିଅରଙ୍କ ଏହି କାର୍ଯ୍ୟର ବିରୋଧ କରିଥିଲେ, ସେମାନେ ଗାଳି ଦେବା ଆରମ୍ଭ କରିଥିଲେ। ଏହା ପରେ ମାରପିଟ କରାଯାଇଥିଲା, ଶଶୁର ବାଡିରେ ଆଘାତ କରିଥିଲେ ଏବଂ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ।
ରୀନା ସିଂହ ତାଙ୍କ ଦାବିରେ ଆଗେ କହିଛନ୍ତି ଯେ ଶ୍ବଶୁର ଲକ୍ଷ୍ମଣ ସିଂହ ନିଜର ଲାଇସେନ୍ସପ୍ରାପ୍ତ ରାଇଫଲ ବାହାର କରି କହିଥିଲେ ଯେ ତୁମକୁ ଗୁଳି ମାରି ଦେବି। ରୀନା ତାଙ୍କ ଦିଅର ଉପରେ ଅଭିଯୋଗ କରିଛନ୍ତି ଯେ ସେ ଧାରୁଆ ଛୁରୀରେ ଆକ୍ରମଣ କରିଥିଲେ ଏବଂ ଲୁହା ରଡ଼ରେ ମଧ୍ୟ ମାରିଥିଲେ, ଯାହା ଫଳରେ ରୀନାଙ୍କ ହାତରେ ଆଘାତ ଲାଗିଥିଲା। ରୀନା ପୁଲିସରେ ଦାଖଲ କରିଥିବା ଅଭିଯୋଗରେ କହିଛନ୍ତି ଯେ ତାଙ୍କ ଉପରେ ଆକ୍ରମଣ ପରେ ସେମାନେ ଲଗାତାର ଧମକ ଦେଉଛନ୍ତି। ଏପରିକି ସେ ଆହୁରି ସଙ୍ଗୀନ ଅଭିଯୋଗ ଆଣି କହିଛନ୍ତି ଯେ, “ମୋର ଦୁଇଟି ଝିଅ ଅଛନ୍ତି, ତେଣୁ ମୋ ଶ୍ବଶୁର ଘର ଲୋକ ମୋତେ ମାଡ ମାରୁଥିଲେ। ସେମାନେ ମୋତେ ବହୁତ ଦିନ ଧରି ନିର୍ଯାତନା ଦେଇ ଆସୁଛନ୍ତି।”
ଅଧିକାରୀମାନେ ସୂଚନା ଦେଇଛନ୍ତି ଯେ ଭାରତୀୟ ଜନତା ପାର୍ଟିର ସାଂସଦ ମୁକେଶ ରାଜପୁତଙ୍କ ଭଉଣୀ ତାଙ୍କ ଶ୍ବଶୁର ଘର ଉପରେ ମାରପିଟ କରାଯାଇଥିବାର ଅଭିଯୋଗ କରିଛନ୍ତି। ତାଙ୍କ ସହିତ ଦୁର୍ବ୍ୟବହାର କରାଯାଇଥିବା ସେ ଅଭିଯୋଗ କରିଛନ୍ତି ଏଥି ସହ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଆଣିଛନ୍ତି। ଏହି ମାମଲାର ତଦନ୍ତ ଚାଲିଛି। ଦୋଷୀମାନଙ୍କ ବିରୁଦ୍ଧରେ ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)