• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ତପସ୍ୟା, ଗବେଷଣା, ପରୀକ୍ଷା ନିରୀକ୍ଷା, କେତେ କଣ। ପ୍ରାଚୀନ କାଳରୁ ମଣିଷର ସର୍ବୋଚ୍ଚ ଅଭିଳାଷ ହେଉଛି ଅମରତ୍ୱ । ଶାସ୍ତ୍ରପୁରାଣ ଅନୁସାରେ ଅମୃତ ପିଇ କେବଳ ଦେବତା ମାନେ ହିଁ ଅମର ହୋଇପାରିଛନ୍ତି। ଆଉ ସମସ୍ତେ ନଶ୍ୱର। ତେବେ ଆଗାମୀ ଦିନରେ ମଣିଷ ବି ଅମର(Humans Immortality) ହେବାକୁ ଯାଉଛି । ଆଉ ବେଶି ସମୟ ନୁହେଁ, ମାତ୍ର ୭ ବର୍ଷ ଅପେକ୍ଷା କରନ୍ତୁ । ଜଣେ ବୈଜ୍ଞାନିକ ଭବିଷ୍ୟବାଣୀ କରିଛନ୍ତି ଯେ, ୨୦୩୦ ବେଳକୁ ବିଜ୍ଞାନ ଏତେ ଆଗେଇ ଯାଇଥିବ ଯେ, ମଣିଷ ମୃତ୍ୟୁକୁ ବି ମାତ୍ ଦେଇ ଅମର ହୋଇପାରିବ ।...

ଅଧିକ ପଢ଼ନ୍ତୁ: କୁର୍ଜୱିଲ୍ କିଏ ? ମଣିଷର ଅମରତ୍ୱ ସମ୍ପର୍କରେ ଭବିଷ୍ୟବାଣୀ କରି ଚର୍ଚ୍ଚାରେ

ଲୋକପ୍ରିୟ ସର୍ଚ୍ଚ ଇଞ୍ଜିନ ଗୁଗଲର ପୂର୍ବତନ ଇଞ୍ଜିନିୟର ତଥା ଭବିଷ୍ୟଦ୍ରଷ୍ଟା ଭାବେ ଖ୍ୟାତ ରେ' କୁର୍ଜୱିଲ୍ ଏଭଳି ଦାବି କରିବା ପରେ, ଏହାର ବାସ୍ତବତାକୁ ନେଇଆରମ୍ଭ ହୋଇଛି ଚର୍ଚ୍ଚା । ବିଗତ କିଛି ଦଶନ୍ଧି ଭିତରେ ବିଜ୍ଞାନ ଓ ଟେକନୋଲୋଜିର ଅଗ୍ରଗତି ନେଇ କୁର୍ଜୱିଲ୍ ଯେଉଁସବୁ ପୂର୍ବାନୁମାନ ବା ଭବିଷ୍ୟବାଣୀ କରିଛନ୍ତି, ସେଥିରୁ ଅଧିକାଂଶ ସତ ପ୍ରମାଣିତ ହୋଇଛି । ତେବେ ଏହି ୭୫ ବର୍ଷୀୟ ଚର୍ଚ୍ଚିତ କଂପ୍ୟୁଟର ଇଞ୍ଜିନିୟର ୨୦୦୫ ମସିହାରେ ଲେଖିଥିବା 'ଦି ସିଙ୍ଗୁଲାରିଟି ଇଜ୍ ନିୟର୍' ପୁସ୍ତକ ସଂପର୍କରେ ସାକ୍ଷାତକାର ଦେବା ବେଳେ ଦାବି କରିଛନ୍ତି ଯେ, ୨୦୩୦ ବେଳକୁ ଜେନେଟିକ୍ସ, ରୋବୋଟିକ୍ସ ଓ ନାନୋ ଟେକ୍ନୋଲୋଜି ଏତେ ଆଗେଇ ଯାଇଥିବ ଯେ, ତାହା ମଣିଷକୁ ଅମରତ୍ୱ ପ୍ରଦାନ କରିପାରିବ ।

ଅର୍ଥାତ୍ ମଣିଷ ମୃତ୍ୟୁକୁ ଟାଳିପାରିବ ଏବଂ ଚିରକାଳ ପାଇଁ ଜୀବନକୁ ଉପଭୋଗ କରିପାରିବ । ଖୁବ୍ ଶୀଘ୍ର ନାନୋବୋଟ୍ ବା ଅତି କ୍ଷୁଦ୍ରାତିକ୍ଷୁଦ୍ର ରୋବଟ୍ ମଣିଷର ଶିରାପ୍ରଶିରାରେ ପ୍ରବେଶ କରି, ଯେ କୌଣସି ସମସ୍ୟା ବା ଅସ୍ୱାଭାବିକତାକୁ ସୁଧାରି ପାରିବ । ଠିକ୍ ସେହିପରି ଆଉ ୭ ବର୍ଷ ପରେ ବିଜ୍ଞାନ ଏତେ ଅଗ୍ରଗତି କରିଥିବ ଯେ, ନାନୋବଟ୍ ଜୀବ କୋଷିକା ସ୍ତରରେ କାର୍ଯ୍ୟକରି ମଣିଷର ସ୍ୱାସ୍ଥ୍ୟରକ୍ଷାରେ ସହାୟକ ହେବ । ଫଳରେ ମଣିଷ ସବୁ ରୋଗ, ବାର୍ଦ୍ଧକ୍ୟକୁ ଟାଳି ପାରିବ।  ହୁଏତ ମୃତ୍ୟୁକୁ ବି ଟାଳିପାରିବ ବୋଲି ଭବିଷ୍ୟବାଣୀ ହୋଇଛି । ମଣିଷ ବୃଦ୍ଧ ହେଲେ ତାର ଶରୀରର ଜୀବକୋଷିକା ଦୁର୍ବଳ ଓ କ୍ଷୟ ହେବାରେ ଲାଗେ । ହେଲେ ନାନୋବଟ୍ ତାକୁ ମରାମତି କରିପାରିବ ବୋଲି ଦାବି କରିଛନ୍ତି ରେ' କୁର୍ଜୱିଲ୍ ।...

ତେବେ କଣ ଏହି ନାନୋବଟ୍?

ନାନୋବଟ୍ ହେଉଛି କ୍ଷୁଦ୍ରାତିକ୍ଷୁଦ୍ର ରୋବଟ୍ । ତୁଳନାତ୍ମକ ଭାବେ ଦେଖିଲେ, ମୁଣ୍ଡର ଗୋଟିଏ ଚୁଟିର ଓସାର ୮୦ ହଜାରରୁ ୧ ଲକ୍ଷ ନାନୋମିଟର ହୋଇଥିବା ବେଳେ, ନାନୋବଟ୍ ର ଓସାର ମାତ୍ର ୫୦ରୁ ୧୦୦ ନାନୋମିଟର । ଚିକିତ୍ସା ଗବେଷଣା କ୍ଷେତ୍ରରେ ଏବେ ଏହି ଅତି ସୂକ୍ଷ୍ମ ରୋବଟକୁ ଡିଏନ୍ଏ ପ୍ରୋବ୍, ସେଲ୍ ଇମେଜିଂ ମ୍ୟାଟେରିଆଲ୍, ସେଲ୍ ସ୍ପେସିଫିକ୍ ଡେଲିଭରି ଭେହିକିଲ୍ ଆଦି ଭାବରେ ବ୍ୟବହାର କରାଯାଉଛି ।

ନାନୋ ଟେକ୍ନୋଲୋଜି ସଂପର୍କିତ କୁର୍ଜୱିଲଙ୍କର ଆଉ ଏକ ଭବିଷ୍ୟବାଣୀ ହେଉଛି ଯେ, ମଣିଷ ନାନୋବଟ୍ ସହାୟତାରେ ଯାହା ଇଚ୍ଛା ଖାଇ ପାରିବ ଏବଂ ତାସତ୍ତ୍ୱେ ମଧ୍ୟ ଶରୀରକୁ ପତଳା ଓ ଫୁର୍ତ୍ତି ରଖିପାରିବ । ନାନୋବଟ୍ ଆମ ଅନ୍ତନଳୀ ଓ ରକ୍ତଶିରାକୁ ଯାଇ ଆମ ପାଇଁ ଆବଶ୍ୟକ ପୋଷକତତ୍ୱକୁ ବାଛି ସଂଗ୍ରହ କରିପାରିବ, ଆଉ ଯାହା ଆବଶ୍ୟକ ତାହା ଆମକୁ ଜଣାଇପାରିବ ଏବଂ ଅନାବଶ୍ୟକ ପୋଷକକୁ ଶରୀରରୁ ବାହାର କରିଦେବ ।...