Advertisment

US President Donald Trump: ଜିନପିଙ୍ଗ୍‌ଙ୍କୁ ଟ୍ରମ୍ପଙ୍କ ଖୋଲା ଧମକ; ଚୀନ୍ ଉପରେ ୧୦୪% ଟାରିଫ୍ ଲଗାଇଲା ଆମେରିକା....

ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା।

author-image
Sujit kumar Swain
ଅଦ୍ୟତନ ହୋଇଛି
US President Donald Trump

US President Donald Trump

ଆଜିଠୁ ଚୀନ ଉପରେ ଆମେରିକା ଲଗାଇଥିବା ବର୍ଦ୍ଧିତ ଟାରିଫ୍ ଲାଗୁ ହେବ। ଚୀନ୍ ଉପରେ ବର୍ଦ୍ଧିତ ଆକାରରେ ୧୦୪ ପ୍ରତିଶତ ଟାରିଫ୍ ଲାଗୁ କରିଛି ଆମେରିକା। ଚେତାବନୀର ଦିନକ ପରେ ନୂଆ ଟାରିଫ୍ ଲଗାଇଥିଲେ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍। ପୂର୍ବରୁ ଚୀନ ଉପରେ ୩୪ ପ୍ରତିଶତ ଟାରିଫ ଲଗାଇଥିଲା ଆମେରିକା। 

Advertisment

ଏବେ ନୂଆ ଟାରିଫ୍ ପରେ ଆହୁରି ଘାଇଲା ହେବ କି ବିଶ୍ବ ବଜାର, ଆଶଙ୍କା ବଢ଼ିଛି। ସୋମବାର ସି-ଜିନପିଙ୍ଗଙ୍କୁ ୨୪ ଘଣ୍ଟିଆ ଅଲଟିମେଟମ୍ ଦେଇଥିଲେ ଆମେରିକା ରାଷ୍ଟ୍ରପତି। ପ୍ରତିଶୋଧମୂଳ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ନିଷ୍ପତ୍ତିରୁ ନଓହରିଲେ, ଚୀନ୍ ଉପରେ ଅତିରିକ୍ତ ୫୦ ପ୍ରତିଶତ ଟାରିଫ୍ ଲଗାଇବାକୁ କହିଥିଲେ।

ଅଧିକ ପଢ଼ନ୍ତୁ: କାହାକୁ ଟାର୍ଗେଟ କରି ଟ୍ରମ୍ପ ଆଣିଛନ୍ତି ନୂଆ ଟାରିଫ ନୀତି ? ମିଳିଛି ତ ସିନେଟ ମଞ୍ଜୁରୀ ?

Advertisment

ସୂଚନା ଯୋଗ୍ୟ ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ରେସିପ୍ରୋକାଲ୍ ଟାରିଫ୍ ବା ଯେସାକୁ ତେସା ନୀତିରେ ଆମଦାନୀ ଶୁଳ୍କ ଘୋଷଣା କରିଛନ୍ତି। ଏହି ଧାରାରେ ଚୀନ୍ ଉପରେ ୩୪ ପ୍ରତିଶତ ଟାରିଫ୍ ଲଗାଇଥିଲା ଆମେରିକା । ଏହାର ଜବାବରେ ଚୀନ୍ ମଧ୍ୟ ଆମେରିକା ଉପରେ ପ୍ରତିଶୋଧମୂଳକ ଅଧିକ ୩୪ ପ୍ରତିଶତ ଶୁଳ୍କ ଲାଗୁ କରିଛି । 

ତେବେ ଏଥିରେ କ୍ଷୁବ୍ଧ ହୋଇ ଚୀନକୁ ଖୋଲା ଧମକ ଦେଇଛନ୍ତି ଟ୍ରମ୍ପ୍। ସୋସିଆଲ ମିଡିଆ ପୋଷ୍ଟରେ ଚେତାବନୀ ଦେଇଥିଲେ, ଚୀନ୍ ୩୪ ପ୍ରତିଶତ ଟାରିଫ୍ ବୃଦ୍ଧି ପ୍ରତ୍ୟାହାର ନକଲେ, ୯ ତାରିଖରୁ ଆମେରିକା ଚୀନ୍ ଉପରେ ଆହୁରି ଅଧିକ ୫୦ ପ୍ରତିଶତ ଟାରିଫ୍ ଲଗାଇବ। ଏଥିସହ ଚୀନ୍ ସହ ଆମେରିକାର ସମସ୍ତ ବୈଠକ ବାତିଲ କରାଯିବ। ଆମେରିକା-ଚୀନ୍ ଟାରିଫ୍ ୱାର୍ ଭିତରେ ଭାରତର ବଜାର ସ୍ଥିତି ଉପରେ କଣ ପ୍ରଭାବ ପଡ଼ିବ, ସେନେଇ ଆଶଙ୍କା ଭିତରେ ଅଛନ୍ତି ନିବେଶକ।

China US President Donald Trump US President Donald Trump Tariffs
Advertisment
Advertisment